March 23, 2024

Odia Express

News For Public

ନ୍ୟୁଜିଲାଣ୍ତ ଗ୍ରସ୍ତ ପାଇଁ ଭାରତୀୟ T20 ଟିମ୍ ଘୋଷଣା , ଏହି ବଡ ଖେଳାଳୀ ଦଳକୁ ଫେରିଲେ…

ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଖେଳିବାପରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ତ ବିପକ୍ଷରେ ସିରିଜ୍ ପାଇଁ ପ୍ରସ୍ତୁତି କରୁଛି , ଯାହାପାଇଁ ଭାରତୀୟ ଟୀମ୍ ର ଚୟନ ଏମ୍ ଏସ୍ କେ ପ୍ରସାଦ କମିଟି କରିସାରିଛନ୍ତି , ଗତ ସିରିଜ୍ ରେ ଖେଳିଥିବା ଟିମ୍ ରେ ବହୁତ ଅଧିକା ପରିବର୍ତ୍ତନ କରାଯାଇନାହିଁ । ଏବେ ଏହି ଅଲରାଉଣ୍ତର ଖେଳାଳୀଙ୍କୁ ଟୀମ୍ ରେ ଜାଗା ଦିଆଯାଇଛି । ନ୍ୟୁଜିଲାଣ୍ତ ଗ୍ରସ୍ତ ପାଇଁ ଭାରତୀୟ ଟି ଟ୍ୱେଣ୍ଟି ଟିମ୍ ଘୋଷିତ ।ଗତ ସିରିଜ୍ ରେ ରୋହିତ୍ ଶର୍ମା ବିଶ୍ରାମ ନେଇଥିଲେ , କିନ୍ତୁ ଏବେ ତାଙ୍କର ଟିମ୍ କୁ ଫେରିଆସିଛନ୍ତି , ଯେବେ କି କେଏଲ୍ ରାହୁଲ୍ ଓ ଶିଖର ଧବନ ଟିମ୍ ରେ ମହଜୁଦ୍ ଅଛନ୍ତି , ବିରାଟ କୋହଲି ଏହି ସିରିଜ୍ ସମୟରେ ବଡ ଦାୟିତ୍ୱ ରହିବ , ମଧ୍ୟକ୍ରମରେ ଶ୍ରେୟସ୍ ଆୟର୍ ଓ ମନୀଷ ପାଣ୍ତେ ଆଉଥରେ ମଉକା ପାଇପାରନ୍ତି ।

ଯେବେ କି ୱିକେଟ୍ କିପର ରୁପରେ ରିଷଭ ପନ୍ଥ ନିଜ ଜାଗାରେ ଅଛନ୍ତି , ତେବେ ସଞ୍ଜୁ ସାମସନଙ୍କୁ ଟିମ୍ ରେ ବାହାର ରାସ୍ତା ଦେଖାଯାଇଛି । ଅଲରାଉଣ୍ତର ଶିବମ୍ ଦୁବେ ନିଜ ଜାଗା ସ୍ଥାୟୀ ରଖିଛନ୍ତି । ଏହି ଗ୍ରସ୍ତରେ ଭାରତୀୟ ଟିମ୍ କୁ ୫ ଟି ଟି ଟ୍ୱେଣ୍ଟି, ୩ ଟି ଏକ ଦିବସୀୟ , ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବାର ଅଛି , ଏହି ସିରିଜ୍ ର ଆରମ୍ଭ ଟି ଟ୍ୱେଣ୍ଟି ମ୍ୟାଚରୁ ଆରମ୍ଭ ହେବ , ଯାହାର ପ୍ରଥମ ମ୍ୟାଚ୍ ଅକଲ୍ୟାଣ୍ତରେ ୨୪ ଜାନୁୟାରୀ କୁ ହେବ , ତାହାପରେ ଦ୍ୱିତୀୟ ମ୍ୟାଚ୍ ୨୬ ଜାନୁୟାରୀକୁ ଓ ତୃତୀୟ ମ୍ୟାଚ୍ ୨୯ ଜାନୁୟାରୀକୁ ଖେଳାଯିବାର୍ ଅଛି  ।

ସିରିଜ୍ ର ଚତୁର୍ଥ ମ୍ୟାଚ୍ ୩୧ ଜାନୁୟାରୀ କୁ ୱାଲିଙ୍ଗଟନ୍ ରେ ଖେଳାଯିବ , ଯେବେ କି ଟି ଟ୍ୱେଣ୍ଟି ସିରିଜ୍ ରେ ୨ ଫେବୃୟାରୀକୁ ଖେଳାଯିବ , ଯେବେ କି ଗତଥର ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ତ ରେ ଟି ଟ୍ୱେଣ୍ଟି ସିରିଜ୍ ଖେଳିଛନ୍ତି , ସେହି ସମୟରେ ଭାରତୀୟ ଟୀମ୍ ସିରିଜ୍ ଜିତ୍ ଦର୍ଜ କରିଥିଲେ , ଏବେ ଆଉଥରେ ବିରାଟକୋହଲି ଟିମ୍ ଇତିହାସ ଦୋହରାଇବେ ।

ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତ ପାଇଁ ଭାରତୀୟ ଟିମ୍  : ବିରାଟ କୋହଲି(ଅଧିନାୟକ) ରୋହିତ୍ ଶର୍ମା, ଶିଖର ଧବନ , କେଏଲ୍ ରାହୁଲ୍ , ମନୀଷ ପାଣ୍ତେ, ଶ୍ରେୟସ୍ ଆୟର୍ , ରିଷଭ ପନ୍ଥ(ୱିକେଟ୍ କିପର୍) ଶିବମ୍ ଦୁବେ, ରବିନ୍ଦ୍ର୍ ଜାଡେଜା , ୱାଶିଙ୍ଗଟନ୍ ସୁନ୍ଦର, ଜଶପ୍ରୀତ ବୁମରାହ, ଶାର୍ଦ୍ଧୁଲ୍ ଠାକୁର, ନବଦୀପ ସୈନୀ, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚେହେଲ୍, ମହମ୍ମଦ ଶମ୍ମି ।

Leave a Reply

Your email address will not be published. Required fields are marked *