April 16, 2024

Odia Express

News For Public

ଏହି ଅଷ୍ଟ୍ରେଲିଆ ସ୍ପିନର୍ ଙ୍କୁ ଜଣାଅଛି ବିରାଟ କୋହଲିଙ୍କ ଦୁର୍ବଳତା , ସାତଟି ମ୍ୟାଚରୁ ୪ଥର ଆଉଟ୍ କରିସାରିଲେଣି…

1 min read

ଭାରତୀୟ ଅଷ୍ଟ୍ରେଲିଆ ମଧ୍ୟରେ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଏକଦୀବସୀୟ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉଥରେ ଅଷ୍ଟ୍ରେଲିଆର ସ୍ପିନର୍ ଏଡମ୍ ଜାମ୍ପାଙ୍କ ବଲ୍ ରେ ଶିକାର ହୋଇଗଲେ , ସେ ମୁମ୍ବାଇରେ ନିଜର ପସନ୍ଦିଦା ସ୍ଥାନ ତିନି ଛାଡିକରି ଚାରିରେ ବ୍ୟାଟିଙ୍ଗ୍ କରିବାକୁ ଆସିଲେ , କିନ୍ତୁ ଏହି ସ୍ଥାନ ପରିବର୍ତ୍ତନ ତାଙ୍କୁ ଜମିଲା ନାହିଁ , ଓ ସେ କେବଳ ୧୬ ରନ୍ କରି ଏଡମ୍ ଜାମ୍ପାଙ୍କ ଘାତକ ବଲରେ ଶିକାର ହେଲେ , ଏଡମ୍ ଜାମ୍ପା କୋହଲିଙ୍କୁ ଭାରତୀୟ ପାରି ୩୨ ତମ ଓଭରରେ ଆଉଟ୍ କରି ପାଭିଲିଅନ୍ ପଠାଇଦେଇଥିଲେ ।

ସେମିତି କୋହଲି ଏମିତି ଜଣେ ବ୍ୟାଟ୍ସମ୍ୟାନ୍ ଅଟନ୍ତି , ଯାହାଙ୍କ ସାମ୍ନା ଦୁନିଆଁର୍ ସବୁ ବୋଲର୍ ଭୟଭୀତ କରନ୍ତି , କିନ୍ତୁ ଜାମ୍ପା ତାଙ୍କୁ ସାତଟି ପାରିରେ ଚାରିଥର ଆଉଟ୍ କରିସାରିଛନ୍ତି , ଖାସ୍ କଥା ଏହା କି ତାଙ୍କର ପ୍ରତିଧ୍ୱନ୍ଦୀ ପୁରୁଣା ନାହିଁ , କେବଳ ଗୋଟିଏ ବର୍ଷର ଭିତରେ ସେ ଚାରିଥର କୋହଲିଙ୍କୁ ଆଉଟ୍ କରିଛନ୍ତି  କାଲି ଖେଳାଯାଇଥିବା ୱାନ୍ ଡେ ରେ ୱିକେଟ୍ ନେଇକରି ସେ କୋହଲିଙ୍କୁ ଅଧିକା ଥର ଆଉଟ୍ କରିଥିବା ସ୍ପିନର୍ ହିସାବରେ ଖ୍ୟାତ ହୋଇଛନ୍ତି । ଜମ୍ପାଙ୍କ ଛଡା ଇଂଲଣ୍ତର ଗ୍ରୀନ୍ ସ୍ୱାନ୍ , ଓ ଶ୍ରୀଲଙ୍କାର ସୁରଜ୍ ରଣଦୀବ କୋହଲିଙ୍କୁ ୪-୪ ଥର ଆଉଟ୍ କରିଛନ୍ତି , ସେମିତି ଏହା ବି ସତ କି ଜମ୍ପାଙ୍କ ବିପକ୍ଷରେ କୋହଲି ରନ୍  ବହୁତ କରିଛନ୍ତି , ସେ ଏହି ବୋଲର ଉପରେ ୧୩୦ ଷ୍ଟ୍ରାଇକ୍ ରେଟ୍ ରୁ ୧୨୩ ରନ୍ କରିଛନ୍ତି ।

ଯଦି ଓଭଲଅଲ୍ ବୋଲିଙ୍ଗ୍ କଥା କହିବା ତେବେ ୱେଷ୍ଟଇଣ୍ତିଜ୍ ର ରବି ରାମପାଳ ସବୁଠାରୁ ଆଗରେ ଅଛନ୍ତି , ସେ କୋହଲିଙ୍କୁ ସବୁଠାରୁ ଅଧିକା ଛଅଥର ଆଉଟ୍ କରିସାରିଛନ୍ତି , ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍ ରିଚାର୍ଡସନ୍ ଅଛନ୍ତି , ସେ ପାଞ୍ଚଥର ତାଙ୍କୁ ପାଭିଲିୟନ୍ ରାସ୍ତା ଦେଖାଇଛନ୍ତି , ଏହାପରେ ତୃତୀୟ ସ୍ଥାଣରେ  ସ୍ୱାନ ଓ ରଣଦୀବ ଅଛନ୍ତି ।

Leave a Reply

Your email address will not be published. Required fields are marked *