March 25, 2024

Odia Express

News For Public

ଓଜନ ହିସାବ ଅନୁଯାୟୀ ପାଣି ପିଇବା ଉଚିତ, ଜାଣନ୍ତୁ ଏକଦିନରେ ଆପଣଙ୍କୁ କେତେ ପାଣି ପିଇବା ଉଚିତ..

1 min read

ବନ୍ଧୁଗଣ କଥା ଯେତେବେଳେ ପାଣିର ହେଉଛି ତ ଆପଣଙ୍କ ମନକୁ ବହୁତ ପ୍ରଶ୍ନ ଆସୁଛି। ଆଜି ଆପଣଙ୍କୁ ପାଇଁ ବିଷୟରେ ବିସ୍ତ୍ରୁତ ସୂଚନା ଦିଆଯିବ । ମୋର ଆପଣଙ୍କୁ ଏକ ଛୋଟ ଅନୁରୋଧ ଯେ ଭୋଜନର ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ। ଆପଣ ଯଦି ପଚାରିବେ ଏହାଦ୍ୱାରା କଣ ହେବ? ଆପଣ ଯାହା କିଛି ଖାଇଥିବେ ତାପରେ ପେଟରେ ଅଗ୍ନି ପ୍ରଦୀପ୍ତ ହେବ, ଅଗ୍ନି ଦ୍ଵାରା ଭୋଜନ ହଜମ ହୋଇଯାଏ। ପାଚନ ପରେ ତଦ୍ୱାରା ମାଂସ, ମଜ୍ଜା, ମଳ, ମୁଟ୍ରା, ବୀର୍ଯ୍ୟ ଠିକରେ ବଢିଯିବ ଓ ତାହା ଶରୀରର କର୍ମରେ ଆସିବ ଏଥିପାଇଁ ଭୋଜନ ପରେ ପାଣି ପିଅନ୍ତୁ ନାହିଁ, ତ ଆପଣ ପଚାରିବେ କେତେ ସମୟ ପିଇବୁ ନାହିଁ, ପଶୁ ତ 4ଘଣ୍ଟାରେ ପିଉଛନ୍ତି,

ଏବେ ମୁଁ ଆପଣଙ୍କୁ ଏକ ସରଳ ସୂଚନା ଦେଉଛି , କେତେବେଳେ ଆପଣ ପିଇ ପାରିବେ, ଆମେ ଯାହା କିଛି ଖାଉଛେ ତାହା ପ୍ରଥମେ ପେଷ୍ଟରେ ପରିବର୍ତ୍ତିତ ହୋଇଥାଏ। ପେଷ୍ଟ କୌଣସି ବସ୍ତୁ ନା କୌଣସି ଦ୍ରବ୍ୟ ଓ ନା କିଛି କଠିନ ଅଟେ । ଏହା ମଧ୍ୟମ ଅବସ୍ଥା ଅଟେ । ନା କଠିନ ନା ସେ ତରଳ ଅଟେ। ଏହାର ମାଝି ଅବସ୍ଥା କୁ ପେଷ୍ଟ କୁହାଯାଏ । ଆମେ ଯାହା କିଛି ମଧ୍ୟ ଖାଉ ତାହା ପେଷ୍ଟ ରେ ପରିବର୍ତ୍ତିତ ହୋଇଥାଏ। ଏହାକୁ ପ୍ରାୟତଃ ଏକ ଘଣ୍ଟା ଲାଗିଥାଏ ଓ ପେଷ୍ଟ ର ଦ୍ଵିତୀୟ ଚରଣ ହେଲା ରସ ନିର୍ମିତ ହେବା । ପେଷ୍ଟ ରୁ ରସ ନିର୍ମାଣ ପ୍ରକ୍ରିୟା ସମୟ 1ଘଣ୍ଟାରୁ 2ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଯେବେ ଭୋଜନର ରସ ନିମର୍ଣ ହେବା ପ୍ରାରମ୍ଭ ହୁଏ, ସେହି ସମୟ ପାଣି ପିଇବା ସବୁଠାରୁ ଭଲ ହୋଇଥାଏ । ତେବେ କମ ସେ କମ 1ଘଣ୍ଟା ଓ ଅଧିକରେ 2ଘଣ୍ଟା ପରେ ପାଣି ପିଇବା ଉଚିତ ନୁହେଁ।

ଯାହାକି ଆପଣ ଉପରେ ପଢିଲେ ଯେ ଭୋଜନ ସମୟରେ ପାଣି ପିଇବା ବିଷ ସଦୃଶ ହୋଇଥାଏ ଓ ଭୋଜନ ସହିତ ପାଣି ନପିଇ 1ଘଣ୍ଟା30ମିନିଟ ପରେ ପିଇବା ଉଚିତ। ଏବେ ଆପଣ ଭାବୁ ଥିବେ ଯେ ପାଣି ଭୋଜନ ସମୟ ବ୍ୟତୀତ ଅନ୍ୟ କେଉଁ ସମୟରେ ପିଇବା ଜରୁରୀ ଅଟେ କାରଣ ଏମିତିରେ ତ ଆପଣ ସବୁବେଳେ ପିଉଛନ୍ତି ଯେତେବେବେଳେ ଶୋଷ ଲାଗେ। କିନ୍ତୁ କିଛି ସମୟ ଏପରି ମଧ୍ୟ ଅଛି ଯେଉଁ ସମୟ ପାଇଁ ପିଇବା ବହୁତ ଜରୁରୀ ଅଟେ । ଏବେ ଆମେ ଏହା ଉପରେ ସମ୍ୟକ ଚର୍ଚ୍ଚା କରିବା ।

କେବେ କେବେ ପାଣି ନିଶ୍ଚିତ ପିଇବା ଉଚିତ

ଆପଣ ଯେତେବେଳେ ସକାଳେ ଶୋଇକରି ଉଠୁଛନ୍ତି ସର୍ବ ପ୍ରଥମେ ଆପଣଙ୍କୁ ପାଣି ପିଇବା ଉଚିତ ଅଟେ । ଅର୍ଥ ଏହା ଯେ ଆପଣ ଦିବସ ପ୍ରାରମ୍ଭ ପାଣିରୁ କରନ୍ତୁ । ଚା ରୁ ନୁହେଁ, କଫି ରୁ ନୁହେଁ , ଦିନ ଆରମ୍ଭ ହେବା ଉଚିତ ପାଣି ସହିତ । ଯଦି ଆପଣ ପ୍ରତିଦିନ ସକାଳେ ଉଠିବାମାତ୍ରେ ପାଣି ପିଇବେ ତ ଏହାର 3ଟି କାରଣ ଅଛି- ପ୍ରଥମ କାରଣ ତ ଏହା ଯେ ରାତିରେ ଆପଣ ଶୋଇବା ପରେ ପାଟିରେ ଯେଉଁ ଲାଳ ଜମା ହୁଏ ତାହା ତାହା ଭିତରକୁ ନଯାଇ ଏଠିସେଠି ଜମା ହୁଏ। ଉଠିବାମାତ୍ରେ ଆପଣ ପାଣି ପିଇବେ ତେବେ ଯେଉଁ ଲାଳ ଆପଣଙ୍କ ମୁହଁରେ ଜମା ଅଛି ତାହା ଶରୀର ଭିତରକୁ ଯିବ ଓ ସକାଳର ଲାଳ ସବୁଠାରୁ ଉତ୍ତମ ହୋଇଥାଏ ।, ତାହା ପୁରା ଦିନର ସବୁଠାରୁ ଭଲ ହୋଇଥାଏ ।

କେଉଁ ପାଣି ପିଇବା ଉଚିତ – ଏବେ ଆମେ କହୁଛୁ ଯେ ସକାଳେ ଉଠିବାମାତ୍ରେ ଆପଣଙ୍କୁ କେଉଁ ପାଣି ପିଇବା ଉଚିତ। ଆପଣାକୁ ଜୀବନରେ କେବେ ମଧ୍ୟ ଥଣ୍ଡା ପାଣି ପିଇବା ଉଚିତ ନୁହେଁ । ଆପଣ କହିବେ ଥଣ୍ଡା ପାଣି ମାନେ କଣ। ତ ଉତ୍ତର ଏହା ଯେ ଫ୍ରୀଜରେ ରଖାହୋଇଥିବା ପାଣି କିମ୍ବା ବରଫ ଦିଆ ପାଣି କୁ କେବେ ପିଇବା ଉଚିତ ନୁହେଁ । ଆପଣ ଯଦି ପ୍ରଶ୍ନ କରିବେ କାହିଁକି ପିଇବା ଉଚିତ ନୁହେଁ ତେବେ ଆପଣ କୁହନ୍ତୁ ଦଡି ଆପଣଙ୍କ ଶରୀର ଥଣ୍ଡା ହୋଇଯାଏ ତେବେ ଏହାର ଅର୍ଥ କଣ, ଏହାର ସିଧା ଅର୍ଥ ହେଲା ଯେ ଆପଣ ମରିଯିବେ, ତାପରେ କାହିଁକି ଥଣ୍ଡା ପାଣି ପିଇବା ଉଚିତ?

ଏହି ଥଣ୍ଡା ପାଣି ଶରୀର ଅନୁକୂଳ ନୁହେଁ। ଆପଣ ଯେମିତି ଥଣ୍ଡା ପାଣି ପିଇବେ, ଶରୀର ଥଣ୍ଡା ନହୋଇ ଯିବ ଏଥିପାଇଁ ଆମ ଶରୀର ଏହି ଥଣ୍ଡା ପାଣିକୁ ଗରମ କରେ। ଆପଣ କେତେ ବି ଥଣ୍ଡା ପାଣି ପିଇବେ, ପେଟ ତାହାକୁ ଗରମ କରିବ ଓ ପାଣିକୁ ଗରମ କରିବା ପାଇଁ ଶକ୍ତି ଦରକାର ହୁଏ ଓ ସେହି ଶକ୍ତି ଆପଣଙ୍କ ରକ୍ତ।  ଯଦି ଅଧିକ ଥଣ୍ଡା ପାଣି ପିଇବେ ତ ପେଟ ସେହି ପାଣିକୁ ଗରମ କରିବା ପାଇଁ ସମସ୍ତ ଶରୀରରୁ କିଛି କିଛି ରକ୍ତ ଭିଡିବ, ଓ ଯେପର୍ଯ୍ୟନ୍ତ ସେହି ପାଣି ଗରନ ହୋଇନାହିଁ ସେତିକି ସମୟ ଯାଏଁ ଅନ୍ୟ ଅଙ୍ଗ ଗୁଡିକୁ ରକ୍ତ ଅଭାବ ରହିବ ଓ ଯଦି ଶରୀରର ଅଙ୍ଗ ଗୁଡିକୁ ଏହି ରକ୍ତ ନିୟମିତ ଆସିବାରେ ଲାଗିବ ତେବେ ଏହି ଅଙ୍ଗ ଖରାପ ହୋଇଯିବ, ତେଣୁ ଆପଣଙ୍କୁ କେବେ ବି ହୃଦୟ ସମ୍ବନ୍ଧିତ ରୋଗ ହୋଇପାରେ, କିଡ୍ନି ଫେଲ ହୋଇପାରେ, ଲିଭର ଡାମେଜ ହୋଇପାରେ, ଶରୀରର ଅନ୍ୟ ଅଙ୍ଗ ଖରାପ ହୋଇପାରେ । ଆପଣ ମାଟିହାଣ୍ଡି ପାଣି ପିଇ ପାରିବେ । ମାଟି ପ୍ରସ୍ତୁତ ମାଠିଆ ପାଣି କେବେ ଅତ୍ୟଧିକ ଥଣ୍ଡା ହୁଏ ନାହିଁ । ଯେଉଁ ପାଣିର ତାପମାତ୍ରା 15ଡିଗ୍ରୀରୁ କମ ହୁଏ ତାହା ଅତ୍ୟଧିକ ଥଣ୍ଡା କୁହାଯାଏ । ଯଦି ଆପଣ ମାଟି ଘଡାରେ ପାଣି ରଖିବେ ତେବେ ତାହା ରୁମ ତାପମାତ୍ରାରୁ ଅତିବେଶିରେ ଦୁଇ କିମ୍ବା ତିନି ଡିଗ୍ରୀ କମ ରହିବ।

ପାଣି କିପରି ପିଇବା ଉଚିତ

ପାଣି କିପରି ପିଇବା ଉଚିତ, ଏହା ବହୁତ ମହତ୍ଵପୂର୍ଣ୍ଣ କଥା ଅଟେ। ଆପଣ ବର୍ତ୍ତମାନ ସାମାନ୍ୟ ଭାବରେ କିପରି ପାଣି ପିଉଛନ୍ତି , ଏକ ଗ୍ଳାସ ପାଣି ମୁହଁରେ ଲଗେଇ ଢକଢକ କରି ପିଇ ଦେଉଛନ୍ତି, ଗ୍ଳାସ ଥରକରେ ଶେଷ। କିଛି ଲୋକ ମୁହଁ ଖୋଲି ଉପରୁ ପାଣି ଢାଲୁଛନ୍ତି। ପାଣିକୁ ଲଗାତାର ଢୋକି ଦେଉଛନ୍ତି ଦେଉଛନ୍ତି । ଏ ଦୁଇ ଉପାୟ ଭୁଲ ଅଟେ । ଏହାଦ୍ୱାରା ତିନୋଟି ରୋଗ ହେବାର ସମ୍ଭାବନା ଅଛି ।

ପ୍ରଥମ Appendicitis, ଦ୍ଵିତୀୟ ହାର୍ଣ୍ଣିଆ ଓ ତୃତୀୟ Hydrocele। ହାର୍ଣ୍ଣିଆ ସବୁଠାରୁ ଅଧିକ ସେହି ଲୋକମାନଙ୍କୁ ହୁଏ ଯେଉଁମାନେ ପୁରା ଢକଢକ କରି ଏକାଥରକେ ପାଣି ପିଅନ୍ତି । Hydrocele ସାଧାରଣତଃ ପୁରୁଷ ମାନଙ୍କୁ ହୋଇଥାଏ ।

କେତେ ପାଣି ପିଇବା ଉଚିତ – ବନ୍ଧୁଗଣ ଆପଣ ଯେବେ ପାଣି ପିଉଛନ୍ତି ତ ଆପଣଙ୍କ ମନକୁ ଆସୁଥିବ ଯେ ଦିନକୁ କେତେ ପାଣି ଆପଣଙ୍କୁ ପିଇବା ଉଚିତ। କେବେ କିଏ କମ କହେ ତ କିଏ ଅଧିକ, କିନ୍ତୁ ସଠିକ ରୁ କମ କିମ୍ବା ଅଧିକ କେହି କହନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଗୋଟିଏ ସୂତ୍ର କହୁଛୁ, ଯାହାଦ୍ୱାରା ଆପଣ ଏହା ହିସାବ କରିପାରିବେ ଯେ ଆପଣଙ୍କୁ କେତେ ପାଣି ଆବଶ୍ୟକ ।

ଗୋଟିଏ ଦିନରେ ଆପଣଙ୍କୁ ଯେଉଁ ପାଣି ପିଇବା ଉଚିତ ତାହାର ଏକ ନ୍ୟୁନତମ ଓ ଅଧିକତମ ସୀମା ରହିଛି । ପାଇଁ କେଟିକି ପିଇବା ଉଚିତ ତାହାର ଏକ ସୂତ୍ର ଅଛି । ଆପଣଙ୍କ ଓଜନର ଦଶ ଭାଗ କରନ୍ତୁ ତାହାର ଏକ ଭାଗ ସେତିକି ଲିଟର ଆପଣ ଦିଆନରେ ଅତି ବେଶୀରେ ପିଇବା ଉଚିତ। ଏବେ ଆପଣ ଭାବୁଥିବେ ଯେ ନ୍ୟୁନତମ କେତେ ପିଇବା ଉଚିତ

ଏହାର ସୂତ୍ର ହେଲା ଆପଣ ଦିନରେ ଯେତିକି ଭୋଜନ କରୁଛନ୍ତି ସେଥିରେ ଦଶ ଗୁଣନ କରିଦିଅନ୍ତୁ ସେତିକି କମ ସେ କମ ପିଇବା ଉଚିତ । ଉଦାହରଣ ସ୍ୱରୂପ ଆପଣ ଦିନକୁ 350ଗ୍ରାମ ଭୋଜନ କରୁଛନ୍ତି ତ ଏହାର ଦଶ ଗୁଣ ହେଲା ସାଢେ ତିନି ଲିଟର ପାଣି ଅତି କମରେ ଆପଣଙ୍କୁ ପିଇବା ଉଚିତ।

Leave a Reply

Your email address will not be published. Required fields are marked *