୧୫ ବର୍ଷରେ ୮୭୭୭ ରନ ଓ ୪୯୧ ୱିକେଟ ନେବା ପରେ ମଧ୍ୟ ଏପର୍ଯ୍ୟନ୍ତ ଏହି ଭାରତୀୟ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନାହିଁ – ଜାଣନ୍ତୁ କଣ ଏହାର ମୁଖ୍ୟ କାରଣ..

ଭାରତୀୟ କ୍ରିକେଟରେ ଆଜିର ସମୟରେ ପ୍ରତିଯୋଗୀତା ଜବରଦସ୍ତ ବଢିଯାଇଛି । ଭାରତୀୟ ଦଳରେ ସ୍ଥାନ ପାଇବା ନିମନ୍ତେ ଲଗାତାର ପ୍ରଦର୍ଶନ କରିବାକୁ ହୋଇଥାଏ । ତାସହ ଫିଟନେସ ମଧ୍ୟ କାୟମ ରଖିବାକୁ ହୁଏ । ବିଗତ କିଛି ସମଯରୁ ଅନେକ ଖେଳାଳିଙ୍କୁ ଭାରତୀୟ | ଡେୟର ଡେବ୍ୟୁ କରିବାର ସୁଯୋଗ ମିଳିଛି କିନ୍ତୁ ଜଣେ ଖେଳାଳି ବିଗତ 15ବର୍ଷ ହେବ ଚମତ୍କାର ପ୍ରଦର୍ଶନ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଦଳରୁ ଦୂରରେ ଅଛନ୍ତି । ଜଳଜ ସକସେନାଙ୍କୁ ବିଗତ 15ବର୍ଷରୁ ଲଗାତାର ଭଲ ପ୍ରଦର୍ଶନର ଏବେ ଯାଏ ମିଳି ନାହିଁ ପୁରସ୍କାର | ହଁ ଆଜ୍ଞା… ସେହି ଖେଳାଳି ଯିଏ ଘରୋଇ କ୍ରିକେଟରେ ନା କେବଳ ଏକ ବିଭାଗ ତାସହ ବ୍ୟାଟିଂ ଓ ବୋଲିଂ ଦୁଇଟି ରେ ଲଗାତାର କମାଲ କରି ଚାଲିଛନ୍ତି କିନ୍ତୁ ଭାରତର ଚୟନକର୍ତ୍ତା ହିଁ ନୁହେଁ ଏହାଙ୍କ ଉପରେ ଆଇପିଏଲ ଫ୍ରାଞ୍ଚାଇଜିଙ୍କର ମଧ୍ୟ ଧ୍ୟାନ ଯାଇନାହିଁ ।

ଆମେ ଏଠାରେ କହୁଛୁ ମଧ୍ୟପ୍ରଦେଶର ଅନୁଭବି ଅଲରାଉଣ୍ଡର ଜଳଜ ସକ୍ସେନାଙ୍କର ଜିଏକି ଲଗାତର ଉଚ୍ଚକୋଟିର ପ୍ରଦର୍ଶନ କରୁଛନ୍ତି । ବିଗତ କିଛି ବର୍ଷ ହେବ ଘରୋଇ କ୍ରିକେଟରେ କେରଳର ପ୍ରତିନିଧିତ୍ଵ କରୁଥିବା ଜଳଜ 15ବର୍ଷ ହେବ ଲଗାତର ଉନ୍ନତି କରିଚାଲିଛନ୍ତି କିନ୍ତୁ ଏବେ ମଧ୍ୟ ସ୍ଥାନ ପାଇବାକୁ ତୃଷିତ ଅଟନ୍ତି ।

ରଣଜୀ ଟ୍ରଫିରେ ଲଗାତର 2ୟ ମ୍ୟାଚରେ ନେଲେ 7ୱିକେଟ – ଜଳଜ ସକ୍ସେନା ବିଲକୁଲ ହାର ମାନିନାହାନ୍ତି ଓ ଏବେ ଖେଳଯାଉଥିବା ରଣଜୀ ଟ୍ରଫିରେ ମଧ୍ୟ ନିଜର ସେହି ପ୍ରଦର୍ଶନ ଜାରି ରଖିଛନ୍ତି ଓ ସେ ରାଜସ୍ଥାନ ବିରୋଧରେ ଜବରଦସ୍ତ ବୋଲିଂ କରିଛନ୍ତି । କେରଳ ଓ ରାଜସ୍ଥାନ ମଧ୍ୟରେ ଖେଳଯାଉଥିବା ମ୍ୟାଚରେ ଜଳଜ ସକ୍ସେନା ଗୋଟିଏ ଇନିଂସରେ 7ୱିକେଟ ଗଡେଇଛନ୍ତି ଓ ନିଜର ଅନୁଭବ ଓ ଫର୍ମର ଉଚ୍ଚକୋଟୀର ଉଦାହରଣ ଦେଇଛନ୍ତି । ଏହାପୂର୍ବରୁ ପୂର୍ବ ମ୍ୟାଚରେ ମଧ୍ୟ ଜଳଜ ସକ୍ସେନା ବୋଲିଂରେ ଦମ ଦେଖେଇଛନ୍ତି ଓ ପଞ୍ଜାବ ବିରୋଧରେ ମଧ୍ୟ 7 ୱିକେଟ ହାସଲ କରିଛନ୍ତି । ଜଳଜ ସକ୍ସେନା ପ୍ରତି ମ୍ୟାଚରେ ଉଚ୍ଚକୋଟିର ପ୍ରଦର୍ଶନ କରିବା ପରେ ମଧ୍ୟ ଭାରତୀୟ କ୍ରିକେଟ ଦଳ କିମ୍ବା ଆଇପିଏଲରେ ଏବେ ଯାଏଁ ଡେବ୍ୟୁ କରିବାକୁ ପ୍ରତୀକ୍ଷା କରିଛନ୍ତି ।

ଜଳଜଙ୍କ ପ୍ରଦର୍ଶନକୁ ଦେଖି ଲାଗୁଛି ତାଙ୍କୁ ମିଳିଯାଇପାରେ ଭାରତ ପାଇଁ ସୁଯୋଗ – ଜଳଜ ସକ୍ସେନା ଏବେ ଯାଏଁ ପ୍ରଥମ ଶ୍ରେଣୀ କ୍ରିକେଟ ରେ 21 ଥର ଇନିଂସରେ 5 କିମ୍ବା ତାଠାରୁ ଅଧିକ ୱିକେଟ ନେବାର କରିସ୍ମା କରିଛନ୍ତି ଓ ସେ ଭାରତୀୟ ଘରୋଇ କ୍ରିକେଟରେ କୌଣସି ମ୍ୟାଚରେ ଶତକ ସହିତ 8ୱିକେଟ ନେଇଥିବା ପ୍ରଥମ ବୋଲର ଅଟନ୍ତି କିନ୍ତୁ ଏହି ପ୍ରଦର୍ଶନର ମଧ୍ୟ ଲଗାତର ଅଣଦେଖା କରାଯାଉଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ 20ଲକ୍ଷ ବେସ ପ୍ରାଇସରେ ନିଜର ଦଳର ଅଂଶ ବନେଇଛି ନିଶ୍ଚିତ କିନ୍ତୁ ଏବେ ମଧ୍ୟ ତାଙ୍କୁ ଆଇପିଏଲରେ ଡେବ୍ୟୁର ଅପେକ୍ଷା ରହିଛି । ଯେଉଁ ଖେଳାଳିଙ୍କୁ ଏବେ ଯାଏଁ ତାଙ୍କ ପ୍ରଦର୍ଶନଆଧାରରେ ଭାରତୀୟ ଦଳରେ ସୁଯୋଗ ମିଳିଯିବା ଉଚିତ ଥିଲା ସେହି ଦୁର୍ଭାଗ୍ୟଶାଳୀ ଏବେ ପର୍ଯ୍ୟନ୍ତ ଆଇପିଏଲରେ ମଧ୍ୟ ପ୍ରଥମ ମ୍ୟାଚ ଖେଳିବାର ଅପେକ୍ଷା କରିଛନ୍ତି ।

ଘରୋଇ କ୍ୟାରିଅରରେ 8777ରନ ଓ 491ୱିକେଟ, ତଥାପି ସୁଯୋଗର ପ୍ରତୀକ୍ଷା – ଜଳଜ ସକ୍ସେନା ବିଗତ 15ବର୍ଷରେ ଘରୋଇ କ୍ରିକେଟରେ ଅପାର ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ 120ମ୍ୟାଚ ଖେଳି 6260ରନ କରିବା ସହିତ 334 ୱିକେଟ ନେଇଛନ୍ତି ଓ ଲିଷ୍ଟ ଏ କ୍ୟାରିଅର ରେ 93ମ୍ୟାଚ ରେ 1884ରନ ଓ 108ୱିକେଟ ନେଇଛନ୍ତି ।

ଏହାଛଡା 54ଟି20 ମ୍ୟାଚରେ 633ରନ କରିଛନ୍ତି ଓ 49ୱିକେଟ ନେଇଛନ୍ତି । ମାନେ ଜଳଜ ସକ୍ସେନା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର କ୍ୟାରିଅର ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି ଓ 8777 ରନ କରିବା ସହିତ 491ୱିକେଟ ହାସଲ କରିଛନ୍ତି । କିନ୍ତୁ ଏଭଳି ଖେଳାଳିଙ୍କୁ ଏବେ ଯାଏଁ ସୁଯୋଗ ଦିଆ ଯାଇ ନାହିଁ ଯାହା ବହୁତ ଆଶ୍ଚର୍ଯ୍ୟର କଥା ବୋଲି ଶୁଣାଯାଉଛି ।

Leave a Reply

Your email address will not be published. Required fields are marked *