April 25, 2024

Odia Express

News For Public

ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହେଲେ, ତେବେ ଏହି ୩ ଭାରତୀୟ ଖେଳାଳି ଭାରତୀୟ ଦଳରେ ନିଜର ସ୍ଥାନ ହରେଈ ପାରନ୍ତି..

ଭାରତୀୟ ଦଳର ଅଧିନାୟକ ବର୍ତ୍ତମାନ ବିରାଟ କୋହଲୀଙ୍କ ହାତରେ ଅଛି ଓ ତାଙ୍କର ଅଧିନାୟକତ୍ଵରେ କିଛି ଖେଳାଳି ଉଚ୍ଚକୋଟିର ପ୍ରଦର୍ଶନ କରୁଛନ୍ତି । ଯଦିଓ ଏହା ସତ୍ୟ ଅଟେ ଯେ କିଛି ଖେଳାଳିଙ୍କର ଖରାପ ପ୍ରଦର୍ଶନ ସତ୍ବେ ବିରାଟ କୋହଲୀ ସେମାନଙ୍କୁ ଦଳରେ ରଖିଛନ୍ତି । ଏମିତିରେ ଯଦି ଦଳର ଅଧିନାୟକତ୍ଵ କେବେ ମଧ୍ୟ ରୋହିତ ଶର୍ମା କିମ୍ବା କୌଣସି ଅନ୍ୟ ଅଧିନାୟକଙ୍କୁ ମିଳିବ , ତେବେ ଏଇ ଖେଳାଳିଙ୍କୁ ଦଳର ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବ ବହୁତ ମୁସ୍କିଲ ହେବ ।

ଋଷଭ ପନ୍ତ: ୱେଷ୍ଟଇଣ୍ଡିଜ ଗସ୍ତ ଓ ସାଉଥଆଫ୍ରିକା ଓ ବାଂଲା ଦେଶ ବିପକ୍ଷ ଘରୋଇ ସିରିଜରେ ଋଷଭ ପନ୍ତ ଶୋଚନୀୟ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ତାଙ୍କୁ ଏକ ମ୍ୟାଚ ଖେଲାଯାଇଥିଲା , ଯେଉଁଥିରେ ସେ ମାତ୍ର 28ରନ ସ୍କୋରରେ ଆଉଟ ହୋଇଥିଲେ । ଏବେ ଋଷଭପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳୁନାହିଁ କିନ୍ତୁ ସେ ବହୁତ ଖରାପ ପ୍ରଦର୍ଶନ ସତ୍ବେ ଦଳର ଅଂଶ ରହିଛନ୍ତି ।

ଅଧିନାୟକ ବିରାଟ କୋହଲୀ ଓ ଚୟନକର୍ତ୍ତା ତାଙ୍କ ଉପରେ ଅନେକ ଦିନରୁ ଭରସା କରୁଛନ୍ତି । ଯଦି ଭବିଷ୍ୟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୁଅନ୍ତି , ତେବେ ଋଷଭ ପନ୍ତଙ୍କର ଦଳରୁ ଛୁଟି ହୋଇପାରେ ଓ ଇଶାନ କିଶାନଙ୍କ ଭଳି ଯୁବ ୱିକେଟକିପରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇପାରେ ।

କେଦାର ଯାଦବ: କେଦାର ଯାଦବଙ୍କ ସ୍ଥାନକୁ ନେଇ ମଧ୍ୟ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି। ସେ ପ୍ରଥମେ ବୋଲିଂରେ କିଛି ଓଭର କରିଦେଉଥିଲେ , କିନ୍ତୁ ଏବେ ତାଙ୍କର ବୋଲିଂ ମଧ୍ୟ ଅବ୍ୟର୍ଥ ହେଉନାହିଁ। ବ୍ୟାଟିଂରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ହେଉ ନାହିଁ। ଏପରିକି ଘରୋଇ କ୍ରିକେଟରେ ମଧ୍ୟ ତାଙ୍କ ବ୍ୟାଟରୁ ରନ ହେଉନାହିଁ । ଯଦିଓ ତାଙ୍କର ଖରାପ ପ୍ରଦର୍ଶନ ସତ୍ବେ ଅଧିନାୟକ ବିରାଟ ସେମାନଙ୍କୁ ସମର୍ଥନ କରୁଛନ୍ତି କିନ୍ତୁ ରୋହିତ ଶର୍ମାଙ୍କୁ ଅଧିନାୟକତ୍ଵ ମିଳିଲେ କେଦାର ମଧ୍ୟ ନିଜର ସ୍ଥାନ ଦଳରୁ ହରେଈ ପାରନ୍ତି ।

ରୋହିତ ତାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ସାଥି ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇପାରନ୍ତି । ସୂର୍ଯ୍ୟକୁମାର ଯାଦବ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଏମିତିରେ ସେ ଭାରତୀୟ ଦଳ ନିମନ୍ତେ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରିବେ ।

ଶାର୍ଦ୍ଦୁଳ ଠାକୁର: ରୋହିତ ଶର୍ମାଙ୍କୁ ଅଧିନାୟକତ୍ଵ ମିଳିବାପରେ ଶାର୍ଦ୍ଦୁଳ ଠାକୁର  ମଧ୍ୟ ନିଜର ସ୍ଥାନ ହରେଈ ପାରନ୍ତି। ପ୍ରକୃତରେ, ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କର ଜମେଇକି ଧୁଲେଇ ହେଉଛି , କିନ୍ତୁ ଏହାସତ୍ବେ ଅଧିନାୟକ କୋହଲୀ ତାଙ୍କୁ ଚୁଡାନ୍ତ ଏକାଦଶରେ ଲଗାତାର ସୁଯୋଗ ଦେଉଛନ୍ତି । ହୋଇପାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ବ୍ୟାଟ ଦ୍ଵାରା କିଛି ଭଲ ସର୍ଟ ଖେଳିଛନ୍ତି, କିନ୍ତୁ ତାଙ୍କର ମୁଖ୍ୟ କାର୍ଯ୍ୟ ବୋଲିଂ ଅଟେ। ଯାହା ସେ ଭଲ କରିପାରୁନାହାନ୍ତି ।

9ୱାନଡେରେ ତାଙ୍କର ବୋଲିଂ କ୍ୟାରିଆର ଇକୋନୋମି 6.49ର ଅଟେ। ଏମିତିରେ ଏହା ବୁଝିବା ବହୁତ ମୁସ୍କିଲ ଅଟେ, ଯେ ତାଙ୍କୁ ବିରାଟ ଙ୍କ ଅଧିନାୟକତ୍ଵରେ ବାରମ୍ବାର କାହିଁକି ଚୟନ କରାଯାଉଛି। ଯଦିଓ ଯେବେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ଵ ମିଳିବ, ତ ଶାର୍ଦ୍ଦୁଳ ଠାକୁରଙ୍କର ଦଳରେ ସ୍ଥାନ ପାଇବା ବହୁତ ମୁସ୍କିଲ ହେବ ।

Leave a Reply

Your email address will not be published. Required fields are marked *