April 25, 2024

Odia Express

News For Public

ଜାଣନ୍ତୁ ଘରେ ସ୍ଵାମୀଙ୍କର ଚାଲିବ ନା ସ୍ତ୍ରୀଙ୍କର , ବୁଢା ଆଙ୍ଗୁଠି ର ପାଖ ଆଙ୍ଗୁଠିରୁ ଜାଣନ୍ତୁ ନିଜର ବ୍ୟବହାର….

1 min read

ଆମର ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କର ଶରୀରର ଅଙ୍ଗ ଓ ଲକ୍ଷଣକୁ ଦେଖି ତାହାର ବ୍ୟକ୍ତିତ୍ଵ ବିଷୟରେ ଜଣାପଡେ । କୁହାଯାଏ ଯେ ମନୁଷ୍ୟର ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ନିମନ୍ତେ ବିଶେଷ ଲକ୍ଷଣ କୁହାଯାଇଛି । ଅଙ୍ଗର ନିର୍ମାଣ ଶୈଳୀ , ଆକାର ଓ ରଙ୍ଗରୁ ବ୍ୟକ୍ତିତ୍ଵର ରହସ୍ୟ ମାଲୁମ ହୋଇଥାଏ ଓ ତାସହ ଭବିଷ୍ୟର ମଧ୍ୟ ସୂଚନା ମିଳିଥାଏ । ଆଜି ଆମେ ଆପଣଙ୍କୁ ଏହିପ୍ରକାର ସୂଚନା ଦେବାକୁ ଯାଉଛୁ ଯଦ୍ୱାରା ଆପଣ ସ୍ତ୍ରୀ କିମ୍ବା ପୁରୁଷର ପାଦର ଆକାର ଦେଖି ତାହାର ବ୍ୟବହାରର ଅନୁମାନ ଲଗେଇ ପାରିବେ । ଯାହାକି ଆମେ ସମସ୍ତେ ଜାଣନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଦର ଆକାର ଭିନ୍ନ ହୋଇଥାଏ ଓ ସେହି ଅନୁଯାୟୀ ଆଜି ଆମେ ଆପଣଙ୍କୁ ସୂଚନା ଦେବୁ ।

ପାଦରେ ବୁଢା ଆଙ୍ଗୁଠି ଲମ୍ବା ଓ ବାକି ଆଙ୍ଗୁଠି ଗୁଡିକ ଛୋଟ – ଏପରି ଲୋକେ ଥଣ୍ଡା ମିଜାଜର ହୋଇଥାନ୍ତି ଓ ଏମାନଙ୍କୁ ଯେକୌଣସି କାର୍ଯ୍ୟ ଥଣ୍ଡା ମସ୍ତିସ୍କରେ କରିବା ପସନ୍ଦ ହୋଇଥାଏ। ଏହି ଲୋକମାନେ କେବେ ମଧ୍ୟ ଏକଦମ ଭାବପ୍ରବଣ ହୁଅନ୍ତି ନାହିଁ । ଏହି ଲୋକମାନେ ଶାନ୍ତିପ୍ରିୟ ହୋଇଥିବାରୁ ଏମାନେ ବେଳେବେଳେ ଅଳସୁଆ ମଧ୍ୟ ହୋଇଯାନ୍ତି । କ୍ରୋଧ ବହୁତ କମ ଆସିଥାଏ ଏହି ଲୋକଙ୍କୁ । ପ୍ରେମ ମାମଲାରେ ପୂର୍ଣ୍ଣ ଭୂମିକା ନେଇଥାନ୍ତି ।

ପାଦରେ ବୁଢାଆଙ୍ଗୁଠି ଓ ତା ପାଖର ଦୁଇ ଅଙ୍ଗୁଳି ସମାନ ହୋଇଥିବ – ଯାହାଙ୍କର ପାଦର ବୁଢା ଆଙ୍ଗୁଠି ଓ ତାହାର ପାଖର ଦୁଇ ଆଙ୍ଗୁଠି ସମାନ ହୋଇଥିବ ଓ ଅନ୍ୟ ଆଙ୍ଗୁଠି ଗୁଡିକ ତାଠାରୁ ଛୋଟ ହୋଇଥାଏ ତେବେ ସେହି ବ୍ୟକ୍ତି କଠିନ ପରିଶ୍ରମ କଉରୁଥିବା ବ୍ୟକ୍ତି ହୋଇଥାନ୍ତି। ଏଭଳି ଲୋକ ନିଜର ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଏଭଳି ବ୍ୟକ୍ତି ଘରପରିବାରରେ ମଧ୍ୟ ନିଜର ଦାୟିତ୍ଵର ନିର୍ବାହ ଭଲରୂପେ କରନ୍ତି ।

ପାଦରେ ବୁଢା ଆଙ୍ଗୁଠି ପକ୍ଷର ଆଙ୍ଗୁଠି ବଡ ହୋଇଥିବ – ଏଭଳି ଲୋକ ଯେକୌଣସି କାର୍ଯ୍ୟ ଭିନ୍ନ ପ୍ରକାରରେ କରିବାକୁ ପସନ୍ଦ କରନ୍ତି । ଏମାନଙ୍କ କାର୍ଯ୍ୟର ପ୍ଲାନିଂ ବହୁତ ଅଲଗା ଓ ଶ୍ରେଷ୍ଠ ହୋଇଥାଏ। ଏମାନେ ସବୁବେଳେ ନିଜର ଯୋଜନା ବଳରେ ଏକ ବିଶେଷ ସ୍ଥାନ ପ୍ରାପ୍ତ ହୋଇଥାନ୍ତି । ଏତିକି ନୁହେଁ ଘରପରିବାରରେ ମଧ୍ୟ ଏହି ଲୋକଙ୍କୁ ବିଶେଷ ସୁଖ-ସୁବିଧା ପ୍ରାପ୍ତ ହୋଇଥାଏ। ଏମାନେ ନିଜର ଜୀବନରେ ବହୁତ ଖୁସି ରୁହନ୍ତି ଓ ନିଜର ପରିବାରକୁ ମଧ୍ୟ ଖୁସିରେ ରଖନ୍ତି ।

ପାଦର ବାକି ଆଙ୍ଗୁଠି ବୁଢା ଆଙ୍ଗୁଠିରୁ ଛୋଟ ହୋଇଥିବେ ମାନେ କ୍ରମାନ୍ଵୟରେ – ଏପରି ଲୋକମାନେ ଅନ୍ୟମାନଙ୍କ ଉପରେ ପ୍ରଭାବୀ ହେବାର ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ଅନ୍ୟ ଉପରେ ଅଧିକାର ଦେଖେଇଥାନ୍ତି । ଏହି ପ୍ରକାର ପାଦ ଥିବା ଲୋକେ ସବୁବେଳେ ଏହା ଚାହାନ୍ତି ଯେ ସବୁ ସ୍ଥାନରେ ଏମାନଙ୍କୁ ପୁରା ମାନସମ୍ମାନ ମିଳୁ ଓ ସମସ୍ତେ ତାଙ୍କର କଥା ମାନନ୍ତୁ ଏଥିପାଇଁ ଯେଉଁ ବ୍ୟକ୍ତି ଏମାନଙ୍କ ଇଛାର ଅନୁଯାୟୀ ଚାଲନ୍ତି ନାହିଁ ତ ଏମାନଙ୍କୁ କ୍ରୋଧ ଆସିଥାଏ। ପ୍ରେମ ମାମଲାରେ ଏମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି ଓ ବୈବାହିକ ଜୀବନରେ ପ୍ରାୟ ଦେଖିବାକୁ ମିଳିଥାଏ ଯେ ଏମାନଙ୍କ ଗୃହରେ ଏମାନଙ୍କର ଚାଲେ ପଛକେ ସେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ।

Leave a Reply

Your email address will not be published. Required fields are marked *