April 12, 2024

Odia Express

News For Public

ଏହି ୫ ଜଣ ଖେଳାଳୀ ଯିଏ ଭାରତୀୟ ଦଳରେ କେଦାର ଯାଦବଙ୍କ ଜାଗା ନେଇପାରିବେ , ନମ୍ବର ୧ ସବୁଠୁ ଅଧିକ ଦାବିଦାର ଅଟନ୍ତି – ଦେଖନ୍ତୁ କିଏ ସେ ମହାନ ଖେଳାଳି…

1 min read

ଭାରତୀୟ ଟିମ୍ ଙ୍କୁ ନ୍ୟୁଜିଲାଣ୍ତ ଗ୍ରସ୍ତ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱାନ୍ ଡେ ସିରିଜ୍ ଖେଳିବାର ଅଛି । ବିଶ୍ୱକପ୍ ପରେ ଭାରତୀୟ ଟିମ୍ ୱାନ୍ ଡେ ଭଲ ଖେଳ ଦେଖାଇଥିଲେ , କିନ୍ତୁ ନ୍ୟୁଜିଲାଣ୍ତ ଗ୍ରସ୍ତରେ ୩ ଟି ମ୍ୟାଚର ସିରିଜ୍ ରେ ୩-୦ ହାର୍ ସାମ୍ନା କରିବାକୁ ପଡିଥିଲା , ଟିମ୍ ରେ କେଦାର ଯାଦବ ଙ୍କ ପ୍ରଦର୍ଶନ ଲଗାତାର ଖରାପ ରହିଥିଲା , ତାଙ୍କ ଜାଗାରେ ବି ପ୍ରଶ୍ନ ଉଠିଥିଲା , ଦକ୍ଷିଣ ଆଫ୍ରିକା ସିରିଜ୍ ରେ ସେ ଟିମ୍ ରୁ ବାହାରେ ଥିଲେ , ଆଜି ଆମେ ଆପଣଙ୍କୁ ୫ ଜଣ ଏମିତି ଖେଳାଳିଙ୍କ ବିଷୟରେ ଅବଗତ କରାଇବୁ ଯିଏକି ଟିମ୍ ରେ ତାଙ୍କ ଜାଗା ନେଇପାରିବେ ।

୫) ନିତିଶ୍ ରାଣା : ଦିଲ୍ଲୀର ଯୁବା ବ୍ୟାଟ୍ସମ୍ୟାନ୍ ନିତିଶ୍ ରାଣା ଙ୍କୁ ଭାରତୀୟ ଟୀମ୍ ରେ କେଦାର୍ ଯାଦବଙ୍କ ଜାଗାରେ ସାମିଲ୍ କରାଯାଈପାରିବ , ତାଙ୍କୁ ଦିଲ୍ଲୀ ଓ ଆଇପିଏଲ୍ ରେ କେକେଆର୍ ପାଇଁ ମଧ୍ୟକ୍ରମରେ ଲଗାତାର୍ ରନ୍ ବନାଇବାର ଅଛି , ବ୍ୟାଟିଙ୍ଗ୍ ସହ ରାଣା ବୋଲିଙ୍ଗ୍ ରେ ବି ଯାଦୁ ଦେଖାଇପାରିବେ , ଆଇପିଏଲ୍ ରେ ଦରକାର ପଡିଲେ ସେ ବୋଲିଙ୍ଗ୍ କରିପାରିବେ । ୫୦ ଲିଷ୍ଟ ଏ ପାରିରେ ସେ ବ୍ୟାଟ୍ ରୁ ୩୭,୬୦ ଓସତ ଓ ୮୧,୯୭ ଷ୍ଟ୍ରାଇକ୍ ରେଟ୍ ରୁ ୧୫୪୨ ରନ୍ କରିଥିଲେ , ଏଥିରେ ୨ ଟି ଶତକ ସହ ୯ ଟି ଅର୍ଦ୍ଧଶତକ କରିଛନ୍ତି , ଏହା ସହ ବୋଲିଙ୍ଗ୍ ରେ ସେ ୪,୫୨ ଇକୋନୋମିରେ ରନ୍ ଦେଇକରି ୩୧ ଟି ୱିକେଟ୍ ଦେଇଛନ୍ତି , ତାଙ୍କୁ ଭାରତୀୟ ଟୀମ୍ ରେ ସାମିଲ୍ କରାଯାଈପାରିବ । ସେ ବୋଲିଙ୍ଗ୍ ପାଇଁ ଏକ ଭଲ ବିକଳ୍ପ ହୋଇପାରନ୍ତି ।

୪) ଅକ୍ଷର ପଟେଲ୍ : କେଦାର୍ ଯାଦବଙ୍କ ଜାଗାରେ ଅକ୍ଷର ପଟେଲ୍ ବି ଶାନଦାର୍ ବିକଳ୍ପ ଅଛି , ସେ ବୋଲିଙ୍ଗ୍ କରିବାର ସହ ଶାନଦାର୍ ବ୍ୟାଟିଙ୍ଗ୍ ବି କରନ୍ତି , ଗତ କିଛି ସମୟରୁ ସେ ବ୍ୟାଟୀଙ୍ଗ୍ ଭଲ କରିଛନ୍ତି , ଇଣ୍ତିଆ ପାଇଁ ସେ ବହୁତ ମ୍ୟାଚରୁ ବଡ ପାରି ଖେଳିଛନ୍ତି , ୨୦୧୭ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ସେ ଭାରତ ପାଇଁ ଅନ୍ତିମ ୱାନ୍ ଡେ ଖେଳିଥିଲେ , ୨୦ ଟି ପାରିରୁ ସେ ୧୮୧ ରନ୍ କରିଛନ୍ତି , ୯୨ ଲିଷ୍ଟ ଏ ପାରିରୁ ଅକ୍ଷର ପଟେଲ୍ ୩୦ ଓସତରୁ ୨୦୩୬ ରନ୍ କରିଛନ୍ତି , ତାଙ୍କର ଷ୍ଟ୍ରାଇକ୍ ରେଟ୍ ୯୭,୦୪ ରହିଛି , ଏହା ସହ ୧୩୩ ଲିଷ୍ଟ ଏ ମ୍ୟାଚରୁ ସେ ୪,୨୬ ଇକୋନୋମିରେ ରନ୍ ଦେଇକରି ୧୬୯ ୱିକେଟ୍ ବାହାର କରିଛନ୍ତି , ସେ ଆସିଲେ ଭାରତୀୟ ଟିମ୍ ପାଖରେ ୧୦ ଓଭର ପକାଉଥିବା ୬ ନମ୍ବର ବୋଲର୍ ହୋଇପାରିବେ ।

୩) କୁର୍ଣ୍ଣାଲ୍ ପାଣ୍ତିଆ : ବଡୋଦୋରା ଓ ମୁମ୍ବାଈ ଇଣ୍ତିଆନ୍ସ ର ଅଲରାଊଣ୍ତର କୁର୍ଣ୍ଣାଲ୍ ପାଣ୍ତିଆ ବି କେଦାର ଯାଦବଙ୍କ ବିକଳ୍ପ ହୋଇପାରିବେ , ସେ ଭାରତ ପାଈଁ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି , କିନ୍ତୁ ୱାନ୍ ଡେ ଖେଳିବାର ମଉକା ପାଇନାହାନ୍ତି , ଇଣ୍ତିଆ ଏ ୱାନ୍ ଡେ ଟିମ୍ ରେ କୁର୍ଣ୍ଣାଲ୍ ଲଗାତାର ଭାଗ ନେଇଛନ୍ତି,  ଏବେ ନ୍ୟୁଜିଲାଣ୍ତ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା,  ସେ ଏବେ ପର୍ଯ୍ୟନ୍ତ ୬୧ ଲିଷ୍ଟ ଏ ମ୍ୟାଚରୁ ୩୧,୯୦ ଓସତ ଓ ୮୩,୪୨ ଷ୍ଟ୍ରାଇକ୍ ରେଟ୍ ରୁ ୧୫୯୫ ରନ୍ କରିଛନ୍ତି , ସେ ୯ ଟି ଅର୍ଦ୍ଧଶତକ ସାମିଲ୍ ଅଛି , ବୋଲିଙ୍ଗ୍ ରେ ୪,୯ ଇକୋନୋମିରୁ ରନ୍ ଦେଇକରି ୭୫ ଟି ୱିକେଟ୍ ହାସିଲ୍ କରିଛନ୍ତି , ମୁମ୍ବାଇ ଇଣ୍ତିଆନ୍ସ ପାଇଁ ସେ ଲଗାତାର ଫିନିସର୍ ଭୁମିକା ନିଭାଇଛନ୍ତି , ଏହି କାରଣରୁ ଭାରତୀୟ ୱାନ୍ ଡେ ଟୀମ୍ ରେ ତାଙ୍କୁ ସାମିଲ୍ କରାଯାଈପାରିଛି ।

୨) ୱାଶିଙ୍ଗଟନ୍ ସୁନ୍ଦର : ଭାରତୀୟ ଟୀମ୍ ପାଇଁ ୱାସିଙ୍ଗଟନ୍ ସୁନ୍ଦର କେବଳ ଟି ଟ୍ୱେଣ୍ଟି ହିଁ ଖେଳିଛନ୍ତି , ୨୦୧୭ ରେ ଶ୍ରୀଲଙ୍କା ବିପକ୍ଷରେ ସେ ଡେବ୍ୟୁ କରିଥିଲେ,  କିନ୍ତୁ ପରେ ସେ ଟିମ୍ ରୁ ବାହାରେ ରହିଥିଲେ,  ନ୍ୟୁଜିଲାଣ୍ତ ବିପକ୍ଷରେ ସେ ଟି ଟ୍ୱେଣ୍ଟିରେ ଟିମ୍ ରେ ଥିଲେ,  ସେ ପୁର୍ବରୁ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ରେ ସେ ଟିମ୍ ସହ ଥିଲେ , ଭାରତୀୟ ଟିମ୍ ରେ ବ୍ୟାଟିଙ୍ଗ୍ କରିବାକୁ ବହୁତ କମ୍ ମଉକା ମିଳେ , କିନ୍ତୁ ଘରୋଇ ମ୍ୟାଚରେ ଶାନଦାର୍ ବ୍ୟାଟିଙ୍ଗ୍ କରନ୍ତି , ଏବେ ପର୍ଯ୍ୟନ୍ତ ଖେଳିଥିବା ୩୯ ଲିଷ୍ଟ ଏ ମ୍ୟାଚରୁ ସେ ୨୪ ଟି ୱିକେଟ୍ ପାଇଛନ୍ତି , ଏହା ସହ ୨୦,୩୩ ଓସତରୁ ୪୨୭ ରନ୍ କରିଛନ୍ତି , ଭାରତ ପାଇଁ ବ୍ୟାଟରୁ  ସେ ତାଙ୍କ ପ୍ରତିଭା ଦେଖାଇବାର କମ୍ ମଉକା ମିଳିଥିଲା ।

୧) ସୁର୍ଯ୍ୟକୁମାର ଯାଦବ : କେଦାର ଯାଦବଙ୍କ ଜାଗାରେ ଫିନିସର୍ ରୁପରେ ସୂର୍ଯ୍ୟକୁମାର ଯାଦବଙ୍କୁ ନିଆଯାଈପାରିବ , ସେ ମୁମ୍ବାଇ ପାଇଁ ଘରୋଇ ମ୍ୟାଚରେ ଲଗାତାର ରନ୍ କରିଛନ୍ତି , ନ୍ୟୁଜିଲାଣ୍ତ ବିପକ୍ଷର ୱାନ୍ ଡେ ସିରିଜ୍ ପାଇଂ ସେ ଇଣ୍ତିଆ ଟିମ୍ ରେ ଖେଳିବାର୍ ମଉକା ପାଇଥିଲେ,  ସୁର୍ଯ୍ୟ ମଇଦାନର ଚାରିପଟୁ ସର୍ଟ ଖେଳିପାରିବେ , ଏହି କାରଣରୁ ସେ ଟିମ୍ ର ଅନ୍ତିମ ଓଭରରେ ବହୁତ ଘାତକ ବ୍ୟାଟୀଙ୍ଗ୍ କରନ୍ତି , ୨୦୧୦ ରେ ମୁମ୍ବାଇ ପାଇଁ ପ୍ରଥମ ଲିଷ୍ଟ ଏ ମ୍ୟାଚ୍ ଖେଳିଥିବା ସୁର୍ଯ୍ୟକୁମାର ଯାଦବ ଏବେ ୮୨ ଟି ପାରିରୁ ୩୫,୪୬ ଓସତ ରୁ ଓ ୯୯,୬୩ ଷ୍ଟ୍ରାଇକ୍ ରେଟ୍ ରୁ ୨୪୪୭ ରନ୍ କରିଛନ୍ତି , ତାଙ୍କର ବଡ ସ୍କୋର୍ ନାବାଦ୍ ୧୩୪ ରନ ରହିଥିଲା,  ତେଜିରୁ ଅଧିକା ରନ୍ କରିବାର ସହ ସେ ବ୍ୟାଟିଙ୍ଗ୍ ବି କରିନିଅନ୍ତି ଆଇପିଏଲ୍ ୨୦୧୯ ରେ ମୁମ୍ବାଇ ଇଣ୍ତିଆନ୍ସ ପାଇଁ ସେ ଏମିତି କରିଥିଲେ ।

Leave a Reply

Your email address will not be published. Required fields are marked *