ଭୀମଙ୍କ ଗଦାରେ ନିର୍ମିତ ଏହି ଯାଦୁକରୀ କୁଣ୍ଡର ରହସ୍ୟ ଜାଣିବାରେ ବୈଜ୍ଞାନିକ ମଧ୍ୟ ଫେଲ ହେଲେ – ବିପଦ ଆସିବା ଆଗରୁ କରିଥାଏ ଭବିଷ୍ୟବାଣୀ…

ହିନ୍ଦୁଧର୍ମର ଇତିହାସ ସମସ୍ତ ଧର୍ମ ତୁଳନାରେ ସବୁଠାରୁ ବଡ ଓ ପୁରାତନ ଅଟେ। ଏହା ଭିତରେ କୁହାଯାଇଥିବା ପ୍ରାଚୀନ ଗାଥାର ପ୍ରମାଣ ଆଜି ମଧ୍ୟ ଦେଖିବାକୁ ମିଳିଥାଏ। ହୋଇପାରେ ତାହା ସମୁଦ୍ରରେ ମିଳିଥିବା ରାମାୟଣ ସମୟର ପଥର ନିର୍ମିତ ବନ୍ଧ କିମ୍ବା ଶ୍ରୀଲଙ୍କାରେ ଦେଖାଯାଇଥିବା ହନୁମାନଙ୍କର ବିଶାଳ ପାଦର ଚିହ୍ନ। ପ୍ରାଚୀନ ଗାଥା ସହିତ ଜଡିତ ଅନେକ ସ୍ଥଳ ଭାରତରେ ସ୍ଥାନ ସ୍ଥାନରେ ପର୍ଯ୍ୟଟନ ସ୍ଥଳ ରୂପରେ ପ୍ରସିଦ୍ଧ ଅଟେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଗାଥା ସହିତ ଜଡିତ ଏକ ଏପରି ସ୍ଥାନ ବିଷୟରେ ଜଣେଇବାକୁ ଯାଉଛୁ ଯାହା ବହୁତ ରହସ୍ୟମୟୀ ଅଟେ। ଏହାର ରହସ୍ୟ କିମ୍ବା ଚମତ୍କାର ଏତେ ଅଦ୍ଭୁତ ଅଟେ ଯେ ବୈଜ୍ଞାନିକ ମଧ୍ୟ ଏହାର ସମାଧାନ କରିପାରିନାହାନ୍ତି ।

ପ୍ରକୃତରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଏପରି ରହସ୍ୟମୟୀ କୁଣ୍ଡ ଅଛି ଯାହା ଯେକୌଣସି ପ୍ରକୃତିକ ବିପଦ ଆସିବା ମାତ୍ରେ ସଂକେତ ଦେଇ ଲୋକଙ୍କୁ ସତର୍କ କରିଦିଏ। ଏତିକି ନୁହେଁ ଏହି କୁଣ୍ଡର ଗଭୀରତା ଏତେ ଅଧିକ ଯେ ଏହାକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ମାପି ପାରିନାହାନ୍ତି। ତେବେ ଆସନ୍ତୁ ବିସ୍ତାର ପୂର୍ବକ ଜାଣିବା କଣ ଅଟେ ଏହି ଯାଦୁକରୀ କୁଣ୍ଡର ରହସ୍ୟ

ପ୍ରକୃତରେ ଏହି କୁଣ୍ଡର ବର୍ଣ୍ଣନା ଆମର ପୁରାଣ ରେ ‘ନୀଳକୁଣ୍ଡ’ ନାମରେ କରାଯାଇଛି। କଥା ପ୍ରକୃତରେ ମହାଭାରତ ସମୟର ଅଟେ। ଏହି ସମୟରେ ପାଞ୍ଚ ପାଣ୍ଡବ ଓ ଦ୍ରୌପଦୀଙ୍କର ବୁନ୍ଦେଲଖଣ୍ଡ ସହିତ ଗଭୀର ସମ୍ପର୍କ ଥିଲା । ନିଜର ଅଜ୍ଞାନ୍ତବାସ ସମୟରେ କିଛି ସମୟ ସେମାନେ ଏହି କ୍ଷେତ୍ରରେ ମଧ୍ୟ କଟେଇଥିଲେ। ଏହି ସ୍ଥାନର ପ୍ରମାଣ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାଠାରୁ 80କିଲୋମିଟର ଦୂରରେ ଘନ ଜଙ୍ଗଲ ମଧ୍ୟରେ ବାସନା ପ୍ରାନ୍ତ ପାଖରେ ନିର୍ମିତ ଭୀମକୁଣ୍ଡ ରୂପରେ ଦେଖିବାକୁ ମିଳିଥାଏ।

ଭୀମଙ୍କ ଗଦାରେ ନିର୍ମିତ ଅଟେ ଏହି କୁଣ୍ଡ – ଦୁର୍ଲଭ ବନସ୍ପତି ଓ ବୃକ୍ଷରାଜି ବେଷ୍ଟିତ ଏହି ଭୀମକୁଣ୍ଡ ବିଷୟରେ ଏକ କାହାଣୀ ବହୁତ ପ୍ରଚଳିତ ରହିଛି। ଏପରି କୁହାଯାଏ ଯେ ନିଜର ଅଜ୍ଞାନ୍ତବାସ ସମୟରେ ଥରେ ଦ୍ରୌପଦୀଙ୍କୁ ବହୁତ ଜୋରରେ ତୃଷା ଲାଗିଲା। ସେହି ସମୟରେ ତାଙ୍କର ତୃଷା ନିବାରଣ ନିମନ୍ତେ ଆଖପାଖରେ କୌଣସି ନଦୀ କିମ୍ବା ପୋଖରୀ ନଥିଲା। ଏମିତିରେ ଭୀମ ନିଜର ଗଦା ଦ୍ଵାରା ଭୂମି ଉପରେ ତୀବ୍ର ପ୍ରହାର କଲେ। ଭୀମଙ୍କ ପ୍ରହାରରେ ଭୂମି ଉପରେ ବହୁତ ଗଭୀର ଗର୍ତ୍ତ ହୋଇଗଲା ଏବଂ ପାଣିର ଏକ ଧାରା ବାହାରି ଆସିଲା। ଏହି ପାଣିରେ ଦ୍ରୌପଦୀ ନିଜର ତୃଷା ନିବାରଣ କରିଥିଲେ। ସେବେଠାରୁ ଏହି ସ୍ଥାନ ଭୀମକୁଣ୍ଡ ନାମରେ ବିଖ୍ୟାତ ହୋଇଛି ।

ବିପଦ ପୂର୍ବରୁ ସତର୍କ କରିଥାଏ – ଭୀମକୁଣ୍ଡର ଖାସ କଥା ଏହା ଯେ ଏହି ଏସିଆ ମହାଦ୍ଵୀପରେ ଆସୁଥିବା କୌଣସି ବି ପ୍ରକୃତିକ ବିପଦର ସୂଚନା ପ୍ରଥମେ ଦେଇଦେଇଥାଏ । ଯେବେ ମଧ୍ୟ ଏହି କ୍ଷେତ୍ରରେ ବିପଦ ଆସିବାର ଥାଏ ତେବେ ଏହି କୁଣ୍ଡର ଜଳ ସ୍ତର ଆପେଆପେ ବଢିବାରେ ଲାଗେ। ଉଦାହରଣ ନିମନ୍ତେ ନୋଏଡା ଓ ଗୁଜୁରାଟରେ ଆସିଥିବା ଭୂକମ୍ପ ପୂର୍ବରୁ ଏହି କୁଣ୍ଡର ଜଳ ସ୍ତର ଆପେ ଆପେ ବଢିଯାଇଥିଲା । ଯେବେ ସୁନାମୀ ଆସିଥିଲା ତ ଏହାର ପୂର୍ବରୁ ଏହି କୁଣ୍ଡର ଜଳ ସ୍ତର 15ଫୁଟ ପର୍ଯ୍ୟନ୍ତ ବୃଦ୍ଧିପାଇଥିଲା । ଏହି ପ୍ରକାର ଭୌଗୋଳିକ ଘଟଣା ସହ ସମ୍ବନ୍ଧିତ ବିପଦର ସୂଚନା ଏହି କୁଣ୍ଡ ଆଗୁଆ କରିବାରେ ସକ୍ଷମ ଅଟେ।

କେହି ମାପି ପାରିନାହାନ୍ତି ଏହି କୁଣ୍ଡର ଗଭୀରତା – ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି କୁଣ୍ଡର ସଠିକ ଗଭୀରତାକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ମାପି ପାରିନାହାନ୍ତି । ଏହି କୁଣ୍ଡର ଗବେଷଣା କରିବା ନିମନ୍ତେ ଡ଼ିସକଭରି ଚାନେଲର ଏକ ଦଳ ମଧ୍ୟ ଆସିଥିଲେ। ଏହି ଲୋକମାନେ କୁଣ୍ଡର ଗଭୀରତା ମାପିବାକୁ ଚାହିଁଲେ । କିନ୍ତୁ ଯେବେ ଏହି ଲୋକମାନେ କୁଣ୍ଡରେ ପ୍ରବେଶ କଲେ ତ ଅନେକ ଦୂର ପର୍ଯ୍ୟନ୍ତ ଗଭୀରକୁ ଯିବାପରେ ମଧ୍ୟ ଏମାନେ ଭୂମିର ତଳ ଦେଖିପାରିଲେ ନାହିଁ । ଶେଷରେ ଦଳ ହାର ମାନି ଫେରିଗଲେ ।

Leave a Reply

Your email address will not be published. Required fields are marked *