March 25, 2024

Odia Express

News For Public

କୋରନାରୁ ରକ୍ଷା – ୩ ମିନିଟ୍ ରେ ହିଁ ଘରେ ବନାଇପାରିବେ ହ୍ୟାଣ୍ତ ସ୍ୟାନିଟାଇଜର୍ ଜେଲ୍ , ଜାଣନ୍ତୁ ବନାଇବାର ବିଧି…

ଦୁନିଆଁ ସାରା କୋରନା ଭାଇରସ୍ ର ଆତଙ୍କ ବ୍ୟାପିବାରେ ଲାଗିଛି , ଓ ଏହି ଭାଇରସ୍ ରୁ ବଞ୍ଚିବାପାଇଁ ଲଗାତାର ନିଜ ହାତକୁ ସଫା ରଖିବାକୁ କୁହାଯାଉଛି । ୱାର୍ଲଡ୍ ହେଲଥ୍ ଅର୍ଗାନାଇଜେସନ୍ ଅନୁସାରେ ଏହି ଭାଇରସ୍ ରୁ ରକ୍ଷା କରିବାପାଇଁ ନିଜ ହାତକୁ ବେଶୀ ଧ୍ୟାନ ଦିଆଯାଉଛି , ସବୁ ୨୦ ମିନିଟ୍ ପରେ ନିଜ ହାତକୁ ସାବୁନ୍ କିମ୍ବା ସାନିଟାଇଜର୍ ରେ ସଫା କରନ୍ତୁ , କିନ୍ତୁ ଗୋଟେ ଦମରେ ସାନିଟାଇଜର୍ ଡିମାଣ୍ତ ବଢିବାପରେ ବଜାରରେ ତାହା ଭରପୁର ପରିମାଣରେ ମିଳିପାରୁନି , ଯାହାର କାରଣରୁ ଲୋକେ ବେଶୀ ଚିନ୍ତା ପ୍ରକଟ କରୁଛନ୍ତି , ସ୍ୟାନିଟାଇଜର୍ ଆପଣ ନିଜେ ଘରେ ବନାଇପାରିବେ ଏହା ତିଆରି କରିବା ବିଲକୁଲ୍ ସହଜ ଅଟେ ।

ଆଲୋବେରା ଜେଲ୍ ଦ୍ୱାରା ସ୍ୟାନିଟାଇଜର୍ ବନାଇବାର ବିଧି : –

ଏହି ତିନୋଟି ଜିନିଷର ଦରକାର ପଡିବ , ୧) ଆଇସୋପ୍ରୋପିଲ୍ ଆଲକୋହଲ୍, ୨) ଆଲୋବେରା ଜେଲ୍, ୩) ଟି ଟ୍ରି ଅୟେଲ୍ । ଆଲୋବେରା ଜେଲ୍ ଭିତରେ ଆଇସୋପ୍ରୋପିଲ୍ ଆଲକୋହଲ୍ ମିଶାଇଦିଅନ୍ତୁ , ଏହି ମିଶ୍ରଣରେ ଆଲୋବେରା ଜେଲ୍ ମାତ୍ରା ଏକ ଭାଗ ହେବା ଜରୁରି, ଓ ଆଇସୋପ୍ରୋପିଲ୍ ତିନି ଭାଗ ହେବା ଦରକାର , ଏହି ମିଶ୍ରଣକୁ ବାସ୍ନାଯୁକ୍ତ ବନାଇବାପାଇଁ ଏଥିରେ ଟିକିଏ ଟୀ ଟ୍ରି ଅୟେଲ୍ ମିଶାଇଦିଅନ୍ତୁ , ଆପଣଙ୍କୁ ସହଜରେ ଟି ଟ୍ରି ଅୟେଲ୍ ମିଳିଯିବ , ଏହି ମିଶ୍ରଣକୁ ଭଲ ଭାବେ ମିକ୍ସ କରନ୍ତୁ , ଏହି ତିନୋଟି ଜିନିଷକୁ ମିକ୍ସ କରି ଏକ ସ୍ପ୍ରେ ବୋତଲରେ ପକାଇଦିଅନ୍ତୁ , ଓ ଯେବେ ଦରକାର ପଡିବ , ଏହାକୁ ପ୍ରୟୋଗ କରନ୍ତୁ ।

ଗ୍ଲିସରୋଲ୍ ଦ୍ୱାରା ସ୍ୟାନିଟାଇଜର୍ ବନାଇବାର ବିଧି : ଏହି ତିନୋଟି ଜିନିଷ ଦରକାର ପଡିବ । ୧) ଆଇସୋପ୍ରୋପିଲ୍ ଆଲକୋହଲ୍ , ୨) ଗ୍ଲିସରୋଲ୍ ୩) ହାଇଡ୍ରୋଜେନ୍ ପ୍ୟାରାକସାଇଡ୍ , ୪) ଡିଷ୍ଟିଲଡ୍ ୱାଟର୍ ।

ଆଇସୋପ୍ରୋପିଲ୍ ଆଲକୋହଲ୍ ରେ ଦୁଇ ଚାମଚ ଗ୍ଲିସରୋଲ୍ ମିଶାଇଦିଅନ୍ତୁ , ତାହାପରେ ଏଥିରେ ଗୋଟିଏ ଚାମଚ ହାଇଡ୍ରୋଜେନ୍ ପ୍ୟାରାକସାଇଡ୍ ଓ ଏକ ଚତୁର୍ଥାଂଶ ପାଣି ମିଶାଇଦିଅନ୍ତୁ , ଏହି ଜିନିଷଗୁଡିକ ଭଲ ଭାବେ ମିକ୍ସ କରିଦିଅନ୍ତୁ , ଏହି ମିଶ୍ରଣରୁ ବାସ୍ନା ଆସିବାପାଇଁ ଏଥିରେ ଆଇସୋପ୍ରୋପିଲ୍ ଅୟେଲ୍ ବି ମିଶାଇଦିଅନ୍ତୁ , ଏହାର ସଲ୍ୟୁସନ୍ କୁ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ , ଓ ସ୍ୟାନିଟାଇଜର୍ ହିସାବରେ ପ୍ରୟୋଗରେ ବ୍ୟବହାର କରନ୍ତୁ ।

ମନେ ରଖନ୍ତୁ କି ଏହାକୁ ବନାଇବା ସମୟରେ ଆଲକୋହଲ୍ ପ୍ରୟୋଗ ନିଶ୍ଚିତ କରନ୍ତୁ , କାରଣ ଆଲକୋହଲ୍ ସାହାଯ୍ୟରେ ଭାଇରସ୍ କୁ ଶେଷ କରାଯାଇପାରିବ , ସେଣ୍ଟରସ୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ତ ପ୍ରିଭେସନ୍ ତରଫରୁ କରାଯାଈଥିବା ରିସର୍ଚ୍ଚରେ ମାନାଯାଇଛି କି ସ୍ୟାନିଟାଇଜର୍ ପ୍ରଭାବଶାଳି ହୋଇଥାଏ , ଯେବେ କମ୍ ସେ କମ୍ ୬୦ ପ୍ରତିଶତ ଆଲୋକହଲ୍ ପ୍ରୟୋଗ୍ କରାଯାଏ , ବହୁତ କମ୍ପାନୀଗୁଡିକ ସ୍ୟାନିଟାଇଜର୍ ବନାଇବାପାଇଁ ୯୯ ପ୍ରତିଶତ ଆଇସୋପ୍ରୋପିଲ୍ ଆଲକୋହଲ୍ ପ୍ରୟୋଗ କରନ୍ତି ।

ସାବଧନତା ରଖନ୍ତୁ ଏହି ଜିନିଷଗୁଡିକରେ : ସ୍ୟାନିଟାଇଜର୍ ପ୍ରୟୋଗ ତେବେ କରନ୍ତୁ ଯେବେ ହାତର୍ରେ ମାଟି କିମ୍ବା ଧୁଳିନଥିବ , କାରଣ ମଇଳା ହାତରେ ସ୍ୟାନିଟାଇଜର୍ ଲଗାଇଲେ ଏହାର କିଛି ଫାଈଦା ହୋଇନଥାଏ । ଯେବେ ଆପଣ ବାହାରକୁ ଯିବେ କିଛି ଖାଇବା ପୁର୍ବରୁ ସ୍ୟାନିଟାଇଜର୍ ପ୍ରୟୋଗ୍ କରନ୍ତୁ , ଲୋକଙ୍କ ଠାରୁ ହାତ ମିଶାଇବାରୁ ଦୂରେଇରୁହନ୍ତୁ , ଦୁରତା ବନାଇରଖନ୍ତୁ , ଯେବେ ଭିଡ ବାଲା ଜାଗାରେ ଯିବେ ତେବେ ମାକ୍ସ ଲଗାଇବେ , ଘରକୁ ଆସିବାପରେ ସବୁଠାରୁ ପ୍ରଥମେ ହାତକୁ ସାବୁନ୍ ରେ ଧୁଅନ୍ତୁ , କାରଣ ଭାଇରସ୍ ହାତର ଜରିଆରେ ଶରୀରର ଭିତରେ ଅଧିକ ପ୍ରବେଶ କରିଥାଏ , ତିନି ବର୍ଷର ଛୋଟ ଛୁଆଙ୍କୁ ସ୍ୟାନିଟାଇଜର୍ ଲଗାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *