March 28, 2024

Odia Express

News For Public

ରାତିରେ ଦୁଇଟି ଗୁଜୁରାତି ଖାଇ ଗରମ ପାଣି ପିଇବା ଦ୍ଵାରା ହୋଇଥାଏ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ….

1 min read

ଗୁଜୁରାତି ପ୍ରତି ଘରେ ରୋଷେଇରେ ମିଳିଯାଏ। କିଏ ଏହାର ଉପଯୋଗ ମସଲା ରୂପରେ କରନ୍ତି, କିଏ ଏହାକୁ ଚା କିମ୍ବା କ୍ଷୀରରେ ପକେଇ ସ୍ଵାଦ ବଢେଇଥାନ୍ତି ତ କିଏ ଏହାକୁ ମୁଖବାସ ରୂପରେ ବ୍ୟବହାର କରନ୍ତି। କିନ୍ତୁ ଗୁଜୁରାତିର ଗୁଣ ଓ ପ୍ରୟୋଗ କେବଳ ଏତିକିରେ ସମାପ୍ତ ହୁଏ ନାହିଁ । ଏହାକୁ ଯଦି ସଠିକ ରୂପରେ ବ୍ୟବହାର କରାଯାଏ ତେବେ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ଦେଖିବାକୁ ମିଳିଥାଏ ।

ରାତିରେ ଦୁଇଟି ଗୁଜୁରାତି ଖାଇ ପିଅନ୍ତୁ ଗରମ ପାଣି – ଗୁଜୁରାତିର ଗୁଣର ଭଲ ରୂପେ ଲାଭ ଉଠେଇବା ନିମନ୍ତେ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଦୁଇଟି ଗୁଜୁରାତି ଖାଇବାକୁ ହେବ। ଏହାପରେ ଆପଣାକୁ ଏକ ଗ୍ଲାସ ଗରମ ପାଣି ପିଇବାକୁ ହେବ । ଏବେ ଆପଣ ଭାବୁଥିବେ ଯେ ଏପରି କରିବା ଦ୍ଵାରା ମୋର କଣ ଲାଭ ହେବ? ତେବେ ଆସନ୍ତୁ ବିଳମ୍ବ ନକରି ଆପଣଙ୍କୁ ସମସ୍ତ ଲାଭ କହିଦେଉଛୁ ।

ଓଜନ କମ କରେ: ଯଦି ଆପଣ ନିଜର ବଢୁଥିବା ପେଟ ଓ ଶରୀରରେ ଜମିଥିବା ଅତିରିକ୍ତ ଚର୍ବି ଯୋଗୁ ଚିନ୍ତିତ ଅଟନ୍ତି ଓ  ଓଜନ କମେଇବାକୁ ଚାହାନ୍ତି ତ ଆଜିଠାରୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି ଖାଇ ଗରମ ପାଣି ପିଇବା ଆରମ୍ଭ କରିଦିଅନ୍ତୁ। ଗୁଜୁରାତିରେ ଥିବା ପୋଟାସିୟମ, ମଗ୍ନେସିଆମ , ଭିଟାମିନ d, ଭିଟାମିନ ବି1, ଭିଟାମିନ ବି6 ଓ ଭିଟାମିନ ସି ଆପଣଙ୍କ ଅତିରିକ୍ତ ଚର୍ବି ତରଳେଇ ଦେଇଥାଏ। ଓ ଏଥିରେ ଉପସ୍ଥିତ ଫାଇବର ଓ କ୍ୟାଲସିୟମ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

କେଶ ଝଡିବା କମ କରେ: ଆଜିର ବ୍ୟସ୍ତ ଲାଇଫଷ୍ଟାଇଲ , ଭୁଲ ଖାଦ୍ୟପେୟ ଓ ବଢୁଥିବା ବାୟୁ ପ୍ରଦୂଷଣ କାରଣରୁ କେଶ ଝାଡିବାର ସମସ୍ୟା ବହୁତ ଅଧିକ ବଢିଯାଇଛି। ଏମିତିରେ ଦୁଇଟି ଗୁଜୁରାତି ରାତିରେ ଖାଇବା ପରେ ଓ ପାଣି ପିଇବା ଦ୍ଵାରା ମୂଳ ମଜବୁତ ହୋଇଥାଏ। ଏହା ସହିତ ରୁପି ସମସ୍ୟା ମଧ୍ୟ କମ ହୋଇଯାଏ ଯାହା କେଶକୁ ଝାଡିବାର ପ୍ରମୁଖ କାରଣ ହୋଇଥାଏ। ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ହୋଇଯାଉଛି ତ ଏହି ପ୍ରୟୋଗ ଦ୍ଵାରା କେଶ କଳା ହେବାରେ ମଧ୍ୟ ସହାୟତା କରିଥାଏ ।

ପାଚନ ତନ୍ତ୍ର ମଜବୁତ ହୋଇଥାଏ: ଯଦି ଆପଣ ନିୟମିତ ରୂପେ ରାତିରେ ଦୁଇଟି ଗୁଜୁରାତି ଖାଇବା ପରେ ଗରମ ପାଣି ପିଇବା ଜାରି ରଖନ୍ତି ତେବେ ଏହାଦ୍ବାରା ଆପଣଙ୍କ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଏହି ପ୍ରୟୋଗ ଦ୍ଵାରା ଅନ୍ତନାଳୀ ଓ କିଡ୍ନି ମଧ୍ୟ ପରିଷ୍କାର ହୋଇଯାଏ। ଯେଉଁ କାରଣରୁ ପୁରାତନ କବ୍ଜ ରୋଗ ମଧ୍ୟ ଠିକ ହୋଇଯାଏ।

ରକ୍ତ ପରିଷ୍କାର କରେ: ରାତିରେ ଦୁଇଟି ଗୁଜୁରାତି ଖାଇବା ପରେ ଗରମ ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର ରକ୍ତ ପ୍ରବାହ ଭଲ ହୋଇଥାଏ ଓ ତାସହ ଆପଣଙ୍କ ରକ୍ତ ଶୁଦ୍ଧ ହୋଇଯାଏ। ଏପରି ହେବା ଦ୍ଵାରା ଆପଣଙ୍କ ଶରୀରରେ ପୋଷକତତ୍ଵ ଅଭାବ ହୋଇନଥାଏ ଓ ତାସହ ରକ୍ତ ଶୁଦ୍ଧ ହେବା ଦ୍ଵାରା ଆପଣଙ୍କ ଚେହେରା ଚମକି ଉଠେ ।

Leave a Reply

Your email address will not be published. Required fields are marked *