April 13, 2024

Odia Express

News For Public

ୱାୟର ଫକ୍ଟୋରୀରେ ମୂଲ ଲାଗୁଥିଲେ ଏହି କ୍ରିକେଟରଙ୍କର ବାପା – ଆଜି ଅଟନ୍ତି କୋଟିକୋଟିର ମାଲିକ – ଦେଖନ୍ତୁ କିଏ ସେ ମହାନ ଖେଳାଳି…

1 min read

ଭାରତରେ କ୍ରିକେଟ ସବୁଠାରୁ ପସନ୍ଦର ଖେଳ ମଧ୍ୟରୁ ଗୋଟିଏ ଅଟେ । ଆମ ଦେଶରେ ଛୁଆଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟର ପାଗଳ ଅଟନ୍ତି ଏବଂ ଏହି କାରଣ ଅଟେ ଯେ ବହୁତ ଯୁବ ବାଳକ କ୍ରିକେଟରେ ନିଜର କ୍ୟାରିଆର ବନେଇବାର ଚିନ୍ତା କରୁଛନ୍ତି । କିନ୍ତୁ କ୍ରିକେଟ ଦୁନିଆରେ ସଫଳତା ହେବା ଏତେ ସହଜ ମଧ୍ୟ ନୁହେ। ଆଜିର ସମୟରେ କ୍ରିକେଟରେ ପ୍ରତିଯୋଗୀତା ଏତେ ବଢିଯାଇଛି ଯେ ବଡ ବଡ ଖେଳାଳିଙ୍କୁ ମଧ୍ୟ ଦଳରେ ସାମିଲ ହେବାର ସୁଯୋଗ ମିଳୁନାହିଁ । କ୍ରିକେଟରେ ସଫଳ ହେବାପାଇଁ ଧନୀ ଗରିବ ମୂଲ୍ୟ ରଖେ ନାହିଁ ପରନ୍ତୁ ଏଥିପାଇଁ ବହୁତ ପରିଶ୍ରମ ଏବଂ ପ୍ରତିଭା ରହିବା ଆବଶ୍ୟକ ହୋଇଥାଏ। ଭାରତର କ୍ରିକେଟ ଇତିହାସରେ ଏପରି ବହତ ଖେଳାଳି ଅଛନ୍ତି ଯେଉଁ ମାନଙ୍କ ପରିବାର ର ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ସତ୍ବେ ସେମାନେ ବଡ ସ୍ଥାନ ହାସିଲ କରିପାରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଖେଳାଳିଙ୍କ ବିଷୟରେ ଜଣେଇବୁ ଯେଇ ନିଜର ପରିଶ୍ରମ ଦ୍ଵାରା ଏହି ଖେଳରେ ନିଜର ନାମ କରିପାରିଛନ୍ତି ।

ଆମେ କହୁଛୁ ଏକ ଏପରି କ୍ରିକେଟ ଖେଳାଳିଙ୍କର ଯାହାର ପରିବାର ବହୁତ ଗରିବ ଥିଲା କିନ୍ତୁ ସେ ନିଜର ପ୍ରତିଭା ବଳରେ ବଡ ସ୍ଥାନ ହାସିଲ କରିଛନ୍ତି । ଏହି ଖେଳାଳିଙ୍କର ନାମ ନାଥୁ ସିଂହ ଜିଏକି ରାଜସ୍ଥାନରୁ ଅଟନ୍ତି । ଏତଙ୍କ ପିତା ଏକ ୱାୟାର ଫକ୍ଟୋରୀରେ ମୂଲ ଲାଗୁଥିଲେ । ଏହି ଫକ୍ଟୋରୀରେ କାମ କରି ତାଙ୍କୁ ଏତେ କମ ମୂଲ ମିଳୁଥିଲା ଯେ ପୁରା ପରିବାରର ଭରଣ ପୋଷଣ କରିବା କଷ୍ଟ ଥିଲା। କିନ୍ତୁ ଆଜି ତାଙ୍କର ପୁଅ କୋଟିକୋଟି ଆୟ କରୁଛନ୍ତି ।

ନାଥୁ ସିଂହଙ୍କୁ କ୍ରିକେଟ ଖେଳିବାର ସଉକ ଛୋଟ ସମୟରୁ ଥିଲା । ନାଥୁ ସିଂହ ନିଜର ପିତାଙ୍କ ଠାରୁ କ୍ରିକେଟଖେଳିବା ପାଇଁ ଜୋତା ମାଗିଲେ କିନ୍ତୁ ଜୋତାର ମୂଲ୍ୟ ବହୁତ ଅଧିକ ଥିଲା ଏବଂ ତାଙ୍କ ପିତାଙ୍କୁ ଫକ୍ଟୋରୀରେ କାମ କରିବା ନିମନ୍ତେ କେବଳ 7ହଜାର ଟଙ୍କା ଦରମା ମିଳୁଥିଲା ତ ଏମିତିରେ ଏତେ ମହଙ୍ଗା ଜୋତା ଦେବା ତାଙ୍କ ନିମନ୍ତେ ବହୁତ କଷ୍ଟ ଥିଲା। କିନ୍ତୁ ସେ ଏକ ପିତା ଥିଲେ ଏଥିପାଇଁ ମନା କରିପାରିନଥିଲେ ତେଣୁ ସେ ସୁଧରେ ଟଙ୍କା ଆଣି ନାଥୁଙ୍କ ପାଇଁ ଜୋତା ଆଣିଲେ । ଏକ ଇଣ୍ଟରଭିୟୁରେ ନାଥୁ ସିଂହ କହିଲେ ଯେ ମୋର ବାପା ମୋତେ 5ହଜାରଟଙ୍କାର ଜୋତା ଦେଇଥିଲେ ଯଦ୍ୱାରା ମୁଁ ନିଜର ଖେଳ ଜାରି ରଖିପାରିବି ।

ଶେଷରେ ତାଙ୍କର ପିତାଙ୍କର ଆଶୀର୍ବାଦ ଏବଂ ନାଥୁଙ୍କର ପରିଶ୍ରମ ସଫଳ ହେଲା ଏବଂ 10ଲକ୍ଷର ବେସ ପ୍ରାଇସ ବଳ ଏହି କ୍ରିକେଟରଙ୍କୁ ଆଇପିଏଲ-9ର ନିଲାମରେ ନୀତା ଅମ୍ବାନୀ ନିଜର ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିମନ୍ତେ 3.2 କୋଟିରେ କିଣିଲେ । ଏହି କ୍ରିକେଟରଙ୍କୁ ନେବା ପାଇଁ ଇଚ୍ଛୁକ ପୁନେ ସୁପରଜାଏଣ୍ଟ୍ସ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ଭଳି ଦଳ ମଧ୍ୟ ସାମିଲ ଥିଲେ । ଏହାର ଆସନ୍ତା ବର୍ଷ ଆଇପିଏଲର ସିଜିନ 10ର ନିଲାମ ରେ ଗୁଜୁରାଟ ଲାୟନସ ନାଥୁ ସିଂହଙ୍କ ଉପରେ ଭରସା କରି 50ଲକ୍ଷର ଡାକରେ କିଣିଲେ। 20ବର୍ଷୀୟ ନାଥୁ ସିଂହ ଜଣେ ଦ୍ରୁତ ବୋଲର ଅଟନ୍ତି ଏବଂ ବହୁତ ଭଲ ବୋଲିଂ କରନ୍ତି । ସେ ଲଗାତାର 140କିମି ପ୍ରତି ଘଣ୍ଟାର ବେଗରେ ବଲ ପକେଇବା ବ୍ୟତୀତ ଏହାକୁ ସ୍ଵିଙ୍ଗ କରିବାରେ ମଧ୍ୟ ମାହିର ଅଟନ୍ତି ।

ନାଥୁ ଏହି ସ୍ଥାନରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିଛନ୍ତି ଏବଂ ଆଗାମୀ ସମୟରେ ଭାରତୀୟ କ୍ରିକେଟ ଦଳରେ ସେ ଜଣେ ଉତ୍ତମ ଖେଳାଳି ପ୍ରମାଣିତ ହୋଇପାରନ୍ତି। ନାଥୁ ସିଂହ ଏବେ ନିଜର ପିତାଙ୍କ ନିମନ୍ତେ ଭବ୍ୟ ବନେଇବାକୁ ଚାହାନ୍ତି। ତାଙ୍କର ଏହି ସଫଳତାକୁ ଦେଖି ତାଙ୍କ ପିତା ବହୁତ ଖୁସି ଅଟନ୍ତି ଏବଂ ତାଙ୍କୁ ନିଜର ପୁଅ ଉପରେ ଗର୍ବ ଅଟେ । ନାଥୁ ସିଂହ ଆଜି ଆମ ସମସ୍ତଙ୍କ ନିମନ୍ତେ ଉଦାହରଣ ଅଟନ୍ତି ଯେ କିପରି ଜଣେ ବ୍ୟକ୍ତି ନିଜର ପରିଶ୍ରମ ବଳରେ ସଫଳତା ପ୍ରାପ୍ତ କରିପାରେ ।

Leave a Reply

Your email address will not be published. Required fields are marked *