March 29, 2024

Odia Express

News For Public

ଆସନ୍ତୁ ଜାଣିବା ଦିନରେ ମାତ୍ର ଥରେ ଲଗେଇବା ଦ୍ୱାରା ଚେହେରା କିପରି ଗୋରା ହୋଇଥାଏ..

1 min read

ନମସ୍କାର ବନ୍ଧୁଗଣ ଆମେ ଆପଣମାନଙ୍କର ବହୁତ ବହୁତ ସ୍ୱାଗତ ଜଣାଉଛୁ ଆଜି ଆମେ ଏଠି ଆପଣଙ୍କ ପାଇଁ ଏମିତି ଏକ ବଢିଆ ଘରୋଇ ଉପାୟ ନେଇ ଆସିଛୁ।ଯାହାର ବ୍ୟବହାର ଦ୍ୱାରା ଆପଣ ନିଜ ଚେହେରାକୁ ବହୁତ ଗୋରା,ସୁନ୍ଦର ଓ ଉଜ୍ଜ୍ୱଳତା ପୁର୍ଣ୍ଣ କରିପାରିବେ।ଏ ଉପାୟ ସେମାନଙ୍କ ପାଇଁ ଯେଉଁମାନେ ଭାଵନ୍ତିକି ସେମାନଙ୍କ ମୁହଁରେ କୌଣସି କ୍ରିମ କାମ କରିବ ନାହିଁ।ଏହା ଏକ ବହୁତ ବଢ଼ିଆ ଘରୋଇ ଉପାୟ ଅଟେ,ଏଥିରେ ମାତ୍ର ତିନୋଟି ଜିନିଷର ବ୍ୟବହାର କରାଯାଇଛି।ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଅଟେ ଓ ସୁରକ୍ଷିତ ଅଟେ,ଆପଣ ଏହାକୁ ନିଜ ଚେହେରାରେ ନିଃସନ୍ଦେହ ଲଗେଇପାରିବେ।ଆପଣଙ୍କ ଚର୍ମ କେମିତିକା ହେଉ ଏହି ଉପାୟ ସବୁ ପ୍ରକାରର ଚେହେରା ଉପରେ କାର୍ଯ୍ୟ କାରୀ ହୋଇଥାଏ।ଆସନ୍ତୁ ଜାଣିବା ଏ ଘରୋଇ ଉପାୟରେ କଣ କଣ ଜିନିଷ ବ୍ୟବହାର ହୋଇଥାଏ।

ପ୍ରଥମେ ଆମେ ନେବା ଆଲୋବେରା ଜେଲ ଗୋଟେ ଚାମୁଚ।ଆପଣ ଦୁଇ ପ୍ରକାର ଆଲୋବେରା ଜେଲ ନେଇପାରିବେ ଗୋଟେ ହେଉଛି ଆପଣଙ୍କ ଘର ପାଖରେ ଥିବା ଯେକୌଣସି ଆଲୋବେରା ଗଛରୁ।ଅନ୍ୟଟି ହେଉଛି ବଜାରରେ ବିକ୍ରି ହେଉଥିବା ଆଲୋବେରାର ପ୍ୟାକେଟରୁ।ଏହା ଚର୍ମକୁ ଫୋମ କରିଥାଏ ଓ ଗୋରା କରିଥାଏ ମୁହଁରେ ଥିବା ବିଭିନ୍ନ ପ୍ରକାର ଜିନିଷ ଯେମିତି ତେଲ,ଧୂଳି,ମଳି ଆଦିକୁ କାଢ଼ିଥାଏ।

ଏବେ ଦ୍ୱିତୀୟ ଜିନିଷ ଆମକୁ ନବାର ଅଛି ବେସନ,ଏହାକୁ ଆମକୁ ସାଧାରଣତଃ ଗୋଟେ ଚାମୁଚ ହିଁ ମିସେଇବାର ଅଛି।ଚେହେରା ଗୋରା କରିବା ପଛରେ ବେସନ ଗୋଟେ ଏମିତି ଜିନିଷ ଯାହା ଉପରେ ଆମେ ଆଖି ବନ୍ଦ କରି ବିଶ୍ୱାସ କରି ପାରିବା।ଏହି ବେସନ ଏକ ଘରୋଇ ଓ ପ୍ରାକୃତିକ ରେମେଡି ଅଟେ ଯାହା ମୁହଁକୁ ଭିତରୁ ଗୋରା କରିବା ସହ ଉଜ୍ଜ୍ୱଳତା ପ୍ରଦାନ କରିଥାଏ।ଏହି ବେସନକୁ ପ୍ରାୟ ବହୁତ ଲୋକ ବ୍ୟବହାର କରନ୍ତି ଓ ନିଜ ଚେହେରାରେ ଫରକ ଦେଖନ୍ତି।ତାପରେ ଆମେ ସେ ଆଲୋବେରା ଜେଲ ଓ ବେସନକୁ ଚାମୁଚ ସାହାର୍ଯ୍ୟରେ ଭଲ ଭାବରେ ମିସେଇବା।

ତୃତୀୟ ଜିନିଷ ଯାହା ଆପଣଙ୍କୁ ନବାର ଅଛି ସେହୁଛି ନାଇଟ କ୍ରିମ ଯେକୌଣସି ନାଇଟ କ୍ରିମ।ଆପଣ ମାତ୍ର ଅଧାରୁ କମ ଚାମୁଚ କ୍ରିମ ନେବେ,ନାଇଟ କ୍ରିମ ଆମ ଚେହେରାକୁ ମଶ୍ଚରାଇଜ କରାଇ ଥାଏ।ଆପଣ କୌଣସି କମ୍ପାନୀର ଭଲ ନାଇଟ କ୍ରିମ ବ୍ୟବହାର କରିପାରିବେ।ଆପଣ ଭଲ ଭାବରେ ସେ ଚାମୁଚରେ ସେ କ୍ରିମକୁ ମିସେଇବେ।

ଏହାପରେ ଆପଣ ଦେଖିବେକି ଆପଣଙ୍କ ସେ କ୍ରିମ ବହୁତ ନରମ ଓ ସୁନ୍ଦର ଦେଖାଯିବ।ଏବେ ଆସନ୍ତୁ ଜାଣିବା ଆମେ ଏ କ୍ରିମକୁ କିପରି ବ୍ୟବହାର କରିବା ଯାହାଦ୍ୱାରା ଆପଣଙ୍କ ଚେହେରା ବହୁତ ସୁନ୍ଦର ହୋଇଯିବ।ଆପଣ ପ୍ରଥମେ ନିଜ ହାତ ମୁହଁ ଓ ବେକକୁ ଭଲ ଭାବରେ ଧୋଇଦେବେ ଓ ନିଜ ହାତ ସାହାର୍ଯ୍ୟରେ ସେ କ୍ରିମକୁ ଭଲ ଭାବରେ ମୁହଁରେ ଲଗେଇବେ।ମୁହଁରେ ଲଗେଇ ୫-୧୦ ମିନିଟ ପର୍ଯ୍ୟନ୍ତ ମସାଜ କରିବେ ଓ ସମ୍ପୂର୍ଣ୍ଣ ମୁହଁରେ ଓ ବେକରେ ଏହାକୁ ଲଗେଇବେ।ତାପରେ ଗୋଟେ କିମ୍ବା ଦୁଇ ଘଣ୍ଟା ପରେ ନିଜର ଚେହେରାକୁ ଭଲ ଭାବରେ ଧୋଇଦେବେ।ଆପଣ ସବୁଦିନ ଏହାକୁ ବ୍ୟବହାର କରନ୍ତୁ ଆପଣ ନିଶ୍ଚିନ୍ତ ଏହାର ଫାଇଦା ପାଇବେ ଓ ଦେଖିବେ କି ନିଜ ଚେହେରାରେ ଗୋଟେ ଅବିଶ୍ଵସନୀୟ ଉଜ୍ଜ୍ୱଳତା ଆସିଯିବ ଓ ଆପଣଙ୍କ ମୁହଁ ଗୋରା ହେବାର ଲାଗିବ।

Leave a Reply

Your email address will not be published. Required fields are marked *