March 24, 2024

Odia Express

News For Public

ଆସନ୍ତୁ ଜାଣିବା ଡାହାଣ ଓ ବାମ ହାତରେ ଲେଖୁଥିବା ବ୍ୟକ୍ତିମାନଙ୍କ ଭିତରୁ କେଉଁମାନେ ଅଧିକ ବୁଦ୍ଧିମାନ ଅଟନ୍ତି – ଏବେ ଜାଣି ରଖନ୍ତୁ…

ଦୁନିଆ ସାରା ୯୦% ଲୋକମାନେ ନିଜ କାମ ଡାହାଣ ହାତ ସାହାର୍ଯ୍ୟରେ କରିଥାନ୍ତି।ଆଉ ୧୦% ଲୋକମାନେ ବାମ ହାତରେ ନିଜ ସବୁ କାମ କରନ୍ତି।କହିବାକୁ ଗଲେ ଡାହାଣ ହାତରେ କାର୍ଯ୍ୟ କରୁଥିବା ଲୋକଙ୍କ ଅଧିକ ସଂଖ୍ୟା ଅଟେ।ସେଠି ଦୁନିଆ ସାରା କେବଳ ୧% ଲୋକ ଅଛନ୍ତି ଯାହାକି ଲୋକମାନେ ଦୁଇଟି ହାତରେ କାର୍ଯ୍ୟ କରନ୍ତି ଓ ଏମାନଙ୍କୁ ଆମ୍ବିଡେ଼କ୍ସଟର କୁହନ୍ତି।କହିବାକୁ ଗଲେ ଲୋକମାନଙ୍କ ଭିତରେ ନିଜ ଭିତରେ କିପରି ନିର୍ଧାରିତ କରିଥାନ୍ତିକି ଲୋକ କେଉଁ ହାତରେ ସବୁ କାର୍ଯ୍ୟ କରନ୍ତି।ଡାହାଣ କିମ୍ବା ବାମ ହାତରେ ଲେଖିବା କଣ ଲୋକଙ୍କ ନିଜ ମାନସିକ କ୍ଷମତା ଉପରେ ନିର୍ଭର କରେ।ଆମର ଡାହାଣ ହାତ ମସ୍ତିସ୍କର ବାମ ପଟେ ଯୋଡି ହୋଇଥାଏ ଓ ଆମ ବାମ ହାତ ଆମ ମସ୍ତିଷ୍କର ଡାହାଣ ପଟରେ ଯୋଡି ହୋଇଥାଏ।

ଆମର ଏପରି ଅଲଗା ଅଲଗା ହାତର ବ୍ୟବହାର ସୁଚାଏକି ଆମ ମୁଣ୍ଡର କେଉଁ ପଟ କାର୍ଯ୍ୟକାରୀ ଅଛି ବୋଲି।କହିବାକୁ ଗଲେ ମସ୍ତିସ୍କର ଦୁଇ ପଟ କାର୍ଯ୍ୟକାରୀ କରିଥାଏ କିନ୍ତୁ କୌଣସି କାର୍ଯ୍ୟ କଲା ବେଳେ ମନୁଷ୍ୟ ମସ୍ତିସ୍କର ଗୋଟେ ପାଖହିଁ କାର୍ଯ୍ୟରତ ଥାଏ।ମାନେ ଭାବକି ଆମ ଉପର କର୍ମଚାରୀ ଗୋଟେ ପଟେ ବସି ସବୁ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ।ମସ୍ତିସ୍କର ଗୋଟେ ପାଖ ବେସି ଶକ୍ତିଶାଳୀ ହେବା କାରଣରୁ ଜଣାପଡେକି ସେ କେଉଁ ହାତରେ ନିଜର ସବୁ କାର୍ଯ୍ୟ କରିବ।କୌଣସି ଭାଷାକୁ ଶିଖିବା ଓ ପଢିବା ଗୋଟେ କମ୍ପ୍ଲେକ୍ସ ପ୍ରକ୍ରିଆ ଅଟେ।୧୮୬୦ରେ ବୈଜ୍ଞାନିକ ପଅଲ ବ୍ରୋକା କହିଥିଲେକି ଭାଷା ବୁଝିବା ପାଇଁ ଆମମସ୍ତିସ୍କ କେବଳ ଗୋଟେ ପାଖକୁ ବ୍ୟବହାର କରିଥାଏ।ଯାହା ହୋଇଥାଏ ମୁଖ୍ୟତ ଆମ ମସ୍ତିସ୍କର ବାମ ପଟରେ।

ଡାହାଣ ହାତରେ ଲେଖୁଥିବା ବ୍ୟକ୍ତି ୯୦% ଭାଷା ଚୟନ ପ୍ରକ୍ରିୟା ବାମ ପଟରେ ଥାଏ।ଡାହାଣ ୭୦% ବ୍ୟକ୍ତିଙ୍କ ଭାଷା ବୁଝିବା ପ୍ରକ୍ରିଆ ମସ୍ତିସ୍କର ବାମ ପଟରେହିଁ କାର୍ଯ୍ୟକାରୀ ହୋଇଥାଏ।୨୦% ବାମ ହାତରେ ଲେଖୁଥିବା ଲୋକଙ୍କ ଭାଷା ଚଯନ ପ୍ରତିକ୍ରିଆ ମସ୍ତିସ୍କର ଡ଼ାହାଣ ପଟରେ ହୋଇଥାଏ।ଏ ସବୁ ଜିନିଷ କହିଥାଏ ଆପଣ ନିଜର କାମ କେଉଁ ହାତରେ କରିବେ ଓ ଆପଣଙ୍କୁ କହିବୁକି ବୈଜ୍ଞାନିକମାନେ ମଧ୍ୟ ଏ ରହସ୍ୟକୁ ବୁଝେଇ ପାରି ନାହାନ୍ତି।

ଏହି ବିଷୟରେ କିଛି ତଥ୍ୟ ଦିଆଯାଇଛିକି ଯେତେବେଳେ ମନୁଷ୍ୟର ବିକାଶ ହେଉଥିଲା,ଗୋଟେ ବିଶେଷ ପ୍ରକାରର ମ୍ୟୁଟାନଟ ଜିନ ମନୁଷ୍ୟ ଭିତରେ ବିକଶିତ ହୋଇଥିଲା।ଯାହା ମନୁଷ୍ୟର ସବୁ କାମ କରିବା ପ୍ରକ୍ରିୟାକୁ ମନୁଷ୍ୟ ମସ୍ତିସ୍କର ଗୋଟେ ପଟକୁ ପଠେଇ ଦେଲା।ଯଦି କୌଣସି ମନୁଷ୍ୟରେ ଏ ଭଳି ଦୁଇ ପ୍ରକାର ଜିନ ଥାଏ,ସେ ଯଦି କୌଣସି କାମ କରେ ସେ କାର୍ଯ୍ୟ କରିବା ପାଇଁ ତାର ବାମ ପାଖରେ ଥିବା ମସ୍ତିସ୍କ ତାକୁ କହିଥାଏ।ଯଦି ଗୋଟେ ଜିନ ଥାଏ ତାହେଲେ କାର୍ଯ୍ୟ ଅଳ୍ପ ସ୍ଥାନାନ୍ତର ହୁଏ।

ଯଦି କୌଣସି ମନୁଷ୍ୟ ଭିତରେ ଏ ଜିନ ନଥାଏ ତାହେଲେ ଏ କାମ ମନୁଷ୍ୟର କୌଣସି ପାଖକୁ ବି ସେମିତି ମନଇଚ୍ଛା ସ୍ଥାନନ୍ତରିତ ହୋଇପାରେ।ବାମ ହାତରେ ଲେଖୁଥିବା ଲୋକମାନଙ୍କ ଭିତରେ ଏ ଜିନ ଗୋଟେ କମ ଥାଏ,କିନ୍ତୁ ଏହା କେବଳ ଗୋଟେ ତଥ୍ୟ ଅଟେ ଏହା ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିହେବ ନାହିଁ।ବାମ ହାତରେ ଲେଖୁଥିବା ଲୋକମାନଙ୍କ ଭିତରେ ବହୁତ ବିଶେଷ୍ୟତା ଦେଖା ଯାଇଥାଏ ଓ ସେମାନଙ୍କୁ ଏଡିଏଚଡ଼ି,ସ୍କିଞ୍ଜୋଫେର୍ମିଆ ଭଳି ରୋଗ ଅଧିକ ହୋଇଥାଏ।

ଯେଉଁମାନେ ଦୁଇହାତରେ ଲେଖିଥାନ୍ତି ସେମାନଙ୍କ ଦୁଇ ପାଖ ମସ୍ତିସ୍କ କେହିବି ପ୍ରାଧାନ୍ୟ ହୋଇନଥାନ୍ତି।ସେମାନେ ସାଇକୋଲଜିକାଲ ଡିଜ ଅଡ଼ର ରୋଗରେ ପୀଡିତ ଥାଆନ୍ତି କିନ୍ତୁ ସମାଜରେ ଏମାନଙ୍କୁ ବହୁତ ବୁଦ୍ଧିମାନ ଓ ଚତୁର ବୋଲି ମାନନ୍ତି।

Leave a Reply

Your email address will not be published. Required fields are marked *