ଜୁହୀ ଚାୱଲାଙ୍କ ଝିଅ ଦେଖାଯାଉଛି ବହୁତ ସୁନ୍ଦରୀ ଏବଂ ବୋଲ୍ଡ, ଫଟୋ ଦେଖିକି ଆପଣ ମଧ୍ୟ ହୋଇଯିବେ ବିସ୍ମିତ

ମୁମ୍ବାଇ- ନିଜର ମନମୋହକ ହସ ଦ୍ଵାରା 90ଦଶକରେ ବଲିଉଡରେ ଧମାଲ କରିଥିବା ଚିର ସବୁଜ ଅଭିନେତ୍ରୀ ଜୁହୀ ଚାୱଲାଙ୍କର ସୁନ୍ଦରୀ ଝିଅର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜଣେଇଦେବୁ ଯେ ଜୁହୀ ଚାୱଲା ନିଜର ସମୟର ସବୁଠାରୁ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ଜୁହୀଙ୍କୁ ନିଜର ପ୍ରତି ଫିଲ୍ମରେ ଚମତ୍କାର ଅଭିନୟ ନିମନ୍ତେ ଜଣାଯାଏ। ଜୁହୀ ଚାୱଲା କମେଡି ଠାରୁ ନେଇ କ୍ରୋଧୀ ପର୍ଯ୍ୟନ୍ତ ସବୁ ଚରିତ୍ରରେ ଜବରଦସ୍ତ ଅଭିନୟ କରି ସମସ୍ତଙ୍କୁ ନିଜର ଦିବାନା ବନେଇଦେଇଥିଲେ । କିନ୍ତୁ, ଏବେ ଜୁହୀ ବହୁତ ସମୟ ହେବ ଫିଲ୍ମରୁ ଦୂରରେ ଅଛନ୍ତି ଏବଂ ତାଙ୍କର ଝିଅଙ୍କ ବଲିଉଡରେ ଡେବ୍ୟୁ ଖବର ଆଗକୁ ଆସୁଛି। ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ ଯେ ଜୁହୀ ଚାୱଲାଙ୍କ ଝିଅ ଜାହ୍ନବୀ ଏବେ କଣ କରୁଛନ୍ତି।

ଲଣ୍ଡନରେ ପାଠ ପଢୁଛନ୍ତି ଜୁହୀ ଚାୱଲାଙ୍କର ଝିଅ ଜାହ୍ନବୀ – ଜୁହୀଙ୍କ ଝିଅ ଜାହ୍ନବୀ ଏବଂ ପୁଅ ଅର୍ଜୁନ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢୁଛନ୍ତି। ଏହାପରେ ଦୁହେଁ ଅଧିକ ପଢିବା ପାଇଁ ଲଣ୍ଡନ ଯାଇଛନ୍ତି। ସେମାନଙ୍କର ଅଭିଭାବକ ଜୁହୀ ଏବଂ ଜୟ ମେହତା ଦୁଇଜଣଙ୍କର ଆଡମିସନ ୟୁକେର ବୋର୍ଡିଙ୍ଗ ସ୍କୁଲ ଚର୍ଟାର୍ଡ ହାଉସରେ କରେଇଛନ୍ତି। ପ୍ରଥମେ ମିଡିଆରେ ଏପରି ଗୁଜବ ଉଡିଥିଲା ଜାହ୍ନବୀ ବଲିଉଡରେ ଡେବ୍ୟୁ କରିବେ କିନ୍ତୁ, ଜୁହୀ ଏକ ସାକ୍ଷାତକାରରେ ପରିଷ୍କାର କରିଥିଲେ ଯେ ସେମାନଙ୍କ ପିଲାଙ୍କର ଫିଲ୍ମରେ କୌଣସି ରୁଚି ନାହିଁ । ଜାହ୍ନବୀ ଲେଖକ ହେବାକୁ ଇଚ୍ଛୁକ ଏବଂ ସେ ଏହାଉପରେ ସଂପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ।

ଆପଣଙ୍କୁ ଜଣେଇଦେବୁ ଯେ ଜୁହୀ ଚାୱଲାଙ୍କର ଝିଅ ଜାହ୍ନବୀଙ୍କୁ ମିଡିଆ ଠାରୁ ଦୂରରେ ସାଧାରଣ ଜୀବନ ଶୈଳୀ ପସନ୍ଦ ଅଟେ। ଏତିକି ନୁହେଁ, ଜାହ୍ନବୀ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ନାହାନ୍ତି। ଜାହ୍ନବୀ ଦୀପିକା ପାଦୁକୋଣ ଏବଂ ବରୁଣ ଧାବନଙ୍କର ପ୍ରଶଂସକ ଅଟନ୍ତି। ଆପଣଙ୍କୁ ଜଣେଇଦେବୁ ଯେ ଅଭିନେତ୍ରୀ ଜୁହୀ ଚାୱଲା 1995ରେ ବ୍ୟବସାୟୀ ଜୟ ମେହତାଙ୍କୁ ବିବାହ କରିଥିଲେ। ଜୁହୀଙ୍କର ଦୁଇଟି ସନ୍ତାନ ଝିଅ ଜାହ୍ନବୀ ଏବଂ ପୁଅ ଅର୍ଜୁନ ମେହତା ଅଛନ୍ତି।

ଜାହ୍ନବୀଙ୍କୁ ପସନ୍ଦ ନୁହେଁ ବଲିଉଡରେ କ୍ୟାରିଆର ବନେଇବା – ଆଜି ଆମେ କଥା ହେଉଛୁ ଜୁହୀ ଚାୱଲାଙ୍କର ସୁନ୍ଦରୀ ଝିଅ ଜାହ୍ନବୀ ମେହତାଙ୍କ ବିଷୟରେ। ଆପଣଙ୍କୁ ଜଣେଇଦେବୁ ଯେ ଜାହ୍ନବୀ ସ୍କୁଲରେ 10ଶ୍ରେଷ୍ଠ ଷ୍ଟୁଡେଣ୍ଟଙ୍କ ମଧ୍ୟରେ ସାମିଲ ଥିଲେ। ମାନେ ସେ ପାଠରେ ବହୁତ କ୍ଷିପ୍ର ଅଟନ୍ତି। ନିକଟରେ ଜହ୍ନବ୍ବୀଙ୍କର କିଛି ଫଟୋ ଆଗକୁ ଆସିଥିଲା, ଯେଉଁତିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଯଦିଓ, ଜୁହୀଙ୍କର ଦୁଇଟି ସନ୍ତାନ ବଲିଉଡ ପାର୍ଟି କିମ୍ବା ଇଭେଣ୍ଟରେ କେବେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ଜୁହୀ କହିଥିଲେ ଯେ, ଜାହ୍ନବୀ ଦୀପିକା ପାଦୁକୋଣ ଏବଂ ବରୁଣ ଧାବନଙ୍କର ପ୍ରଶଂସକ ଅଟନ୍ତି। ଜାହ୍ନବୀ ପାର୍ଟି ଠାରୁ ଦୂରରେ ରହନ୍ତି। ନିକଟରେ ଏପରି ଖବର ଆସିଥିଲା ଯେ ସେ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ସୁନ୍ଦରତା ମାମଲାରେ ଜାହ୍ନବୀ ନିଜର ମାଆ ଜୁହୀଙ୍କ ଠାରୁ ବିଲକୁଲ କମ ନୁହନ୍ତି। ଜାହ୍ନବୀ ଏବେ 16ବର୍ଷର ଅଟନ୍ତି । ଜଣେଇଦେବୁ ଯେ ପ୍ରଥମେ ଏପରି ଖବର ଆସିଥିଲା ଯେ ଜାହ୍ନବୀ ମେହତା ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏପରି ଖବର ଥିଲା ଯେ ଜାହ୍ନବୀ ମେହତାଙ୍କର ବଲିଉଡରେ ଏଣ୍ଟ୍ରି ଜୁହୀ ଚାୱଲାଙ୍କର ନିଜର ପ୍ରଡ଼କସନ ହାଉସରୁ ହେବ। କିନ୍ତୁ, ଏବେ ଜୁହୀ ନିଜେ ଆଗକୁ ଆସି ଏହି କଥା ସଫା କରିଦେଇଛନ୍ତି ଯେ ବଲିଉଡରେ ନିଜର କ୍ୟାରିଆର କରିବେ ନାହିଁ । ଜାହ୍ନବୀ ବାକି ଷ୍ଟାର କିଡସଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟନ୍ତି। ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହନ୍ତି ନାହିଁ ।

Leave a Reply

Your email address will not be published. Required fields are marked *