March 24, 2024

Odia Express

News For Public

ସ୍ମରଣ ଶକ୍ତି ବୃଦ୍ଧି କରିବାର ସବୁଠାରୁ ଶକ୍ତିଶାଳୀ 12 ପ୍ରୟୋଗ – ନିଶ୍ଚୟ ଜାଣିରଖନ୍ତୁ..

1 min read

ଦୁନିଆରେ ବ୍ୟସ୍ତବହୁଳ ଜୀବନରେ ଅନେକ ସମୟରେ ଦେଖାଯାଇଛି ଯେ ଲୋକମାନେ ଶୀଘ୍ର କଥା ସବୁ ଭୁଲି ଯାଆନ୍ତି ଏବଂ ସବୁ କଥାକୁ ସ୍ମରଣ ରଖିବା କଷ୍ଟ ହୋଇଯାଇଛି। ଏହା ଅଧିକତର ସେହି ଲୋକଙ୍କର ସମସ୍ୟା ହୋଇଥାଏ ଯେଉଁମାନେ ମାନସିକ ଚାପ ଦ୍ଵାରା ଗ୍ରାସିତ ଅଟନ୍ତି ଏବଂ ସେମାନେ ନିଜର ଜୀବନକୁ ନେଇ ବହୁତ ଦ୍ଵିଧାରେ ରହନ୍ତି ଯେ କଣ କରିବୁ ଏବଂ କଣ ନକରିବୁ । ଏହାର ମୁଖ୍ୟ କାରଣ ଏହା ହୋଇଥାଏ ଯେ ସେମାନେ ନିଜର ସବୁ ଧ୍ୟାନ କୌଣସି କାର୍ଯ୍ୟ ଉପରେ ଦିଅନ୍ତି ନାହିଁ ଏବଂ ଶରୀରରେ କିଛି ମୁଖ୍ୟ ତତ୍ଵ ନହେବା କାରଣରୁ ମଧ୍ୟ ସ୍ମରଣ ରଖିବାର କ୍ଷମତା କମ ହୋଇଯାଏ । ଆସନ୍ତୁ ପଢିବା କିଛି ମୁଖ୍ୟ କାରଣ ଯେଉଁ କାରଣରୁ ଆମର ସ୍ମରଣ ରଖିବାର କ୍ଷମତା ଦୁର୍ବଳ ହୋଇଯାଏ ।

ସ୍ମରଣ ନରହିବାର ମୁଖ୍ୟ କାରଣ! ଆପଣ ସମସ୍ତେ ଜାଣିଥିବେ ଯେ ରକ୍ତ ଆମର ଶରୀରକୁ ଚାଲିବା ନିମନ୍ତେ କେତେ ମହତ୍ଵପୂର୍ଣ୍ଣ ହୋଇଥାଏ। କୌଣସି ଅଙ୍ଗକୁ ସଠିକ ରୂପରେ କାମ କରିବା ନିମନ୍ତେ ତାହା ରକ୍ତ ପ୍ରବାହ ପୁରା ହେବା ଉଚିତ ଯଦି ଆମର ମସ୍ତିସ୍କ ପର୍ଯ୍ୟନ୍ତ ରକ୍ତର ପ୍ରବାହ କମ ଅଟେ ତ ଆମର ସ୍ମରଣ ରଖିବାର କ୍ଷମତା କମ ହୋଇଯାଏ ।

– ଅଧିକ ଚିନ୍ତା କରିବା ଦ୍ଵାରା ମଧ୍ୟ ଭୁଲି ଯିବାର ରୋଗ ହୋଇପାରେ କାରଣ ମନୁଷ୍ୟ ସବୁବେଳେ କିଛି ନା କିଛି ଜିନିଷର ଚିନ୍ତାରେ ବୁଡି ରହେ ଏବଂ ଅନ୍ୟ ସବୁ କଥା ଭୁଲିଯାଏ ।

– ଯଦି କୌଣସି ଦୁର୍ଘଟଣାରେ ଆପଣଙ୍କ ମୁଣ୍ଡ ଉପରେ କୌଣସି ପ୍ରକାର ଚୋଟ ଲାଗିଯାଏ ଏହା ମଧ୍ୟ କାରଣ ହୋଇପାରେ କିମ୍ବା ପୁଣି ଆପଣଙ୍କୁ କୌଣସି ପ୍ରକାର ମସ୍ତିସ୍କ ସମ୍ବନ୍ଧିତ ଅନ୍ୟ ରୋଗ ହୋଇଥିବ ।

-କୌଣସି ପ୍ରକାର ମାନସିକ ରୋଗରେ ଗ୍ରାସିତ ହୋଇଥିବେ ।

ସ୍ମରଣ ରଖିବାର କ୍ଷମତାର ଆୟୁର୍ବେଦ ଉପଚାର!’

ଅଁଳା- ଆୟୁର୍ବେଦରେ ଅଁଳା ମଧ୍ୟ ବହୁତ ପ୍ରକାରରେ ଉପଯୋଗ କରାଯାଏ । ଅଁଳାର ବ୍ୟବହାର ନିଜର ସ୍ମରଣଶକ୍ତି କୁ ଶକ୍ତିଶାଳୀ କରିବା ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ। ଆପଣଙ୍କୁ ଅଁଳାର 2ଚାମୁଚ ରସରେ କିଛି ମହୁ ମିଶାଇ ବ୍ୟବହାର କରିବାର ଅଛି ।

ବାଦାମ- ସ୍ମରଣଶକ୍ତି କୁ ବୃଦ୍ଧି କରିବା ନିମନ୍ତେ ଆପଣ ବାଲ୍ୟ ସମଯରୁ ଶୁଣି ଆସୁଥିବେ ଯେ ବାଦାମ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୁଏ। ଏଥିପାଇଁ ଆପଣଙ୍କୁ 5ବାଦାମ ନେବାକୁ ହେବ ଏବଂ ରାତିରେ ପାଣିରେ ପକେଇ ଦେବେ ସକାଳେ ଉଠି ଏହି ବାଦାମକୁ ଚୋପା ଛଡେଇ ଦେବେ ଏବଂ ଗୁଣ୍ଡ କରି କ୍ଷୀର ସହିତ କିଛି ମହୁ ମିଶାଇ ହାଲୁକା ଗରମ ପାଣିରେ ଏହାର ସେବନ କରିବେ। କମ ସେ କମ ଦୁଇ ମାସ ଏହି ଉପଚାର କରିବେ ଆପଣଙ୍କ ସ୍ମରଣ ଶକ୍ତି କ୍ଷମତା ବହୁତ ଭଲ ହୋଇଯିବ ।

ଅଦା ଏବଂ ଜୀରା- ଅଦା ଏବଂ ଜୀରା ସହିତ ଅଳ୍ପ ମିଶ୍ରି ନେଇ ସବୁକୁ ଗୁଣ୍ଡ କରିଦେବେ ଏବଂ କ୍ଷୀର ସହିତ ପିଇବେ ଏହାର ବହୁତ ଲାଭ ମିଳିବ ।

ଅଖରୋଟ- ଏହାକୁ ଇଂରାଜୀରେ ୱାଲନଟ କୁହାଯାଏ । ଏହାର ସେବନ କିସ୍ମିସ କୁ ମଧ୍ୟ ମିଶାଇ କରନ୍ତୁ ସ୍ମରଣ ଶକ୍ତି ନିମନ୍ତେ ବହୁତ ଲାଭ ମିଳିବ ।

ବ୍ରାହ୍ମୀ- ବ୍ରାହ୍ମୀର ସେବନ ଆୟୁର୍ବେଦରେ ବହୁତ ଗୁଡିଏ ଜିନିଷ ମଧ୍ୟରୁ ଏହାର ରସର କେବଳ 1ଚାମଚ ମାତ୍ର ଆପଣଙ୍କର ଭୁଲିବାର ଦୁର୍ବଳତାକୁ ଶେଷ କରିପାରିବ। ଆପଣ ଏହାର ପତ୍ରକୁ ମଧ୍ୟ ସେସବନ କରିପାରିବେ କିନ୍ତୁ କେବଳ ପ୍ରତିଦିନ 7ଟି ପତ୍ର ଖାଆନ୍ତୁ ଏଥିରେ ବହୁତ ଗୁଣକାରୀ ତତ୍ଵ ଅଛି ଯାହା ମସ୍ତିସ୍କ ନିମନ୍ତେ ଲାଭଦାୟକ ଅଟେ।

ଗୋଲମରିଚ- ଅଳ୍ପ ଗୋଲମରିଚ ନିଅନ୍ତୁ ଏବଂ ଏକ ଚାମଚ ଦେଶୀ ଘିଅ ମିଶାଇ ଦିଅନ୍ତୁ ଏପରି କରିବା ଦ୍ଵାରା ବହୁତ ଲାଭ ମିଳିଥାଏ ।

ଆହୁରି ଉପାୟ ପଢନ୍ତୁ…..

ସେଓ- ସେଓ ବିଷୟରେ ଆପଣ ମାନେ ଶୁଣିଥିବେ। ସେଓ ସ୍ୱାସ୍ଥ୍ୟ ନିମନ୍ତେ କେତେ ଲାଭଜନକ ହୋଇଥାଏ ସେଓ ଆମର ଶରୀରରୁ ଅନେକ ପ୍ରକାର ରୋଗ ଦୂରରେ ରଖିଥାଏ। ପ୍ରତିଦିନ କିଛି ଦିନ ପର୍ଯ୍ୟନ୍ତ ସେଓ ର ସେବନ କରନ୍ତୁ ସକାଳେ ଆପଣଙ୍କ ସ୍ମରଣ ରଖିବାର ଶକ୍ତି ବୃଦ୍ଧି ହେବ ।

ତୁଲସୀ, ଗୋଲମରିଚ, ଏବଂ ଗୋଲାପର ପତ୍ର- ନଅଟି ତୁଲସୀ ପତ୍ର ନିଅନ୍ତୁ, ଗୋଟିଏ ଗୋଲମରିଚର ଦାନା ଏବଂ ସାଥିରେ କିଛି ଗୋଲାପର ପାଖୁଡା ତିନୋଟି କୁ ମିଶାଇ ବହୁତ ଚୋବାନ୍ତୁ। ମସ୍ତିସ୍କ ଦ୍ରୁତ ହେବ ଏବଂ ସ୍ମରଣ ରଖିବାର କ୍ଷମତା ବୃଦ୍ଧି ପାଇବ ।

ଗହମ – ମଶିସ୍କର ସ୍ମରଣ ରଖିବାର କ୍ଷମତା କୁ ବୃଦ୍ଧି କରିବା ନିମନ୍ତେ ଗହମର ଜ୍ବାରର ଜୁସ ବହୁତ ଲାଭଜନକ କୁହାଯାଏ। ଏହାର ଜୁସରେ କିଛି ବାଦାମ ଏବଂ ମହୁ ମିଶାଇ ପାଣି ପିଇବା ଉଚିତ ।

ପାନମଧୁରୀ- ଏହାର ସେବନ ଆପଣଙ୍କୁ ଦିନରେ 2ଥର କରିବାର ଅଛି ଏବଂ କିଛି ପରିଷ୍କାର ପାନମଧୁରୀ ନେଇ ଏହାକୁ କିଛି ମୋଟା କୁଟି ଦିଅନ୍ତୁ ଏବଂ ତାପରେ ପାଣି କିମ୍ବା କ୍ଷୀର ସହିତ ସକାଳେ ଏବଂ ଶୋଇବା ପୂର୍ବରୁ ପିଅନ୍ତୁ ବହୁତ ଲାଭ ମିଳିବ ।

ତିଳ- ତିଳକୁ ଯଦି ଆପଣ ଗାଈ କ୍ଷୀରରେ ମିଶାଇ ପ୍ରତିଦିନ ପିଇବେ ତ ବିଶ୍ବାସ କରନ୍ତୁ ଆପଣଙ୍କୁ ବହୁତ ଅଧିକ ଲାଭ ହେବ ।

ସନ୍ତୁଳିତ ଭୋଜନ- ସ୍ମରଣ ରଖିବାର ଶକ୍ତିକୁ ବୃଦ୍ଧି କରିବା ପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟର ବହୁତ ଧ୍ୟାନ ରଖିବା ଉଚିତ। ସବୁବେଳେ ସନ୍ତୁଳିତ ଆହାର ଖାଇବା ଉଚିତ ଯେଉଁଥିରେ ସତେଜ ପରିବା, ଫଳ ଏବଂ ଯେତେ ହୋଇପାରିବ ଅଙ୍କୁରିତ ହେଉଥିବା ସଶ୍ୟ ସେବନ କରନ୍ତୁ। ଆପଣ ଏହି ଜିନିଷକୁ ନିଜର ଜୀବନରେ ଆପଣେଇ ନେବେ ତ ଆପଣ ନିଜେ କିଛି ଦିନ ମଧ୍ୟରେ ଦେଖିବେ ଯେ ଆପଣଙ୍କ ସ୍ମରଣ ରଖିବାର କ୍ଷମତା କେତେ ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *