March 25, 2024

Odia Express

News For Public

ଆସନ୍ତୁ ଜାଣିବା କୋଲଗେଟ ର ୫ଟି ଅବିଶ୍ଵସନୀୟ ବ୍ୟବହାର – ଆପଣ ବୋଧେ ଜାଣି ନଥିବେ ଏ ବିଷୟରେ…

ନମସ୍କାର ସାଙ୍ଗମାନେ ଆମେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ,ଆପଣ ଜାଣିଥିବେ ଦନ୍ତମଞ୍ଜନ(ଟୁଥ ପେଷ୍ଟ) ଦ୍ୱାରା ଆମେ ଆମ ଦାନ୍ତକୁ ସଫା ଓ ଚମକଦାର ବନେଇଥାଉ।ଆପଣ କଣ ଜାଣିଛନ୍ତିକି ଦାନ୍ତକୁ ଚମକଦାର ବନେଇବା ବ୍ୟତୀତ ଏହାର ଆହୁରି ପାଞ୍ଚଟି ବ୍ୟବହାର ଅଛି।ଆସନ୍ତୁ ଆମେ ଆପଣଙ୍କୁ ଜଣେଇବୁ ଏହାର ଏ ପାଞ୍ଚଟି ବ୍ୟବହାର ବିଷୟରେ।ପ୍ରଥମେ ଆମେ ଜାଣିବା କିପରି ଆମ ନିତ୍ୟଦିନ ଜୀବନରେ ବ୍ୟବହାର ହେଉଥିବା ସାଧାରଣ ଦନ୍ତମଞ୍ଜନ ଆମ ନଖ ଉପରେ ବସିଥିବା ମଇଳା କୁ ସଫା କରିପାରିବ।ଆମେ ପ୍ରଥମେ ଗୋଟେ ସଫା ଚାମୁଚ ଓ ସଫା ଗିନା ନେବା ତାପରେ ସେ ଚାମୁଚରେ ଅଧାରୁବି କମ ପରିମାଣରେ ଦନ୍ତମଞ୍ଜନ ନେବା।ଏହା ପରେ ଗୋଟେ ବା ଅଧା ଚାମୁଚ ଲେମ୍ବୁ ନେବା ତାକୁ ସେ ଦନ୍ତମଞ୍ଜନରେ ମିଶେଇ ଭଲ ଭାବରେ ମିସେଇବା।

ମିସେଇଲା ପରେ ଆମେ ଭଲ ଭାବରେ ନଖ ଉପରେ ଲଗେଇବା ଓ ତାକୁ ପାଣିରେ ବୁଡ଼େଇ ୧ ମିନିଟ ପର୍ଯ୍ୟନ୍ତ ରଖିବା ଓ ବ୍ରସ ସାହାର୍ଯ୍ୟରେ ସବୁ ନଖକୁ ଭଲ ଭାବରେ ବ୍ରସ କଲା ଭଳି ବୁଲେଇ ବୁଲେଇ ଘଷିବା।ତାପରେ ଗୋଟେ ସଫା କପଡା ଆଣି ସେ ସବୁ ନଖକୁ ଭଲ ଭାବରେ ସଫା କରିନେବା।ଏବେ ଆପଣ ଦେଖିବେକି ଆପଣଙ୍କ ନଖର ଗୋଟେ ଅବିଶ୍ଵସନୀୟ ଚମକ ଆସିବ।ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ।

ଆପଣମାନେ ସମସ୍ତେ ଦେଖିଥିବେକି ଯଦି ଦିଆସିଲି କାଠି ଗୁଡିକୁ ଆମେ ମାନେ ଯଦି ବାହାରକୁ ନେଇ ଯାଉ ତାହେଲେ ବର୍ଷା ହେଲେ ଏହା ପାଣିରେ ଓଦା ହୋଇଯାଇଥାଏ ତାହେଲେ ତାର ଜଳିବା ଅସମ୍ଭବ ଅଟେ।ଆମେ କଣ କରିବା ନା ବାହାରକୁ ନବା ଆଗରୁ ଏହାର ବାରୁଦ ରେ ଦନ୍ତମଞ୍ଜନ ଲଗେଇନବା ଓ ଓଦା ହେଲା ପରେ ଏହାକୁ ପୋଛି ଆମ ବ୍ୟବହାର ଉପଯୋଗୀ ଆଣିପାରିବା।ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟ।

ଯଦି ଆପଣଙ୍କ ପାଖରେ ଥିବା କୌଣସି ସିଡ଼ି କିମ୍ବା ଡିଭିଡ଼ି ର ପଛପଟ ଘସରା ହୋଇ ଯାଇଥାଏ ତାହେଲେ ଆପଣ କଣ କରିବେନା ସେ ସିଡ଼ି କୁ ଆଣିବେ ତାର ପଛପଟେ ବା ରଙ୍ଗୀନ ପଟେ ଭଲ ଭାବରେ ଦନ୍ତମଞ୍ଜନ ଲଗେଇବେ ଓ କିଛି ସମୟ ଛାଡି ଗୋଟେ ତୁଳା କିମ୍ବା ନରମ କପଡ଼ାରେ ଭଲ ଭାବରେ ସଫା କରିଦେବା।ତାପରେ ଆପଣ ଦେଖିବେ ସେଥିରେ ଆଉ ଆଗ ଭଳି କୌଣସି ଦାଗ ନଥିବ।ଏବେ ଆସନ୍ତୁ ଜାଣିବା ଚତୁର୍ଥ ବ୍ୟବହାର।

ଆପଣ ଘରେ ଯେକୌଣସି ବି କାମ କରୁଥିବେ ରୋଷେଇ ପାଇଁ ପିଆଜ ଓ ରସୁଣ ଭଳି ପରିବା ସବୁ କାଟୁଥିବେ।ସେଗୁଡିକୁ କାଟିଲା ବେଳେ ତାର ଗନ୍ଧ ହାତରେ ରହିଯାଏ ଯାହା ବହୁତ ଖରାପ ବାସ୍ନା ହୁଏ।ଆପଣ କଣ କରିବେ ନା ଦନ୍ତମଞ୍ଜନରୁ ଅଳ୍ପ ନିଜ ହାତରେ ନେଇ ଦୁଇ ହାତରେ ଭଲ ଭାବରେ ଘଷିବାକୁ ଲାଗିବେ ଓ ଭଲଭାବରେ ଘଷି ଆପଣ ପାଣି ଭିତରେ ହାତକୁ ଭଲଭାବରେ ଧୋଇଦେବେ।ଆସନ୍ତୁ ଜାଣିବା ଦନ୍ତମଞ୍ଜନର ପଞ୍ଚମ ବ୍ୟବହାର।

ବହୁତ ସମୟରେ ଆମେ ବ୍ୟବହାର କରୁଥିବା ସ୍କ୍ରୀନଟଚ ଫୋନ ଗୁଡିକ ହାତରୁ ପଡି କିମ୍ବା ବିଭିନ୍ନ ଉପାୟରେ ଓ ଫୋନର ସ୍କ୍ରିନରେ ବହୁତ ଜାଗାରେ ଦାଗ ହୋଇଯାଇଥାଏ।ଆପଣ କଣ କରିବେନା ଦନ୍ତମଞ୍ଜନକୁ ନେବେ ମୋବାଇଲ ଫୋନର ସ୍କ୍ରୀନ ସାରା ଭଲ ଭାବରେ ଲଗେଇଦେବେ ଓ ହାତରେ ଭଲ ଭାବରେ ମାଲିସ କରିଦେବେ।ମାଲିସ କରି ସାରିବା ପରେ କିଛି ସମୟ ପାଇଁ ଛାଡ଼ିଦେବେ ଓ ତାପରେ କୌଣସି ଏକ ଟିସୁ ପେପେର କିମ୍ବା ତୁଳା ସାହାର୍ଯ୍ୟରେ ଭଲ ଭାବରେ ପୋଛି ଦେବା।ଏହାପରେ ଦେଖିବ ସ୍କ୍ରିନ ପୁରା ନୂଆ ଭଳି ହୋଇଯିବ।ଏହିଭଳି ଆମେ କ୍ୟାମେରା ମଧ୍ୟ ସଫା କରି ପାରିବା।

Leave a Reply

Your email address will not be published. Required fields are marked *