March 21, 2024

Odia Express

News For Public

ମହୁମାଛି କାମୁଡ଼ିଲେ କେମିତି ଆମେ ନିଜକୁ ବଞ୍ଚାଇବା ଆସନ୍ତୁ ଜାଣିବା – ନିଶ୍ଚୟ ଜାଣିରଖନ୍ତୁ କେତେବେଳେ ବି କାମରେ ଆସିପାରେ..

ସାଙ୍ଗମାନେ ଥରେ ଗୋଟେ ଲୋକ ତା ପୁଅ କୁ କହିଲା କି ମହୁମାଛି ତାଙ୍କୁ ହିଁ କାମୁଡେ ଯିଏ ତାଙ୍କୁ ହଇରାଣ କରେ ବା ତାଙ୍କ ବସାକୁ ଟେକାମାରେ। ଥରେ କଣ ହେଇଛି ନା ସେ ଛୋଟ ପିଲାଟି ତା ସାଙ୍ଗସହ ବିଦ୍ୟାଳୟ ରୁ ଫେରୁଥିବା ବେଳେ ତା ସାଙ୍ଗ ଗୋଟେ ମହୁମାଛି ବସାକୁ ଟେକା ମଇଳା ଓ ସେହିଠାରୁ ଦୌଡ଼ି ପଳାଇଗଲା କିନ୍ତୁ ସେ ପିଲାଟି ସେଠି ଠିଆ ହୋଇରହିଲା କାରଣ ସେ ଜାଣିଥିଲା କି ମହୁମାଛି ମାନେ ତାଙ୍କୁ ହିଁ କାମୁଡନ୍ତି ଯିଏ ତାଙ୍କୁ ହଇରାଣ କରେ ସତ୍ୟତା ଦେଖିଆ କୁ ଗଲେ ମହୁମାଛି ଭଳି ସ୍ୱଳ୍ପ ବୁଧିର ପ୍ରାଣୀ ଜାଣିପାରେ ନାହିଁ କିଏ ହଇରାଣ କରିଛି କିଏ ନାହିଁ ତେଣୁ ସେ ମହୁମାଛି ଗୁଡିକ ପିଲାକୁ କାମୁଡ଼ିଦେଲେ।

ଭାରତବର୍ଷରେ ଗାଁ,କ୍ଷେତ ଠାରୁ ଆରମ୍ଭ କରି ସହରର ପାର୍କ,ପୁରୁଣା ଘର କେଉଁଠାରେ ବି ଏମାନେ ବାସ କରନ୍ତି ମହୁମାଛି ଭଳି ଜୀଵ ବିରୁଡ଼ି ବି ନିଜ ଦଂଶନ ଦ୍ୱାରା ମଣିଷକୁ କାନ୍ଦେଇ ଦିଏ କିନ୍ତୁ ବିରୁଡ଼ି କମ ସମୂହ ରେ ରୁହନ୍ତି ତେଣୁ ଏ ମାନେ କମ ଘାତକ ଅଟନ୍ତି ସେଇଠି ମହୁମାଛି ଲକ୍ଷ ଲକ୍ଷ ସଂଖ୍ୟାରେ ରୁହନ୍ତି ଆଉ ମିଶିକି ଆକ୍ରମଣ କରନ୍ତି। ସେଥିପାଇଁ ଏମାନେ ବହୁତ ଘାତକ ଅଟନ୍ତି। ଯଦି କୌଣସି ମଣିଷକୁ ୫୦୦ ରୁ ଅଧିକ ମହୁମାଛି କାମୁଡି ଦିଅନ୍ତି ତାହେଲେ ସେ ମଣିଷର ଜୀବନ ମଧ୍ୟ ଯାଇପାରେ। ଆସନ୍ତୁ ଜାଣିବା କି ଯଦି ମହୁମାଛି ଅପଣଙ୍କ ଉପରକୁ ଆକ୍ରମଣ କରନ୍ତି ତ ନିଜକୁ ତାଙ୍କ ଠାରୁ କିପରି ସୁରକ୍ଷିତ କରିବେ।

ଯଦି ଆପଣ ଦେଖିବେ ଆପଣଙ୍କ ଉପରେ କୌଣସି ବି ମହୁମାଛି ମାନଙ୍କ ଦଳ ଅପଣଙ୍କ ଉପରେ ଉଡୁଛି ତ ଆପଣ ତୁରନ୍ତ ମାଟିରେ ପେଟେଇ ଶୋଇପଡିବା ଉଚିତ ଆଉ କୌଣସିବି ହଲଚଲ ନକରିବା ଉଚିତ। ଚେତାବନୀ କୁ ବୁଝିବା ଦରକାର ମାନେ ମହୁମାଛି ମାନଙ୍କୁ ତାଙ୍କ ସିଙ୍ଗ ବହୁତ ଦରକାର କାରଣ ସେ ଯଦି କାହାକୁ କାମୁଡନ୍ତି ତାହେଲେ ସେ ମରିଯାନ୍ତି ତେଣୁ ସେ ପ୍ରଥମେ ତମ ଉପରେ ଉଡ଼ି ତମକୁ ଚେତାବନୀ ଦିଅନ୍ତି ତାପରେ ଯାଇଁ ଅଲଗା ମହୁମାଛି ମାନଙ୍କୁ ଡାକି ଆଣନ୍ତି ତା ଆଗରୁ ଆପଣ ମାନେ ସେଠାରୁ ପଲେଇଯିବା ଉଚିତ। ମହୁମାଛି ର ବିରୋଧ ସିଂହ ଓ ହାତୀ ଭଳି ଜୀବ ପରାକ୍ରମ କରିପାରନ୍ତି ନାହିଁ ତ ଆପଣ କେମିତି କରିବେ ଯଦି ମହୁମାଛି ଅପଣଙ୍କୁ କାମୁଡ଼ିବାକୁ ଲାଗିବେ ତ ଆପଣ ଗୋଟେ କାମ ହିଁ କରିପାରିବେ ଯାହା ହଉଛି ଦୌଡନ୍ତୁ ଯେତେ ଜୋରେ ହବ ସେତେ ଜୋରେ ଦୌଡ଼ନ୍ତୁ କାହିଁକି ନା ଦେଖାଯାଇଛି କି ମହୁମାଛି ଲମ୍ବା ଦୁର ପର୍ଯ୍ୟନ୍ତ ନିଜ ଶିକାରର ପିଛା କରନ୍ତି ନାହିଁ ନିଜ ବସାଠାରୁ ସେମାନେ ବେଶୀରେ ବେଶି ୨୫୦ ରୁ ୩୦୦ ମିଟର ପର୍ଯ୍ୟନ୍ତ ପିଛା କରନ୍ତି ଓ ତାପରେ ଏମାନେ ଫେରି ଆସନ୍ତି।

ସେଥିପାଇଁ ଏ ଦୂରତା ଆପଣଙ୍କୁ ଯେତେ ଶୀଘ୍ର ହେଉ ପୁରା କରିବାର ଅଛି। ନିଜ ଚେହେରା କୁ ନିଜ ସାର୍ଟ ଦ୍ୱାରା ଲୁଚେଇ ଦେବେ ଦୌଡ଼ିବା ସମୟରେ ସିଧାରେଖାରେ ଦୌଡ଼ିବେ ନିଜ ହାତକୁ ହଲେଇବେ ନାହିଁ କାରଣ ସେମାନେ ସବୁ ହଲୁଥିବା ବସ୍ତୁର ପିଛା କରନ୍ତି ଯଦି ଆପଣଙ୍କ ପାଖରେ କୌଣସି ବସ୍ତୁ ଅଛି ତାହେଲେ ଆପଣ ତାକୁ ନିଜଠାରୁ ଦୁରେଇ ଫୋପାଡ଼ି ଦିଅନ୍ତୁ ସେମାନେ ତମକୁ ଛାଡି ତା ଉପରେ ଆକ୍ରମଣ କରିବେ। ଦୌଡ଼ିବା ବେଳେ ଯେକୌଣସି ଆଶ୍ରୟ ତା ଭିତରେ ଲୁଚିଯିବେ ଗାଡି କିମ୍ବା କାହା ଘର କିମ୍ବା କୌଣସି ଘର ଭିତରେ ପସିଯିବେ ପଶିବା ମାତ୍ରେ ଘର କବାଟତୁରନ୍ତ ବନ୍ଦ କରିଦେବା ଉଚିତ।

ଭିତରେ ଜଳୁଥିବା ଲାଇଟ କୁ ବନ୍ଦ କରିଦେବେ କାରଣ ଅନ୍ଧାରରେ ସେମାନେ ଦେଖି ପାରନ୍ତି ନାହିଁ ତା ସହିତ ଆପଣ ଯେକୌଣସି କମଳ ଘୋଡେ଼ଇ ହେଇ ପଡିବେ ଯାହା ଦ୍ୱାରା ଆପଣ ନିଜକୁ ସୁରକ୍ଷିତ ରଖି ପାରିବେ ଯଦି ଦୌଡ଼ିଲା ବେଳେ କୌଣସି ଆଶ୍ରୟ ନ ମିଳୁଛି କାଦୁଅ ଭରା ପାଣି ଦେଖା ଯାଉଛି ତ ଆପଣ ସେଠି ବି ଶରଣ ନେଇ ପାରିବେ ଓ କାଦୁଅ କୁ ନିଜ ଶରୀର ସବୁ ଅଙ୍ଗରେ ବୋଳି ହୋଇ ପଡିବେ ଯାହାଦ୍ୱାରା ସେମାନେ କାମୁଡ଼ିବେ ନାହିଁ।

ଯଦି ସେମାନେ କାମୁଡି ଦେଉଛନ୍ତି ତ ଆପଣ ଏଇଟା ପରୀକ୍ଷା କରିବେ କି ଆପଣଙ୍କୁ କେତେ ଜାଗାରେ କାମୁଡିଛି ତାପରେ ସବୁ ମଣିଷ ମହୁମାଛି ବିଷ ପ୍ରତି ତମର ଆଲାର୍ଜୀକ ନୁହନ୍ତି ଗୋଟେ ମଣିଷ ୧୦୦ ମାଛିର କାମୁଡ଼ା ସହି ପରେ ଜମା ବି ଡରିବେନି ସବୁ ମାଛିର ସେ କଣ୍ଟା ଗୁଡା କାଢି ଦେବେ କାରଣ ଏ କଣ୍ଟା ଲଗାତାର ଅପଣଙ୍କ ଶରୀରରେ ବିଷ ସଂଚାର କରେ ତାପରେ କାମୁଡ଼ା ଜାଗାରେ ବରଫ ଲଗାଈ ଦରଜ କୁ କମ କରିପାରିବେ।ତୁଳା କୁ ଡିଜେଲ କିମ୍ବା କିରୋସିନ ରେ ବୁଡାଇ ଦରଜ ଜାଗାରେ ଲଗାଇଲେ ତା ସହିତ ମହୁ,ଆଚାର,ବେକିଂସୋଢ଼ା,ପେଷ୍ଟ ଲଗାଇବା ଦ୍ୱାରା ପୀଡା ଓ କଷ୍ଟ କମ ହୋଇଥାଏ ଏ ସବୁ କରିବା ପରେ ବି ଯଦି ଆପଣଙ୍କୁ ନିଶ୍ୱାସ ନବାରେ ହଇରାଣ ହୁଏ ଚେହେରା କିମ୍ବା ଦେହରେ କୁଣ୍ଡେଇ ହୁଏ ଆପଣ ଡାକ୍ତର ଙ୍କର ପରାମର୍ଶ ନେଇ ପାରିବେ ସାଧାରଣ ଭାବେ ଗୋଟେ ଆଣ୍ଟିଆଲର୍ଜିକ ଇଂଜେକସନ ଲଗେଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ।

Leave a Reply

Your email address will not be published. Required fields are marked *