March 29, 2024

Odia Express

News For Public

ଆସନ୍ତୁ ଜାଣିବା ଆମେ କିପରି ଆମ ରୁଟିକୁ ବହୁତ ସମୟ ପର୍ଯ୍ୟନ୍ତ ନରମ ଓ ଗରମ ରଖି ପାରିବା ? କେବେଳ ଏହି ଗୋଟିଏ ଉପାୟ କରନ୍ତୁ..

ନମସ୍କାର ସାଙ୍ଗମାନେ ଆଜି ଆମେ କହିବାକୁ ଯାଉଛୁ,ଆପଣମାନଙ୍କ ଘରେ ନିଶ୍ଚିନ୍ତ ଭାବରେ ରୁଟି ତିଆରି ହେଉଥିବ ଓ ତାକୁ ସମସ୍ତେ ଖାଉଥିବେ।ଆପଣ ପ୍ରାୟ ସମୟ ଲକ୍ଷ୍ୟ କରିଥିବେ ଆପଣଙ୍କ ରୁଟି କିଛି ସମୟ ପରେ ନରମ ରହେନି ଏହା ପ୍ରାୟ ଶୀତ ଦିନେ ଦେଖାଯାଏ।ଆପଣ ସିଧାସଳଖ ତାୱ। ରେ ରୁଟି କିପରି ଫୁଲେଇ ପାରିବେ ଆମେ ଆଜି ସେ ବିଷୟରେ ଜାଣିବା।ଆସନ୍ତୁ ଆରମ୍ଭ କରିବା ଅଟା ଦଳିବାରୁ।ଆମକୁ ରୁଟି ବନେଇବା ପାଇଁ ଦରକାର ଗୋଟେ ଚଉଡା ଥାଳି,ଫେସା ହୋଇଥିବା ଗହମ,ଲୁଣ,ପାଣି ଇତ୍ୟାଦି।ଆମେ ପ୍ରଥମେ ଗୋଟେ ବଡ଼ ଥାଳି ନେବା ସେଥିରେ ଆପଣ ନିଜ ପରିବାର ସଦସ୍ୟ ଅନୁସାରେ ଅଟା ନେବେ।ଆଉ ସେଥିରେ ଏକାଥରେ ପାଣି ମିଶେଇ ବେନି ଧୀରେ ଧୀରେ ପାଣି ମିଶେଇବେ।ଆପଣ ନିଜ ହାତ ସାହାର୍ଯ୍ୟରେ ଦଳି ଦଳି ଭଲ ଭାବରେ ଅଟା ଗୁଳା ପ୍ରସ୍ତୁତ କରିବେ।

ତାପରେ ଆପଣ ତାକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ଛାଡିଦେବେ।ଆପଣ ତାପରେ ସେ ଅଟା ଗୁନ୍ଥାରେ ହାତ ମାରି ଦେଖିବେ ଏହା ବହୁତ ନରମ ହୋଇଯାଇଥିବ।ତାପରେ ଆପଣ ରୁଟି ବେଲିବା ପାଇଁ ଗୋଟେ କପଡା ବିଛେଇ ଦେବେ ଓ ତାଉପରେ ବେଲଣା ପାଡି ପକେଇବେ ଯାହାଫଳରେ ଆପଣଙ୍କ ରୋଷେଇ ଘର ସଫା ସୁତରା ରହିବ।ଆପଣ ନିଜ ହାତ ସାହାର୍ଯ୍ୟରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରିନେବା।

ଆପଣ ସେ ଗୁଳା ଗୁଡିକୁ ନିଜ ହାତ ସାହାର୍ଯ୍ୟରେ ଭଲ ଭାବରେ ଗୋଲ ଗୋଲ ବନେଇ ନେବା କାରଣ ଆପଣଙ୍କ ଗୁଳା ଯେତେ ଗୋଲ ହେବ ଆପଣଙ୍କ ରୁଟି ସେତେ ଗୋଲ ହେବ।ତାପରେ ଆପଣ ସେ ଗୁଳାରେ ଭଲ ଭାବରେ ସୁଖିଲା ଅଟା ଲଗେଇ ନେବେ।ତାପରେ ସେ ଗୁଳାକୁ ଆଣି ବେଲଣା ପାଡି ଉପରେ ରଖିବେ ଓ ବେଲଣା କାଠି ସାହାର୍ଯ୍ୟରେ ଭଲ ଭାବରେ ବେଲି ନେବା।ସେ ଗୁଳା ଯେପରି ବେଲଣା କାଠି କିମ୍ବା ପେଡିରେ ନଲାଗିବ ଆପଣ ମଝିରେ ମଝିରେ ତାଉପରେ ଅଟା ଛିଞ୍ଚୁଥିବେ।

ଆପଣ ସେ ଗୁଳାର ଚାରି ପାର୍ଶ୍ୱକୁ ଭଲ ଭାବରେ ବେଲି ନେବେ ଯାହାଫଳରେ ଆପଣଙ୍କ ରୁଟି ସମ୍ପୂର୍ଣ୍ଣ ଭାବରେ ଗୋଲ ଓ ସୁନ୍ଦର ହେବ।ସେହି ଉପାୟରେ ଆମେ ଆମର ସମସ୍ତ ରୁଟିକୁ ବେଲି ନେବା।ଆସନ୍ତୁ ଏବେ ରୁଟିକୁ ଭଲ ଭାବରେ ସେକି ନେବା।ଆପଣ ଗୋଟେ ତାୱ।କୁ ଗ୍ୟାସ ଉପରେ ବସେଇ ନେବା ଓ ସେ ଗରମ ହେଲା ପରେ ଆମେ ସେଥିରେ ବେଲି ଥିବା ରୁଟିକୁ ପକେଇବା।ତାପରେ ଗୋଟେ ପାଖକୁ କିଛି ସମୟ ଛାଡିବା ପରେ ଅନ୍ୟ ପାଖକୁ ଓଲଟେଇ ନେବା।

ଏବେ ଆସନ୍ତୁ ଜାଣିବା କିପରି ତାୱ। ରେ ରୁଟିକୁ ଫୁଲେଇ ପାରିବା ?ଆପଣ ରୁଟିକୁ ଯେତେବେଳେ ଓଲଟେଇବେ ତାପରେ ନିଜ ଖଡିକା ସାହାର୍ଯ୍ୟରେ ରୁଟିର ମଝି ପାର୍ଶ୍ୱକୁ ଚାପିବେ ଯାହାଫଳରେ ଆପଣଙ୍କ ରୁଟି ଫୁଲିବାକୁ ଲାଗିବ ନହେଲେ ଆପଣ ଗୋଟେ ସଫା କପଡା ସାହାର୍ଯ୍ୟରେ ରୁଟିକୁ ଚାପି ଚାପି ଫୁଲେଇ ପାରିବେ ଏହା ହେଉଛି ଦ୍ୱିତୀୟ ଉପାୟ।ଆପଣ ଗୋଟେ ରୁଟିକୁ ଅନ୍ୟ ଉପରେ ରଖି ମଧ୍ୟ ଫୁଲେଇ ପାରିବେ।

ଆସନ୍ତୁ ଜାଣିବା ରୁଟିକୁ କିପରି ବହୁତ ଡେରି ପର୍ଯ୍ୟନ୍ତ ନରମ କିପରି ରଖିବା।ଆପଣଙ୍କ ସମସ୍ତଙ୍କ ଘରେ ହଟକେସ୍ ନିଶ୍ଚିନ୍ତ ଥିବ ଆପଣ ସେଥିରେ ଖବର କାଗଜ ତଳେ ଦେଇ ପାରିବେ ନହେଲେ ଆପଣ ସଫା ତୁଳାର କପଡା ନେଇ ତା ତଳେ ଦେଇ ପାରିବେ।ତାପରେ ଆପଣ ତାକୁ ସମ୍ପୂର୍ଣ୍ଣ ରୂପେ ନିବୁଜ କରିଦେବେ।ଯାହାଦ୍ୱାରା ଆପଣଙ୍କ ରୁଟି ବହୁତ ସମୟ ପର୍ଯ୍ୟନ୍ତ ଗରମ ଓ ନରମ ରହିବ।ଏହି ଉପାୟ ସାହାଯ୍ୟରେ ଆପଣ ନିଜ ରୁଟିକୁ ନରମ ଓ ଗରମ ରଖି ପାରିବେ।

Leave a Reply

Your email address will not be published. Required fields are marked *