April 25, 2024

Odia Express

News For Public

ସ୍ୱାମୀ ସ୍ତ୍ରୀ ଦୁହେଁ ଯଦି ଏକା ସାଙ୍ଗେ କହିଦେବେ ଏହି ମହାଶକ୍ତିଶାଳୀ ମନ୍ତ୍ର ତେବେ ହୋଇଯିବ ଆପଣଙ୍କ ଘରର ମାଟି ସୁନା

ଆଜିର ଏହି ବର୍ତ୍ତମାନ ଯୁଗରେ ଧନ ସଂମ୍ପତ୍ତି ଅର୍ଥାତ୍ ପଇସା ମନୁଷ୍ୟର ସବୁଠାରୁ ବେଶୀ ଦରକାର ପଡୁଛି । କାରଣ ମନୁଷ୍ୟ ଜୀବନରେ ସବୁ ଭୌତିକ ଆବଶ୍ୟକତା ଧନ ଦ୍ୱାରା ପୁରା ହୋଇଥାଏ , ଓ ଏହା ଆମେ ସମସ୍ତେ ଜାଣିଛେ ଧନ,ସଂମ୍ପତ୍ତି, ସମୃଦ୍ଧି ର ଗୋଟେ ନାଁ ମା ଲକ୍ଷ୍ମୀ ହୋଇଥାନ୍ତି , ଓ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ସ୍ତ୍ରୀ ଅଟନ୍ତି , ଲକ୍ଷ୍ମୀ ମା ବିଷ୍ଣୁଙ୍କୁ ନିଜ ସ୍ୱାମୀ ଭାବେ ବରଣ କରିଥିଲେ , ଯେଉଁଥିରେ ତାଙ୍କ ଶକ୍ତି ପ୍ରବଳ ହୋଇଯାଇଥିଲା । ଆମର ହିନ୍ଦୁ ଧର୍ମରେ ଏମିତି ମାନ୍ୟତା ଅଛି କି ଯେଉଁ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହି ଘରେ କେବେ ଧନର ଅଭାବ ଦେଖିବାକୁ ମିଳିନଥାଏ , ଯେଉଁ ଘରେ ମା ଲକ୍ଷ୍ମୀଙ୍କର କୃପା ମିଳିନଥାଏ ସେହି ଘରେ ଦାରିଦ୍ରତା ବାସ କରିଥାଏ , ଏଥିପାଇଁ ଜରୁରି ଅଟେ କି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଓ ତାଙ୍କୁ ପ୍ରସନ୍ନ କରିବାପାଇଁ ଜରୁରୀ ହୋଇଥାଏ ବିବିଧ ପୁଜାପାଠ କରିବା ।

ସେମିତି ଶାସ୍ତ୍ରନୁସାରେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସବୁଠାରୁ ଭଲ ଶୁଭ ଦିନ ବୋଲି ମାନାଯାଏ , ଆମର ଶାସ୍ତ୍ରରେ କୁହାଯାଇଛି କି କିଛି ଏମିତି କାମ ଅଛ୍ହି ଯାହା କରିଲେ ମା ଲକ୍ଷ୍ମୀ ସଦୈବ ପ୍ରସନ୍ନ ହୋଇ ରୁହନ୍ତି , ଧନର ଦେବୀ ନା କେବଳ ଧନ ଦିଅନ୍ତି ବରଂ ନାମ ଯଶ ଆଦି ଦିଅନ୍ତି , ଯେଉଁ ଭକ୍ତ ଦେବୀ ଲକ୍ଷ୍ମୀଙ୍କର ପୁଜା କରିଥାଏ ତାହାପାଇଁ ସଂସାରରେ କିଛି ଅପ୍ରାପ୍ତ ହୋଇନଥାଏ । ଯେମିତି ଆମେ ଜାଣିଛେ କି ଗୃହର ଲକ୍ଷ୍ମୀ ମାନେ ଘରର ସ୍ତ୍ରୀ ଲୋକଙ୍କର ମନରେ ଲଜ୍ଜା, କ୍ଷମା,ଶୀଳ , ସ୍ନେହ, ଓ ମମତା ରୁପରେ ବିରାଜମାନ ରହନ୍ତି , ସେମିତି ପ୍ରେମ ଓ ଜିବନ୍ତତା ସଂଚାର କରି ସେହି ଘରକୁ ବନାନ୍ତି,  ତାଙ୍କର ଅନୁପସ୍ଥିତି ଘରେ କଳହ, ଝଗଡା, ନିରାଶା ଆଦି ଭରିଯାଏ , ଗୃହସ୍ୱାମିନିଙ୍କୁ ଗୃହର ଲକ୍ଷ୍ମୀର ପ୍ରତିକ ବୋଲି ଜଣାଯାଏ ।

ଯେଉଁଠି ଗୃହସ୍ୱାମିନିଙ୍କ ସମ୍ମାନ ହୋଇନଥାଏ, ଗୃହ ଲକ୍ଷ୍ମୀ ସେହି ଘରକୁ ଛାଡିଦିଅନ୍ତି, ଏଥିପାଇଁ ଜରୁରୀ ଏହା କି ଘରର ସ୍ତ୍ରୀ ଲୋକଙ୍କୁ ସମ୍ମାନ ଦିଆଯିବାକଥା , ଓ ତାଙ୍କୁ କେଉଁ ଭଳି କଷ୍ଟ ନ ଦିଅନ୍ତୁ, ଏମିତି ମାନ୍ୟତା ଅଛି କି ଶୁକ୍ରବାର ଦିନ ଘରର ଲକ୍ଷ୍ମୀଙ୍କୁ ୧୬ ଶୃଙ୍ଗାର କରିବା ଉଚିତ୍ , ଏହା ଦ୍ୱାରା ମା ଲକ୍ଷ୍ମିଙ୍କର କୃପା ବୃଷ୍ଟି ହୁଏ , ଓ ଘରେ ସୁଖ ଶାନ୍ତି ସମୃଦ୍ଧି ବଢିଥାଏ ।

ଆଜି ଆମେ ଆପଣଙ୍କୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଘରେ ସ୍ୱାମୀ ଓ ସ୍ତ୍ରୀଙ୍କ ସହ ମିଶିକରି ମା ଲକ୍ଷ୍ମୀଙ୍କର ଜପ କରିଲେ ଆପଣଙ୍କ ଜୀବନରେ ଧନ ସଂବନ୍ଧି ସବୁ ଅସୁବିଧା ଦୂର ହୋଇଯିବ , ଓ ମା ଲକ୍ଷ୍ମିଙ୍କର ଅପାର କରୁଣା ପ୍ରାପ୍ତି ହେବ , ଆପଣଙ୍କୁ କହିଦେବୁ କି ଏହି ମନ୍ତ୍ରର ଜପ ଆପଣଙ୍କୁ ଶୁକ୍ରବାର ଦିନ କରିବାର ଅଚି ଓ ତାହା ସହ କିଛି ବିଶେଷ କଥାକୁ ଧ୍ୟାନ ଦେବେ ,

ଏଇ ମନ୍ତ୍ରର ଜପ କରିବାକୁ ହେଲେ ସକାଳ ସମୟରେ ଜଲଦି ଉଠିବାର ଅଛି , ସ୍ନାନ ପରେ ପୁଜା ସ୍ଥାନରେ ବସନ୍ତୁ , ମହାଲକ୍ଷ୍ମୀଙ୍କର ଏହି ଶକ୍ତିଶାଳୀ ମନ୍ତ୍ର ବିଜ ମନ୍ତ୍ର : ଓଁ ଶ୍ରୀ ଶ୍ରୀୟେ ନମଃ ର ୧୦୮ ଥର ଜପ କରନ୍ତୁ । ମନ୍ତ୍ର ଜପ କରିବାପରେ ମା ଲକ୍ଷ୍ମୀଙ୍କୁ ମିଶ୍ରି ଓ କ୍ଷୀରିର ଭୋଗ ଲଗାନ୍ତୁ , ତାପରେ ୭ ବର୍ଷର କମ୍ ଆୟୁ ଥିବା କନ୍ୟାଙ୍କୁ ଶ୍ରଦ୍ଧାପୁର୍ବକ ଭୋଜନ କରାନ୍ତୁ , ଭୋଜନରେ କ୍ଷୀରି ଓ ମିଶ୍ରୀ ନିଶ୍ଚିତ ଦିଅନ୍ତୁ , ଏହି ଉପାୟ ଲଗାତାର ତିନି ଶୁକ୍ରବାର କରିଲେ ଏହାର ପ୍ରଭାବ ବିଶେଷ ଭାବେ ଦେଖାଦେବ , ଏମିତି ଜଣାଯାଏ କି ଏମିତି କରିଲେ ମା ଙ୍କ କୃପାମିଳିପାରିବ

Leave a Reply

Your email address will not be published. Required fields are marked *