April 20, 2024

Odia Express

News For Public

କେବେ ହେଲେ ଫ୍ରିଜ ପାଣି ପିଅନ୍ତୁ ନାହିଁ – ଜାଣନ୍ତୁ କଣ ହୁଏ ପିଇଲେ..

ଜୀବନରେ କେବେହେଲେ ଥଣ୍ଡା ପାଣି ପିଇବା ଉଚିତ ନୁହେଁ।ଥଣ୍ଡା ପାଣି,ଫ୍ରିଜ ପାଣି,ବରଫ ପାଣି ପିଇବା ଉଚିତ ନୁହେଁ।ଏହା ଦ୍ଵାରା ଆମ ଶରୀରର ବହୁତ କ୍ଷତି ହୋଇଥାଏ। କଣ ପାଇଁ ପିଇବା ନାହିଁ ଏହି ଥଣ୍ଡା ପାଣି?ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଅର୍ଥାତ ଶରୀର ଭିତର ଗରମ ରହିଥାଏ। ଫ୍ରିଜ ପାଣି କିମ୍ବା ବରଫ ପାଣି ବହୁତ ଥଣ୍ଡା ହୋଇଥାଏ।ତେଣୁ ଏହାକୁ ପିଇଲେ ଆମ ଶରୀରର କ୍ଷତି ହେବା ସୁନିଶ୍ଚିତ। ଆପଣ ନିଜେ ଭାବନ୍ତୁ ଯଦି ଏହି ଥଣ୍ଡା ପାଣି ଆମ ଶରୀର ମଧ୍ୟକୁ ଯାଏ ତେବେ ହୁଏତ ଏହି ପାଣି ଆମ ପେଟ ଭିତର ଗରମକୁ ଥଣ୍ଡା କରିବ,କିମ୍ବା ପେଟ ପାଣିକୁ ଗରମ କରିବ। ମାନି ନିଅନ୍ତୁ ଯେ ଏହି ଥଣ୍ଡା ପାଣି ପିଇ ଆମ ଶରୀର ଥଣ୍ଡା ହେଲା। ପେଟ ଥଣ୍ଡା ହେଲା,ଏହା ପରେ ଆମର ଯକୃତ ଥଣ୍ଡା ହେବ ,ତା ପରେ ଶରୀରର ବିଭିନ୍ନ ଅଙ୍ଗ ଥଣ୍ଡା ହେବ ଏହା ପରେ ଆମ ବୃହଦନ୍ତ୍ର ମଧ୍ୟ ଥଣ୍ଡା ହୋଇଯିବ।ବୃହଦନ୍ତ୍ର ଥଣ୍ଡା ହେଲେ ରାମ ନାମ ସତ୍ୟ ଅର୍ଥାତ ମୃତ୍ୟୁ।ତେଣୁ କରି ଆୟୁର୍ବେଦ ଅନୁସାରେ ଆମେ ଥଣ୍ଡା ପାଣି ପିଇବା ଅନୁଚିତ।

ଏହା ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କଣ ଆମେ ମାଟିରେ ନିର୍ମିତ ମାଠିଆ ପାଣି ପିଇପାରିବା?ଏହାର ଉତ୍ତର ହଉଛି ହଁ।ଆମେ ପିଇ ପାରିବା।କାହିଁକିନା ମାଠିଆ ପାଣି ଅତେ ଅଧିକ ଥଣ୍ଡା ନଥାଏ।ଏହା ଆମ ଶରୀରର ତାପମାତ୍ରା ସହ ସମାନ ଅଟେ।ଏହି ପାଣି ଆମ ଶରୀର ମଧ୍ୟକୁ ଗଲେ ଆମ ଶରୀରର କିଛି କ୍ଷତି ହୋଇନଥାଏ।ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ଓ ମାଠିଆର ପାଣିର ତାପମାତ୍ରା ୩୧ କିମ୍ବା ୩୨ ଡିଗ୍ରୀ।ଏମାନଙ୍କ ତାପମାତ୍ରାରେ ସମାନତା ରହିଛି।ମାଟିରେ ନିର୍ମିତ ମାଠିଆର ପାଣିକୁ ଆମେ ପିଇ ପାରିବା।ହେଲେ ବରଫ ପାଣି କିମ୍ବା ଫ୍ରିଜ ପାଣି ପିଇବା ଅନୁଚିତ।

ଯଦି ଏହି କଥା ଆପଣ ମାନିବେ ନାହିଁ,ଫ୍ରିଜ ପାଣି,ବରଫ ପାଣି ପିଇବେ ତେବେ ନିଶ୍ଚିତ ରୁହନ୍ତୁ ଜୀବନ ସାରା ୧୪୮ ପ୍ରକାରର ରୋଗର ଶିକାର ଆପଣ ହେବେ।ଯଦି ଆପଣ ଫ୍ରିଜ ପାଣି ପିଉଛନ୍ତି ତେବେ ଆପଣ ଜାଣିଛନ୍ତି କି ସବୁ ଠାରୁ ପ୍ରଥମ ବଡ ଅସୁବିଧା କଣ ହେବ?ତେବେ ଜାଣନ୍ତୁ।ଯଦି ଆପଣ ବାରମ୍ବାର ଫ୍ରିଜ ପାଣି ପିଇବେ ତେବେ ଆପଣଙ୍କ ବଡ ବୃହଦନ୍ତ୍ର ବନ୍ଦ ହୋଇଯିବ।ଯାହାକି ସବୁବେଳେ ଖୋଲା ରହିବା ନିହାତି ଆବଶ୍ୟକ।ଆଉ ଯଦି ଏହି ବଡ ବୃହଦନ୍ତ୍ର ବନ୍ଦ ହୋଇଯିବ ତେବେ ଆପଣଙ୍କ ପେଟ ସଫା ହେବ ନାହିଁ।ଆଉ ଯଦି ଆପଣଙ୍କ ପେଟ ସଫା ହେବ ନାହିଁ ତେବେ,ଆପଣଙ୍କୁ ୧୪୮ ପ୍ରକାରର ଆପଣଙ୍କ ଜୀବନରେ ନିଶ୍ଚିତ ରୋଗ ଆସିବ।ଏଥିପାଇଁ ଆପଣ ଫ୍ରିଜ ପାଣି ପିଅନ୍ତୁ ନାହିଁ।

ଏଥିପାଇଁ ଆପଣ ଫ୍ରିଜ ପାଣି କିମ୍ବା ବରଫ ପାଣି ପିଅନ୍ତୁ ନାହିଁ।ଏହା ପରିବର୍ତ୍ତେ ଆପଣ ମାଠିଆର ପାଣିକୁ ପିଅନ୍ତୁ।ଆଉ ସିତ ଦିନରେ ଆପଣ ପାଣିକୁ ହଲକା ଗରମ ବା ନଖ ଉଷୁମ କରି ପିଅନ୍ତୁ।ଆଉ ପାଣିକୁ ସକାଳୁ ସକାଳୁ ଉଠି ସବୁଠାରୁ ପ୍ରଥମେ ପିଅନ୍ତୁ।ପାଣିକୁ ଗରମ କରି ପିଅନ୍ତୁ।ଆଉ ଖାଦ୍ୟ ଖାଇବାର ୧ ରୁ ୧.୫ ଘଣ୍ଟା ପରେ ପାଣି ପିଅନ୍ତୁ।ଶୁଦ୍ଧ ତେଲ,ଗାଈ ଘିଅକୁ ସେବନ କରନ୍ତୁ।ଏହି କଥାକୁ ଯଦି ଆପଣ କଡାକଡି ଭାବରେ ପାଳନ କରିବେ ତେବେ ଆପଣଙ୍କୁ କୌଣସି ରୋଗ ସ୍ପର୍ଶ କରିବ ନାହିଁ।

ଆଶା କରୁଛୁ ଏହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ଓ ଲାଭଦାୟକ ରହିବ।ଏହି କାମ କଲେ ଆପଣ ସର୍ବଦା ସୁସ୍ଥ ରହିବେ।ଯଥା ସମ୍ଭବ ଥଣ୍ଡା ପାଣିକୁ ବର୍ଜନ କରନ୍ତୁ।

Leave a Reply

Your email address will not be published. Required fields are marked *