March 29, 2024

Odia Express

News For Public

ମୁହଁରେ ବ୍ରଣ କିମ୍ବା କଳାଦାଗ ରହିଛି କି? ଏହି ଜିନିଷ ଲଗାନ୍ତୁ ଚମକିବ ମୁହଁ..

ଆପଣ ପ୍ରାୟତଃ ଦେଖିଥିବେ ଜଣ ଜଣଙ୍କର ମୁହଁରୁ ବ୍ରଣ ଜମା ବି ଭଲ ହୋଇନଥାଏ।ବହୁତ କିଛି ଜିନିଷ ବ୍ୟବହାର କରିବା ପରେ ଯଦି ବି ଆପଣଙ୍କର ଏହି ବ୍ରଣ ଭଲ ହୋଇଯାଇଥାଏ ତେବେ ସେହି ବ୍ରଣ ର ଦାଗ ରହିଯାଇଥାଏ ମୁହଁରେ।ଆଜି ଆମେ ଆପଣମାନଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କର ବହୁତ ଦିନ ତଳର ଦାଗ ,ବ୍ରଣ,ଏବଂ ବ୍ରଣର ଦାଗ,ଜଳିଯାଇଥିବା ଏବଂ କଟିଯାଇଥିବା ଦାଗ,ସବୁକୁ ଏହା ସମ୍ପୂର୍ଣ୍ଣ ରୂପରେ ଭଲ କରିଦେବ।କେହି ବି ଚାହିଁନଥାନ୍ତି ତାଙ୍କ ଶରୀରରେ କୌଣସି ଦାଗ ବା ବ୍ରଣ,ଏବଂ ବ୍ରଣର ଦାଗ,ଜଳିଯାଇଥିବା ଦାଗ ଏହି ସବୁ ରହୁ ବୋଲି।ବିଶେଷ କରି ମୁହଁରେ ଏହି ସବୁ ଦାଗ ରହୁବୋଲି କିଏବି ଚାହିଁନଥାନ୍ତି। ଆପଣଙ୍କୁ କହିବାକୁ ଯାଉଥିବା ଉପାୟକୁ ଆପଣ ବ୍ୟବହାର କରିବାଦ୍ୱାରା ଆପଣଙ୍କର ସବୁ ଦାଗ ଭଲ ହୋଇଯିବ।

ଏହା ଆପଣଙ୍କ ମୁହଁକୁ ପୂରାପୂରି ଭଲ କରିଦେବ ଏବଂ ଆପଣଙ୍କ ମୁହଁରେ ପୂର୍ବ ପରି ଚମକ ଆସିଯିବ।ଏହାକୁ ପାଖାପାଖି ୭ ଦିନ ବା ୧ ସପ୍ତାହ ଲଗେଇବାଦ୍ୱାରା ଆପଣ ଆପଣଙ୍କ ମୁହଁରେ ଥିବା ବ୍ରଣ,ଏବଂ ବ୍ରଣର ଦାଗ,ଜଳିଯାଇଥିବା ଏବଂ କଟିଯାଇଥିବା ଦାଗ,ଏହି ସବୁ ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଏହାକୁ ତିଆରି କରିବାପାଇଁ ଆପଣ ପ୍ରଥମେ ନଡ଼ିଆ ତେଲ ନେବେ।ଆପଣ ଯେ କୌଣସି କମ୍ପାନୀର ତେଲ ବ୍ୟବହାର କରିପାରିବେ।ତାପରେ ଏକ ପାତ୍ର ନେବେ ଏବଂ ସେଥିରେ ୨ଚାମଚ ନଡ଼ିଆ ତେଲ ପକାଇବେ।ତାପରେ କର୍ପୂର ନେବେ।ଘରେ ହେଉଥିବା ପୂଜାରେ ଆପଣ ଏହି କର୍ପୂରର ବ୍ୟବହାର କରୁଥିବା ଦେଖିଥିବେ।ହେଲେ ପୂର୍ବ କାଳରେ ମୁହଁରୁ ଦାଗ ଲିଭେଇବା ପାଇଁ ଏହି କର୍ପୂରର ବ୍ୟବହାର କରାଯାଉଥିଲା। ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବେ।କର୍ପୂରକୁ ପ୍ରଥମେ ଛେଚିଦେବେ । ତାପରେ କର୍ପୂରର ଗୁଣ୍ଡ କୁ ସେହି ନଡ଼ିଆ ତେଲରେ ପକେଇବେ।ଯଦି ଆପଣ ୪ ଚାମଚ ନଡ଼ିଆ ତେଲ ନେବେ ତେବେ ଆପଣଙ୍କୁ ୨ଟି କର୍ପୂର ନବାକୁ ହେବ।

ଏବେ ତାକୁ ଭଲରେ ମିସେଇଦିଅନ୍ତୁ।ଚାମଚଦ୍ୱାରା ଏହାକୁ ସହଜରେ ମିଶେଇପାରିବେ।ଏବେ ଜାଣନ୍ତୁଏହାକୁ କିପରି ବ୍ୟବହାର କରିବେ।ଅଳ୍ପ କିଛି ତୁଳା ନିଅନ୍ତୁ।ଯଦି ଆପଣ ଆପଣଙ୍କ ମୁହଁରେ ବ୍ୟବହାର କରିବେ ତେବେ ହାତଦ୍ୱାରା ଜମାରୁ ବି କରିବେନାହିଁ।ଆପଣ କିଛି ତୁଳା ନେବେ ଏବଂ ସେହି ନଡ଼ିଆ ଓ କର୍ପୂରର ମିଶ୍ରଣକୁ ସେହି ତୁଳାରେ ଆଣିକି ଆପଣଙ୍କର କଟା ଦାଗ, ବ୍ରଣ ଉଠିଥିବା ଜାଗାରେ ଆଣିକି ଧୀରେ ଧୀରେ ଥାପନ୍ତୁ।

ଏହାକୁ ଆପଣ ୨ ରୁ ୩ଥର ଲଗାନ୍ତୁ।ଭଲ ଭାବରେ ଏହାକୁ ଆପଣଙ୍କର କଟା ଦାଗ, ବ୍ରଣ ଉଠିଥିବା ଜାଗାରେ ଲଗାନ୍ତୁ ଏବଂ ଶୁଖିବାକୁ କିଛି ସମୟ ଛାଡିଦିଅନ୍ତୁ।ପାଖାପାଖି ୧୦ ରୁ ୧୫ ମିନିଟ ଭିତରେ ଏହି ନଡ଼ିଆ ଓ କର୍ପୂରର ମିଶ୍ରଣ ତେଲ ଶୁଖିଯିବ। ଶୁଖିଯିବା ପରେ ଆପଣ ଲଗେଇଥିବା ଯାଗାକୁ ଧୋଇଦିଅନ୍ତୁ।ଏହାକୁ ଲଗେଇବା ପୂର୍ବରୁ ଆପଣଙ୍କ ମୁହଁକୁ ଗରମ ପାଣିରେ ଥରେ ଧୋଇଦିଅନ୍ତୁ।ପାଣି ବେଶି ଗରମ ନେବେନି ନଖ ଉଷୁମ ପାଣିରେ ଧୋଇବେ।ଏହାପରେ ଥଣ୍ଡା ପାଣିରେ ବହୁତ ଭଲରେ ଆପଣଙ୍କ ମୁହଁକୁ ଧୋଇବେ।ତାପରେ ଆପଣ ଏହି ନଡ଼ିଆ ଓ କର୍ପୂରର ମିଶ୍ରଣ ତେଲକୁ ବ୍ୟବହାର କରିବେ।

ଆପଣଙ୍କୁ ଏହାର ବ୍ୟବହାର ସପ୍ତାହରେ ୩ ଥର କରିବାକୁ ପଡିବ।୨ ଦିନରେ ଥରେ ଏହାକୁ ଆପଣଙ୍କ ମୁହଁରେ ଲଗେଇବାକୁ ପଡିବ।୭ ଥର ଲଗେଇବାଦ୍ୱାରା ଆପଣଙ୍କ ମୁହଁର ପରିବର୍ତ୍ତନ ଆପଣ ନିଶ୍ଚୟ ଜାଣିପାରିବେ।ଆପଣଙ୍କ ମୁହଁରୁ ବ୍ରଣ ପୂରା ଭଲ ହୋଇଯିବ।ଏହାକୁ ବାରମ୍ବାର ଲଗେଇବା ଦ୍ୱାରା ମୁହଁରେ ଥିବା ଦାଗ ବି ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *