April 25, 2024

Odia Express

News For Public

ଭଗବାନ ଆପଣଙ୍କ ସହ ଅଛନ୍ତି କି ନାହିଁ! – ଏହି କଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।ଦେବୀ ମା’ ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।

ଯେଉଁ ବ୍ୟକ୍ତି କାହାକୁ ଶତ୍ରୁ ମନେ କରେନାହିଁ କି କାହା ଠାରୁ କିଛି ଆଶା ରଖେ ନାହିଁ ସେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ରାଗ ଦ୍ୱେଷ ରହିତ ମନୁଷ୍ୟ ପ୍ରକୃତ ଜ୍ଞାନୀ ଅଟେ।ଯେଉଁ ବ୍ୟକ୍ତି ପ୍ରଣୀ ମାନଙ୍କ ସହ ହିଂସା କରେ ନାସ୍ତିକ ଲୋକର ଘରେ ରୁହେ ଭୁଲ ମାର୍ଗରେ ଯାଏ, ସେ ନିଶ୍ଚୟ ନର୍କ ପ୍ରାପ୍ତି ହୋଇଥାଏ। ଏସବୁରୁ ଦୂରରେ ରହିଥିବା ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ହୋଇଥାଏ।ଭଗବାନ ଆମ ସହ ଅଛନ୍ତି କି ନାହିଁ ଏହି ସମ୍ପର୍କରେ ଏକ ସୁନ୍ଦର ଉଦାହରଣ ନିମ୍ନରେ ବର୍ଣ୍ଣିତ ହୋଇଅଛି।

ଏକ ବାଳକ ଶିଶୁ ଥିଲା।ସେ ଭଗବାନଙ୍କୁ କହିଲାକି ପ୍ରଭୁ ମତେ ପୃଥିବୀରେ ପୁନର୍ଜନ୍ମ ଦିଅନ୍ତୁ ନାହିଁ।କାରଣ ପୃଥିବୀରେ ବହୁତ ଖରାପ ଲୋକ ଅଛନ୍ତି।କିନ୍ତୁ ଭଗବାନ ଜନ୍ମ ହେବା ଏକ ନିୟମ ବୋଲି ତାକୁ ବୁଝାଇଲେ ଓ ସେ ରାଜି ହୋଇଗଲା।ଓ ଜନ୍ମ ନେଲା।ଜନ୍ମ ନେବା ପୂର୍ବରୁ ସେ କହିଲା ପ୍ରଭୁ ଆପଣ ମତେ ବଚନ ଦିଅନ୍ତୁ ଆପଣ ପୃଥିବୀରେ ସର୍ବଦା ମୋସହିତ ରହିବେ।ଓ ଭଗବାନ ନିଶ୍ଚିତ ବୋଲି କହିଲେ।ଓ ସେ କହିଲା ଆପଣତ ମର୍ତ୍ତ୍ୟରେ ଅଦୃଶ୍ୟ ହୋଇଯାନ୍ତି।ତେବେ ମୁଁ କିପରି ଜାଣିବି ଆପଣ ମୋ ସହ ଅଛନ୍ତି ବୋଲି।ଭଗବାନ କହିଲେ ତମେ ନିଜ ଆଖି ବନ୍ଦ କଲେ ଦୁଇ ଯୋଡ଼ା ପାଦ ଦର୍ଶନ କରିବ।ଓ ଜାଣିବ ମୁ ତୁମ ସହ ଅଛି ବୋଲି।

ତାପରେ ଶିଶୁଟି ବଡ ହୋଇ ସାଂସାରିକ ମୋହ ମାୟାରେ ବାନ୍ଧି ହୋଇ ଭଗବାନଙ୍କ ସହ ହୋଇଥିବା କଥା ଭୁଲିଗଲା।ଓ ନିଜ ମୃତ୍ୟୁ ସମୟରେ ତାର ଏହି କଥା ମନେ ପଡିଲା।ସେ ତା ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମନେପକାଇଲା ଓ ଦେଖିଲା ଦୁଇଯୋଡ଼ା ପାଦ।କିନ୍ତୁ ତାଜୀବନର ସବୁଠୁ ଦୁଃଖ ମୁହୂର୍ତ୍ତରେ ସେ ଗୋଟିଏ ଯୋଡ଼ା ପାଦ ଦେଖିଲା।ଓ ବହୁତ ମନଦୁଃଖ କଲା।ସେ ଭାବିଲା ମୁଁ ଯେଉଁ ସମୟରେ ଭଗବାନଙ୍କ ସହାୟତା ଖୋଜୁଥିଲି ସେସମୟରେ ସେ ମୋ ସହ ନଥିଲେ।ସେ ବହୁତ ମନଦୁଃଖ କଲା ଓ ମୃତ୍ୟୁ ପରେ ଭଗବାନଙ୍କୁ ଏହି କଥା ପଚାରିଲା।

ଭଗବାନ କହିଲେ ପୁତ୍ର ତୁମ ଏହି ଦୁଃଖ ସମୟରେ ମୁ ଅବଶ୍ୟ ତୁମ ସହ ଥିଲି।ଓ ତୁମ କଷ୍ଟ ସହି ନପାରି ସ୍ୱୟଂ ତୁମକୁ ଉଦ୍ଧାର କରିଛି।ତେଣୁ ତୁମେ ଗୋଟିଏ ଯୋଡ଼ା ପାଦ ଦେଖିଲ।ଏହା ଶୁଣି ସେ ବହୁତ ଖୁସି ହେଲା।ତେଣୁ ଭଗବାନ ସର୍ବଦା ଆମ ସହ ଅଛନ୍ତି।ଓ ସେ ବିପଦ ସମୟରେ ଅବଶ୍ୟ ସ୍ୱୟଂ ସହାୟକ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *