April 25, 2024

Odia Express

News For Public

ନିଜ ରାଗକୁ କିପରି ନିୟନ୍ତ୍ରଣରେ ରଖିବେ? ଶ୍ରୀକୃଷ୍ଣଙ୍କ ଠାରୁ ଜାଣନ୍ତୁ..

ନମସ୍କାର ବନ୍ଧୁଗଣ, ସମସ୍ତ ମନୁଷ୍ୟଙ୍କୁ କେବେ ନା କେବେ ରାଗ ଲାଗିଥାଏ।ଅଧିକ ରାଗୀ ଓ ଛୋଟ ଛୋଟ କଥାରେ ରାଗୁଥିବା ଲୋକଙ୍କୁ ପ୍ରାୟ ଏହି ପ୍ରଶ୍ନ ହଇରାଣ କରେ କି ନିଜର ଏହି ଅଭ୍ୟାସକୁ କିପରି ନିୟନ୍ତ୍ରଣ କରିବେ।ନିଜ ରାଗକୁ କାବୁରେ କିପରି ରଖିବେ? ଆଜିର ସମୟରେ ସାଧାରଣ ହୋଇଯାଇଥିବା ଏହି ସମସ୍ୟାର ସମାଧାନ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଦେଇଛନ୍ତି।ମହାଭାରତରେ ଏକ ପ୍ରସଙ୍ଗ ସମୟରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ପ୍ରଶ୍ନ କରିଥିଲେ।ଯାହାର ଉତ୍ତର ଦେଇ ଭଗବାନ ଶ୍ରୀକୃଷ୍ଣ କହିଲେ, ମନୁଷ୍ୟ ବିଭିନ୍ନ ପ୍ରକାରର ଭାବନାର ସହ ଜଡ଼ିତ ଅଟେ।କୌଣସି ଭାବନା ତାକୁ ପ୍ରସନ୍ନତା ଦେଇଥାଏ ତ କୌଣସି ଭାବନା ତାକୁ ବ୍ୟାକୁଳତା ଦେଇଥାଏ।

କ୍ରୋଧ ମଧ୍ୟ ଏହି ଭାବନାମାନଙ୍କ ମଧ୍ୟରୁ ଏକ ଅଟେ।କିନ୍ତୁ କ୍ରୋଧର ଭାବନା ଆମ ମନରେ କେବେ ଜନ୍ମ ନିଏ, କ୍ରୋଧ ସାମାନ୍ୟ ଭାବରେ ଯେବେ ଆମ ମନରେ କିମ୍ବା ଆମର ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ ସମ୍ପାଦନ ହୋଇନଥାଏ ତେବେ ହୋଇଥାଏ।ଯେପରିକି କେବେ କେବେ ଯଦି ଆମ କଥା ନମାନେ କିମ୍ବା ଆମେ ହାରିଯାଉ।ଏପରି ପରିସ୍ଥିତିରେ କ୍ରୋଧର ଭାବନା ଆମ ମନରେ ଆସିଯାଏ।ଏମିତିରେ ଏକ ମହତ୍ୱପୂର୍ଣ୍ଣ କଥା ଅଛି ଯାହା ଉପରେ କେହି ଧ୍ୟାନ ଦିଅନ୍ତିନାହିଁ।ଏହି ପ୍ରକାରର ସମସ୍ତ ପରିସ୍ଥିତିର ଆଧାର ଗୋଟିଏ ହିଁ ହୋଇଥାଏ।ଅର୍ଥାତ କେଉଁଠି ନା କେଉଁଠି କୌଣସି ସ୍ଥାନରେ ଆମେ ଦୁର୍ବଳ ଅଟୁ।ପ୍ରକୃତରେ କ୍ରୋଧର ଜନ୍ମ ଦୁର୍ବଳତା କାରଣରୁ ହିଁ ହୋଇଥାଏ।

ଏବଂ ଧୀରେ ଧୀରେ ଦୁର୍ବଳତା ପାଇଁ ଜନ୍ମ ନେଇଥିବା ଏହି କ୍ରୋଧ ଆମର ସବୁଠାରୁ ବଡ ଦୁର୍ବଳତା ହୋଇଯାଏ।ଅର୍ଥାତ କ୍ରୋଧକୁ ଯଦି ନିୟନ୍ତ୍ରଣରେ ନ ରଖାଯାଏ ତେବେ ଭ୍ରମ ସୃଷ୍ଟି ହୁଏ।ଏବଂ ଭ୍ରମର ଉପସ୍ଥିତିରେ ଆମର ବିବେକ ବ୍ୟଗ୍ର ହୋଇଯାଏ।ବ୍ୟଗ୍ରତା ପାଇଁ ମନୁଷ୍ୟର ତର୍କ ଶକ୍ତି ନଷ୍ଟ ହୋଇଯାଏ ତାର ଚିନ୍ତା କରିବାର ଓ ବିଚାର କରିବାର ଶକ୍ତି ଶୂନ୍ୟ ହୋଇଯାଏ।ଏବଂ ତର୍କ ପାଇଁ ମନୁଷ୍ୟର ସମ୍ପୂର୍ଣ୍ଣ ଭାବରେ ବିନାଶ ହୋଇଥାଏ।ଏଥିପାଇଁ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଜର ଆତ୍ମବଳ ଓ ଆତ୍ମାକୁ ସ୍ଥିର କରନ୍ତୁ।ଆତ୍ମବଳ ଅର୍ଥାତ କୌଣସି ପରିସ୍ଥିତିରେ ନିଜ ସମସ୍ତ ଭାବନାଗୁଡିକୁ ନିଜ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ।ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ପ୍ରକାଶ ନ କରି କିଛି କ୍ଷଣ ନିଜ ମନକୁ ଶାନ୍ତ ରଖିବା ଓ ବିଚାର କରନ୍ତୁ।ଯେମିତି ହିଁ ଆପଣଙ୍କ ମନ ଭିତରେ ଆତ୍ମବଳର ଭାବନା ବଢିବାକୁ ଲାଗିବ ତେବେ ଯାଇ ଆପଣଙ୍କ କ୍ରୋଧ ଆପଣଙ୍କ ନିୟନ୍ତ୍ରଣରେ ଆସିବାକୁ ଆରମ୍ଭ କରିବ।

ତେବେ ବନ୍ଧୁଗଣ ଏହା ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହା ଯାଇଥିବା ଏକ ଏପରି କଥା ବା ଉପଦେଶ ଯାହା ଉପରେ ସମସ୍ତଙ୍କୁ ଧ୍ୟାନ ଦେବା ଉଚିତ।ଏହା ଦ୍ଵାରା ନିଜ ଆତ୍ମା ଓ ମନର ସମସ୍ତ ଭାବନା ମାନଙ୍କ ଉପରେ ମନୁଷ୍ୟ ଅତି ସହଜରେ ନିଜ ନିୟନ୍ତ୍ରଣ କରିପାରିବ।ତେବେ ଆମେ ଆଶା କରୁଛୁ କି ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ସହ ଏହି ଆଲୋଚନା ଆପଣଙ୍କ ଭବିଷ୍ୟତରେ ଆପଣଙ୍କ କାର୍ଯ୍ୟରେ ନିୟୋଜିତ ହେବ।ଏବଂ ଏହି କଥା ବା ଉପଦେଶ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରିତ କରିବାରେ ପ୍ରୟୋଗ କରିବେ।ଏବଂ ନିଜ ଆତ୍ମବଳ ଓ ଆତ୍ମସଂଯମକୁ ଆପଣ ଭବିଷ୍ୟତରେ ସୃଦୃଢ କରିବେ।କିମ୍ବା ଯଦି ଆପଣଙ୍କର ବନ୍ଧୁ ମାନେ କି ଆପଣଙ୍କ ପ୍ରିୟଜନ ମାନେ ଯଦି କ୍ରୋଧ ଭଳି ଭୟଙ୍କର ଭାବନାର ଅଧୀନରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ସାରିଛନ୍ତି ତେବେ ଆପଣ ସେମାନଙ୍କୁ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଏହି ଉପଦେଶ ଦେଇପାରିବେ।ଯାହା ଫଳରେ ସେମାନେ ମଧ୍ୟ ଭବିଷ୍ୟତରେ ଏକ କ୍ରୋଧହୀନ ଜୀବନ ବିତାଇବେ।

Leave a Reply

Your email address will not be published. Required fields are marked *