March 28, 2024

Odia Express

News For Public

ଦେବୀ ଲକ୍ଷ୍ମୀ ଓ ଇନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରସଙ୍ଗ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ମହାଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନବାନ ହେବାକୁ ଚାହାନ୍ତି।ତେଣୁ ମହାଲକ୍ଷ୍ମୀଙ୍କ ଆରାଧନାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି।ଯଦି ଏପରି ସମସ୍ତ ବ୍ୟକ୍ତି ମହାଲକ୍ଷ୍ମୀଙ୍କ ଆରାଧନା କରିବେ ତେବେ ଦୁନିଆରେ ଆଉ ଦାରିଦ୍ର୍ୟ ରୁହନ୍ତାନି।ତେଣୁ ଧନପ୍ରାପ୍ତି ହେବା ଆଦୋୖ ସହଜ ସାଧ୍ୟ ନୁହେଁ।ତେଣୁ ନିମ୍ନରେ ଇନ୍ଦ୍ର ଓ ମହାଲକ୍ଷ୍ମୀଙ୍କ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଛି।କାହାକୁ ସର୍ବଦା ଦାରିଦ୍ର୍ୟ ଲାଗି ରହିଥାଏ।ଓ କିଏ ଧନବାନ ହୋଇଥାଏ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି।ଏହି ପ୍ରସଙ୍ଗ ମହାଭାରତ ସହିତ ଜଡିତ ଅଟେ।ଯେତେବେଳେ ମହାଲକ୍ଷ୍ମୀ ଅସୁର ମାନଙ୍କ ସଙ୍ଗ ଛାଡି ଦେଵଲୋକରେ ପଦାର୍ପଣ କଲେ,ଦେବରାଜ ଇନ୍ଦ୍ର ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କାହିଁକି ଅସୁରଲୋକ ପରିତ୍ୟାଗ କଲେ। ମହାଲକ୍ଷ୍ମୀ ଉତ୍ତର ଦେଇଥିଲେ ଯେଉଁଘରେ ଅଳସ୍ୟ ପଣ ନଥାଏ।ଅର୍ଥାତ ସମସ୍ତେ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତି।ଏବଂ ଦିନରେ ଶୁଅନ୍ତିନି।ଏବଂ ପ୍ରଭାତରୁ ଯେଉଁ ଘରେ ପଵିତ୍ର ବସ୍ତୁ ଯେମିତିକି ଘିଅ ଆଦିର ଦର୍ଶନ ମିଳିଥାଏ ସେଠାରେ ମହାଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିଥାନ୍ତି।

ଅସୁର ମାନେ ପୂର୍ବରୁ ଏପରି ନୀତି ଆଚରଣ କରୁଥିଲେ।ହେଲେ ଏବେ ପାପରେ ବଶୀଭୂତ ହୋଇ ଏହାର ବିରୁଦ୍ଧାଚରଣ କରୁଛନ୍ତି।ତେଣୁ ମହାଲକ୍ଷ୍ମୀ ସେମାନଙ୍କ ସଙ୍ଗ ପରିତ୍ୟାଗ କରିଛନ୍ତି।ଓ ଦେଵଲୋକରେ ପଦାର୍ପଣ କରିଛନ୍ତି।ପ୍ରତ୍ୟେକ ଘରେ ସମସ୍ତେ ଧନପ୍ରାପ୍ତି ଆଶାରେ ମହାଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି।ହେଲେ ସମସ୍ତେ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି କରିବାର ସୁଯୋଗ ପାଇନଥାନ୍ତି।କାରଣ ଏସବୁ ଜିନିଷରେ ସମସ୍ତେ ଧ୍ୟାନ କେନ୍ଦ୍ରୀଭୂତ କରିନଥାନ୍ତି।ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଏସବୁ ଜିନିଷ ପ୍ରତି ଗୁରୁତ୍ୱାରୋପ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।

ଯେଉଁ ପୁରୁଷ ସର୍ବଦା ସତର ପକ୍ଷ ନେଇଥାନ୍ତି।ଓ ଧର୍ମକୁ ଆଶ୍ରୟ କରିଥାନ୍ତି।ମହାଲକ୍ଷ୍ମୀ ସର୍ବଦା ସେହି ଗୃହରେ ବାସ କରିଥାନ୍ତି।ଯେଉଁ ଘରେ ବୋହୁ ମାନଙ୍କ ଆଦର କରାଯାଇନଥାଏ ଅତ୍ୟାଚାର କରାଯାଏ, ମହାଲକ୍ଷ୍ମୀ ସେହି ଗୃହ ପରିତ୍ୟାଗ କରିଥାନ୍ତି।ଯେଉଁ ଘରେ ରୋଷେଇ ସମୟରେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଇନଥାଏ ଲକ୍ଷ୍ମୀ ସେହି ସ୍ଥାନ ପରିତ୍ୟାଗ କରନ୍ତି।ଯେଉଁ ଘରେ ଅତିଥି ମାନଙ୍କ ଉଚିତ ଯତ୍ନ କରାଯାଇ ନଥାଏ ଓ ସଂମାନ ଦିଆଯାଇନଥାଏ ଲକ୍ଷ୍ମୀ ସେହି ସ୍ଥାନ ପରିତ୍ୟାଗ କରିଥାନ୍ତି।

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।

ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।ଦେବୀ ମା’ ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।।ଦୁଃଖ ସମୟରେ ଦେବୀ ଙ୍କର ଦଶଟି କଥା ବହୁତ ଉପକାରରେ ଆସିଥାଏ।ଏହି କଥା ପାଳନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।

ଯେଉଁ ମନୁଷ୍ୟ ଜୀବନରେ ଜପ ତପ ଓ ପୂଜାକରେ। ନିଜ ଇନ୍ଦ୍ରିୟ ମାନଙ୍କୁ ନିଜ ଆୟତ୍ତରେ ରଖେ ଏବଂ ସର୍ବଦା ସତ କୁହେ ସେ ଅବଶ୍ୟ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଏବଂ ତା ଜୀବନରୁ ସମସ୍ତେ ଦୁଃଖର ଅନ୍ତ ହୋଇଥାଏ।ଯେଉଁ ବ୍ୟକ୍ତି ନିଜ ପିତା ମାତାଙ୍କ ସେବା କରେ; ସର୍ବଦା ସେମାନଙ୍କ କଥା ମାନେ ଏବଂ ଭାଇଙ୍କୁ ସଂମାନ କରେ ସେ ସର୍ବଦା ସୁଖୀ ହୁଏ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଜପ ତପ ଦାନ ଓ ହବନ କରିଥାଏ ସେ ସର୍ବଦା ସୁଖୀ ହୁଏ।ଏବଂ ମୋକ୍ଷ ପ୍ରାପ୍ତିର ମାର୍ଗ ତା ପାଇଁ ସୁଗମ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଏକାଦଶୀ ପାଳନ କରିବା ଦ୍ୱାର ଗଙ୍ଗା ସ୍ନାନର ଫଳ ଲାଭ ହୋଇଥାଏ। ଏବଂ ଜୀବନର ସମସ୍ତ ଦୁଃଖ ଲାଘବ ହୋଇଥାଏ।

Leave a Reply

Your email address will not be published. Required fields are marked *