March 29, 2024

Odia Express

News For Public

ବୋହୂର ଇଚ୍ଛା ରେ ଶଶୁର ମଗାଇଦେଲେ ହେଲିକାପ୍ଟର, କିଛି ଏହିପରି ଭାବେ ହେଲା ଭରତପୁରରେ ବିଦାୟୀ ନେଲେ କନ୍ୟା

ସେମିତି ସବୁଦିନ ଶତାଧିକ ବାହାଘର ହୋଇଥାଏ , ଓ କିଏ ନା କିଏ ବର ତ ନିଶ୍ଚିତ ହୋଇଥାଏ , କିନ୍ତୁ କିଛି ଏମିତି ବାହାଘର ଅନୋଖା ଦେଖାଯାଏ , ଏକ ଅନୋଖା ବାହାଘର ବିଷୟରେ ଆମେ କହିବାକୁ ଯାଉଛୁ, କହିଦେବୁ କି ରାଜସ୍ଥାନର ଭରତପୁର ଜିଲ୍ଲାରେ ଏକ କନ୍ୟା ବିଦାୟୀର ଚର୍ଚ୍ଚାର ବିଷୟ ହୋଇଛି , ଏମିତି ଲାଗୁଛି କି ଭରତପୁର ଗାଁର ଛତ୍ରପୁର ଗ୍ରାମବାସୀଙ୍କ ପାଇଁ ଏହା ପ୍ରଥମ ମଉକା ହୋଇଥିବ , ଯେବେ ଗାଁର ଝିଅ ହେଲିକାପ୍ଟରରେ ବିଦା ହୋଇକରି ନିଜ ଶାଶୁଘରକୁ ଗଲା,  ହେଲିକାପ୍ଟରରେ ବିଦାୟୀ ନେବାର ଇଚ୍ଛା କନ୍ୟାର ଶଶୁର ପୁରା କରିଥିଲେ , ପାଞ୍ଚ ଲକ୍ଷ ଖର୍ଚ୍ଚ କରି ସେ ହେଲିକାପ୍ଟର ଭଡା ସୁତ୍ରରେ ଆଣିଥିଲେ,  ଓ ସେଥିରେ ହିଁ କନ୍ୟାର ବିଦାୟୀ ହୋଇଥିଲା ।

ଆପଣଙ୍କୁ କହିଦେବୁ କି ଭରତପୁରର କରୋଲି ଗାଁର ବିଡଗମାରେ ରହୁଥିବା ପିଡବ୍ଲୁ ଡି ର ଠିକାଦାରଙ୍କ ପୁଅ ନରେନ୍ଦ୍ର ସିଂଙ୍କ ପୁଅର ବାହାଘର ଛତ୍ରପୁରରେ ରହୁଥିବା ଝିଅ ସହ ହୋଇଥିଲା , ତାପରେ ନରେନ୍ଦ୍ର ସିଂ ବରଯାତ୍ରୀ ନେଇକରି ଛତ୍ରପୁର ପହଞ୍ଚିଯାଆନ୍ତି , ତାପର ଦିନ ସକାଳୁ ବିଦାୟୀ ହେବାର ଥିଲା , କନ୍ୟାର ଇଚ୍ଛା ଥିଲା କି ତାର ବିଦାୟୀ ହେଲିକାପ୍ଟରରେ ହେଉ, ବୋହୁର ଇଚ୍ଛାର ବିଷୟରେ ଯେବେ ଶଶୁରଙ୍କୁ ଜଣାପଡିଲା ତେବେ ସେ କନ୍ୟାକୁ ସରପ୍ରାଇଜ୍ ଦେବାପାଇଁ ଏକ ବଡ୍ ପ୍ଲାନ୍ କରିଥିଲେ,  ଓ ହେଲିକାପ୍ଟର ମଗାଇଦେଲେ ।

ବିଦାୟୀର ରୀତିନୀତି ଚାଲୁଥିଲା, ତେବେ ସେହି ସମୟରେ ଛତ୍ରପୁରର ଆକାଶରେ ହେଲିକାପ୍ଟର ଉଡୁଥିବାର ଦେଖାଯାଇଥିଲା,  ଗାଁର ଏକ ଜାଗାରେ ତିଆରି ହୋଇଥିବା ହେଲିପ୍ୟାଡରେ ଯେବେ ହେଲିକାପ୍ଟରର ଲ୍ୟାଣ୍ତିଙ୍ଗ୍ ହେଲା ତେବେ ଗାଁ ଲୋକଙ୍କର ଭିଡ ହୋଇଯାଇଥିଲା,  ସେମିତି କନ୍ୟାକୁ ଯେବେ ଶଶୁରଙ୍କ ଏହି ଉପହାର ବିଷୟରେ ଜଣାପଡିଲା ତେବେ ସେ ଖୁସିରେ ପାଗଳ ହୋଇଯାଇଥିଲେ , ହେଲିକାପ୍ଟର ଦେଖିବାପାଇଁ ଗାଁ ଲୋକେ ବହୁତ ଉତ୍ସାହିତ ନଜର ଆସୁଥିଲେ । ବିବାହର ସବୁ ରୀତିନୀତି ସରିବାପରେ କନ୍ୟା ହେଲିକାପ୍ଟରରେ ବର ସହ ନିଜ ଗାଁ ବିଡଗମାରୁ ବାହାରିଯାଇଥିଲେ , ସେମିତି ବରର ଗାଁରେ ବି ହେଲିକାପ୍ଟର ଦେଖିବାପାଇଁ ଗାଁ ଲୋକଙ୍କର ଭିଡ ଆଗରୁ ହୋଇଯାଇଥିଲା ।

ହେଲିକାପ୍ଟର ଯେପରି ବିଡଗମାରେ ଓହ୍ଲାଇଲା , ତେବେ ପରିବାର ଲୋକେ ଯେଉଁଠି ବର ଓ କନ୍ୟାକୁ ସ୍ୱାଗତ କରିବାରେ ଲାଗିପଡିଲେ , ତେବେ ସେଠାରେ ଗାଁର ଅଧା ଲୋକ ହେଲିକାପ୍ଟର ଦେଖିବାରେ ବ୍ୟସ୍ତ ହୋଇଯାଇଥିଲେ , ପରିବାର ଲୋକେ କହିଲେ କି ହେଲିକାପ୍ଟରର ବିଦାୟୀରେ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ଆସିଯାଇଥିଲା , କନ୍ୟାର ଇଚ୍ଛା ପୁରା କରିବାପାଇଁ ଶଶୁରଙ୍କ ତରଫରୁ ଏକ ଉପହାର ଦିଆଯାଇଥିଲା ଯାହାକି ବହୁତ ଖାସ୍ ଥିଲା,  ଯେଉଁଥିରେ କନ୍ୟା ବହୁତ ଖୁସି ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *