March 23, 2024

Odia Express

News For Public

ହଳଦିଆ ଦାନ୍ତ କୁ ସଫା କରି ମୋତି ଭଳି ଚମକାଇବା ଓ ଦାନ୍ତ କୁ ସଡ଼ିବାରୁ ବଞ୍ଚାଇବା ର ସହଜ ଘରୋଇ ଉପଚାର

ଏହି ଉପଚାର ରୁ ୩ ଟି ଫାଇଦା ମିଳିବ। ଅପଣଙ୍କ ଅପରିଷ୍କାର ହଳଦିଆ ଦାନ୍ତ କୁ ସଫା ଓ ଚମକଦାର ବନେଇବା,୨:ଅପଣଙ୍କ ଦାନ୍ତ କୁ ସଡ଼ିବାରୁ ବଞ୍ଚାଇବ,ଦାନ୍ତ ରେ ହେଉଥିବା ଛେଦ ରୁ ବଞ୍ଚାଇବା।୩:ଦାନ୍ତ ରେ ଥିବା ପୋକ କୁ ମାରିବା ରେ ଏହି ଉପଚାର ସାହଯ୍ୟ କରିଥାଏ। ଆମ ଚାରିପାଖରେ ଏପରି ପ୍ରାକୃତିକ ଜିନିଷ ରହିଥାଏ ଯାହା ମଧ୍ୟରେ ଦିବ୍ୟଗୁଣ ରହିଥାଏ ଯଦି ଏହାକୁ ଆମେ ଜାଣି ଏହାର ବ୍ୟବହାର କରି ଆମ ଦାନ୍ତ କୁ ଚମକଦାର ବନେଇପାରିବା।ଏହି ଉପଚାର ଆମର ବହୁତ କାମରେ ଆସିବ।

ଯେଉଁ ଲୋକର ଦାନ୍ତ ସଫା ଦିଶୁଥାଏ ତାଙ୍କ ହସ ବହୁତ ମଧୁର ଓ ସୁନ୍ଦର ଲଗିଥାଏ।ଆପଣଙ୍କ ମୁହଁ ଯେତେ ବି ସୁନ୍ଦର ହେଇଥାଉନା କାହିଁକି ଯଦି ଦାନ୍ତ ଅସୁନ୍ଦର ଓ ହଳଦିଆ ଦିଶୁଥାଏ ବହୁତ ଅସୁବିଧା ହୋଇଥାଏ ହସିବାରେ।ବହୁତ ଲୋକ ଖୋଲିକରି ହସିପାରିନଥାନ୍ତି।ଏହି ଉପଚାର ଦାନ୍ତ ର ମଇଳା କୁ ସଫା କରିବାରେ ସାହାଯ୍ୟ କରିବ।ଯେବେ ଆପଣ ଏହାକୁ ପ୍ରଥମେ ବ୍ୟବହାର କରିବେ ପ୍ରଥମ ଦିନରୁ ଏହାର ପ୍ରଭାବ ଅପଣଙ୍କ ଦାନ୍ତ ରେ ଦେଖାଯିବ।

ପ୍ରଥମେ ଅଧା ଚାମଚ ସୁଦ୍ଧ ସୋରିଷ ତେଲ ନେବେ।ସୋରିଷ ତେଲ ଦାନ୍ତ କଷ୍ଟ କୁ ଦୂର କରିଥାଏ,ପୋକ ଙ୍କୁ ମରିଥାଏ ଓ ଦାନ୍ତ କୁ ସଫା କରିବା ରେ ବହୁତ କାମରେ ଆସିଥାଏ।ଏହାପରେ ଆପଣ ଚିମୁଟାଏ ସେନ୍ଧା ଲୁଣ ନେବେ।ସେନ୍ଧା ଲୁଣ ଦାନ୍ତ କୁ ମଜବୁତ କରିଥାଏ, ମାଢି କୁ ମଜବୁତ କରିଥାଏ,ଦାନ୍ତକୁ ସଡ଼ିବାରୁ ରକ୍ଷା କରିଥାଏ।ଏହାପରେ ୩ ରୁ ୪ ବୁନ୍ଦା ଲେମ୍ବୁ ରସ ନେବେ।ଲେମ୍ବୁରେ ଥିବା ଭିଟାମିନ ସି, ସିଟ୍ରିକ ଅମ୍ଳ ଦାନ୍ତ ର ମଇଳା ସଫା କରିବାରେ ସାହାଯ୍ୟ କରିଥାଏ।ଆପଣ ଯେଉଁ ଲେମ୍ବୁ ନେବେ ତାହାର ଚୋପା ର ରଙ୍ଗ ସବୁଜ ହୋଇଥିବା ଆବଶ୍ୟକ।

ଏହାପରେ ୨ ଟି ଲବଙ୍ଗ କୁ ନେଇ ଗୁଣ୍ଡ କରିଦେବେ।ଲବଙ୍ଗ ଦାନ୍ତ କୁ ସଫା ରଖିଥାଏ, ଦାନ୍ତକୁ ମଜବୁତ କରିଥାଏ ଓ ମୁହଁ ର ଦୁର୍ଗନ୍ଧ ଦୂର କରିବାରେ ସାହଯ୍ୟ କରିଥାଏ।ଲବଙ୍ଗ ଦାନ୍ତ ପାଇଁ ଏକ ବରଦାନ। ଶେଷରେ ପିଜୁଳି ଗଛର କଅଁଳିଆ ପତ୍ର ଗୋଟେ ନେଇ ଏହାକୁ ବାଟି ଦେବେ ଓ ସବୁ ପଦାର୍ଥ କୁ ମିଶାଇ ଏକ ପ୍ରାକୃତିକ ଦାଂତମଞ୍ଜନ ବନାଇଦେବେ।ଏହାକୁ ଦିନରେ ଥରେ ବ୍ୟବହାର କରିବେ ଏହାପରେ ଆପଣଙ୍କ ଦାନ୍ତ ର ସବୁ ସମସ୍ୟା ଦୂର ହୋଇଯିବ।

ଏହି ଉପଚାର ଆପଣ ସହଜ ଓ ସୁବିଧା ଓ ବିନା ମୂଲ୍ୟରେ ବନାଇପାରିବେ।ବଜାର ରେ ମିଳୁଥିବା ଦାଂତମଞ୍ଜନ ଅପେକ୍ଷା ଏହାର ଉପଯୋଗୀ ଗୁଣ ଅଧିକା ରହିଥାଏ।ବହୁତ ସମୟରେ ଖାଦ୍ୟ ଖାଇଲାବେଳେ ଆମ ଦାନ୍ତ ମଧ୍ୟ ରେ ଖାଦ୍ୟ ରହିଯାଇଥାଏ କିମ୍ବା ଅଧିକ ଚିନି ଜାତୀୟ ଖାଦ୍ୟ ଖାଇଲେ କିମ୍ବା ଆମ ଦାଂତମଞ୍ଜନ ରେ ଲୁଣ ର ପରିମାଣ କମ ଥିଲେ ଦାନ୍ତ ରୋଗ ହୋଇଥାଏ,ଦାନ୍ତରେ ମଇଳା ଜମିଥାଏ, ଦୁର୍ଗନ୍ଧ ବାହାରେ,ଦାନ୍ତ ହଳଦିଆ ଦିଶେ।ଏଥିପାଇଁ ସତର୍କ ହେବା ଆମ ଉପରେ ନିର୍ଭର କରେ।

ଦାନ୍ତ ସଫା ନରଖିଲେ ଦାନ୍ତ ମୂଳ ଫୁଲିବା, ଦାନ୍ତ ରେ ପୋକ ହେବା ଓ ଦାନ୍ତ ରେ କଣା ହେବା ଇତ୍ୟାଦି ଅସୁବିଧା ଦେଖାଯାଇଥାଏ।ଯାହାଫଳରେ ଆମେ କଷ୍ଟ ଅନୁଭବ କରିବା ସଙ୍ଗେ ସଙ୍ଗେ ଆମ ମୁଁହ ଅସୁନ୍ଦର ମଧ୍ୟ ଦେଖାଯାଏ।

Leave a Reply

Your email address will not be published. Required fields are marked *