April 15, 2024

Odia Express

News For Public

ବାପାଙ୍କ ଥିଲା ଛୋଟ ଦୋକାନ, Tuition ପଢାଇକରି ନିଜେ କଲେ ପାଠପଢା, କଠିନ ପରିଶ୍ରମରୁ ସଫଳତା ହାସିଲ୍ କରି ହେଲେ ବଡ ଅଫିସର୍

ମଣିଷ ନିଜ ସ୍ୱପ୍ନ ବହୁତ ବଡ ହୋଇଥାଏ କିନ୍ତୁ କେବଳ ଭାବିବା ମାତ୍ରେ ହିଁ ସ୍ୱପ୍ନ ପୁରା ହୋଇନଥାଏ, ତାହା ପାଇଁ କଠିନ ସଂଘର୍ଷ ଓ ପରିଶ୍ରମ କରିବାକୁ ପଡିଥାଏ, ଏମିତି କୁହାଯାଏ କି ଯଦି କେଉଁ ମଣିଷ ନିଜ ମଜବୁତ୍ ଇଚ୍ଛା ଶକ୍ତି ସହ କେଉଁ ଜିନିଷ ହାସିଲ୍ କରିବାର ଭାବିନେଇଥାଏ ତେବେ ତାଙ୍କ ସାମ୍ନାରେ ବଡ ମୁସକିଲ୍ ବି ସହଜ ହୋଇଯାଏ, କଠିନ ପରିଶ୍ରମ ଓ ସଂଘର୍ଷରୁ ମଣିଷ ଏକ ସଫଳ ବ୍ୟକ୍ତି ହୋଇଥାଏ, ଆଜି ଆମେ ଆପଣଙ୍କୁ ବିହାରର ନିରଞ୍ଜନ କୁମାରଙ୍କ ବିଷୟରେକହିବାକୁ ଯାଉଛୁ, ଯିଏକି ୟୁପିଏସସି ପରୀକ୍ଷା ପାସ୍ କରି ଭାରତୀୟ ରାଜସ୍ୱ ସେବା ବଡ ଅଫିସର ହୋଇସାରିଛନ୍ତି , ସେ ଏହି ସଫଳତା ପାଇବା ପାଇଁ ନିଜ ଜୀବନରେ କଡା ସଂଘର୍ଷର ସାମ୍ନା କରିଥିଲେ ।

ଆପଣଙ୍କୁ କହିଦେବୁ କି ନିରଞ୍ଜନ କୁମାର ଏହି ସଫଳତା ହାସିଲ୍ କରିବାପାଇଁ ନିଜ ଜୀବନରେ ବହୁତ ଉତଥାନ ପତନ ଦେଇ ସାମ୍ନା କରିଥିଲେ, କିନ୍ତୁ ସେ କେଉଁ ବି ପରିସ୍ଥିତି ସାମ୍ନାରେ ହାର୍ ମାନିନଥିଲେ, ଓ ନିରନ୍ତର୍ ପରିଶ୍ରମ କରୁଥିଲେ, ନିରଞ୍ଜନ୍ କୁମାର ବିହାରର ଏକ ଛୋଟ ଗାଁର ବାସିନ୍ଦା ଥିଲେ, ସେ ୨୦୧୭ ରେ ୭୨୮ ଅଙ୍କର ରାଙ୍କ୍ ହାସିଲ୍ କରିଥିଲେ, କିନ୍ତୁ ୫୩୫ ଏବେ ରାଙ୍କ୍ ପାଇଛନ୍ତି, ଯେବେ ନିରଞ୍ଜନ କୁମାର ୟୁପିଏସସି ପରୀକ୍ଷା ପ୍ରସ୍ତୁତି କରିବାକୁ ଭାବିଲେ ତେବେ ଏହା ଏତେ ସହଜ ବି ନଥିଲା ।

ମିଡିଆ ରିପୋର୍ଟ୍ସର ଅନୁସାରେ ନିରଞ୍ଜନ କୁମାରଙ୍କ ଆର୍ଥିକ ପରିସ୍ଥିତି ବିଲକୁଲ୍ ଠିକ୍ ନଥିଲା, ନିରଞ୍ଜନ କୁମାରଙ୍କ ବାପା ଏକ ଛୋଟ ଖଇନୀ ଦୋକାନ ଖୋଲିଥିଲେ, ଏହି ଦୋକାନରୁ ଯେପରି ସେପରି ହେଉ ଘରର ଗୁଜୁରାଣ ଚଲିଯାଉଥିଲା, ନିରଞ୍ଜନ କୁମାରଙ୍କ ଚାରି ଭାଇ ଭଉଣୀ ଥିଲେ, ତାଙ୍କ ବାପା ତାଙ୍କ ପାଠପଢା ପାଇଁ ସବୁ ବ୍ୟବସ୍ଥା କରିପାରିବା ଏତେ ସଂମ୍ଭବ ନଥିଲା, କିନ୍ତୁ ନିରଞ୍ଜନ କୁମାର ନିଜ ଜୀବନରେ ଯାହା ଭାବିଥିଲେ ତାକୁ ପାଇବାପାଇଁ ସାହାସ ରଖିଥିଲେ, ସେମିତି ନିରଞ୍ଜନ କୁମାରଙ୍କ ଘରର ସ୍ଥିତି ଠିକ୍ ନଥିଲା କିନ୍ତୁ ତାହାପରେ ପରିବାର ଲୋକେ ନିରଞ୍ଜନଙ୍କ ସହ ସାଥି ଛାଡିନଥିଲେ

ବିହାରର୍ ନବାଦା ଜିଲ୍ଲାର ପକରୀ ବରମା ରେ ରହୁଥିବା ନିରଞ୍ଜନ କୁମାରଙ୍କ ପାଇଁ ପାଠପଢା କରିବା ଏତେ ସହଜ ନଥିଲା, ଆର୍ଥିକ ସ୍ଥିତି ଠିକ୍ ନ ହୋଇପାରିବା କାରଣରୁ ତାଙ୍କ ପାଠପଢାର ଖର୍ଚ୍ଚ ପରିବାର ଉପରେ ବହୁତ ଭାରିପଡିଲା, ତେବେ ନିରଞ୍ଜନଙ୍କ ନବୋଦୟ ବିଦ୍ୟାଳୟରେ ସିଲେକ୍ସନ୍ ହୋଇଗଲା, ନିରଞ୍ଜନଙ୍କ ପାଖରେ ପାଠପଢା ପାଇଁ ନା ତ ଖର୍ଚ୍ଚ ଥିଲା ନା କିଛି ପାଠପଢା କରିବାପାଇଁ ସୁବିଧା ଥିଲା ଏହା ଠାରୁ ଦଶମ କରିବାପରେ ସେ ଇଣ୍ଟର ପଢିବାପାଇଁ ପାଟନା ଚାଳିଗଲେ, କିନ୍ତୁ ମୁସକିଲ୍ ରେ ନିରଞ୍ଜନଙ୍କ ପଛ ଛାଡୁନଥିଲା, ଯେବେ ପଇସାର ଆବଶ୍ୟକତା ବଢିଲା ନିରଞ୍ଜନଙ୍କୁ ଟ୍ୟୁସନ୍ କରି ନିଜ ଗୁଜୁରାଣ ମେଣ୍ଟାଇବାକୁ ପଡିଲା ।

ନିରଞ୍ଜନ ଛୁଆଙ୍କୁ ପଢାଇବା ସହ ନିଜର କୋଚିଙ୍ଗ୍ ପାଇଁ ସବୁଦିନ ବହୁତ କିଲୋମିଟର ପାଦରେ ଚାଲିଚାଲିଯାଉଥିଲେ, ତେବେ ଯାଇକରି ତାଙ୍କ ପାଠପଢା ହୋଇପାରୁଥିଲା, +୨ ପରେ ସିଲେକ୍ସନ୍ ଆଇଆଇଟ୍ ପାଇଁ ହୋଇଗଲା, ଯାହାପରେ ପରିବାର ଲୋକଙ୍କ କିଛି ଆଶା ହେଲା< ଇଞ୍ଜିନିୟରିଙ୍ଗ୍ ପଢା କରିବାପରେ ନିରଞ୍ଜନ କୋଲ୍ ଇଣ୍ତିଆରେ ଜବ୍ ପାଇଲେ ଏହାପରେ ନିରଞ୍ଜନ ବିବାହ କରିଥିଲେ

ଏବେ ବି ନିରଞ୍ଜନଙ୍କ ସ୍ୱପ୍ନ ପୁରା ହୋଇନଥିଲା, ତାଙ୍କ ସ୍ୱପ୍ନ ଥିଲା କି ସେ ଦିନେ ନା ଦିନେ ଆଇଏଏସ ଅଫିସର୍ ହେବେ, ଯାହାପାଇଁ ସେ ଆହୁରି ପ୍ରସ୍ତୁତି କରିଲେ । ନିରଞ୍ଜନ କୁମାରଙ୍କ ସ୍ୱପ୍ନ ପୁରାକରିବାପାଇଁ ବହୁତ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିଲା< ତେବେ ଯାଇକରି ତାଙ୍କୁ ସଫଲତା ହାସିଲ୍ ହେଲା, ଯେବେ ଏହି ଇଞ୍ଜିନିୟର ୨୦୧୬ ରେ ୟୁପିଏସସି କ୍ରାକ୍ କଲେ

ରାଙ୍କ୍ ହିସାବରେ ତେବେ ତାଙ୍କ୍ ଆଇଆରଏସ୍ ପାଇଁ ବଛାଯାଇଥିଲା, ୟୁପିଏସସି କ୍ରାକ୍ କଲାପରେ ନିରଞ୍ଜନ କୁମାର ନିଜ ସଂଘର୍ଷ ଦିନ କୁ ମନେ ପକାଇ ନିଜ ବାପାଙ୍କ ଛୋଟ ଦୋକାନରେ ବସୁଥିଲେ, ଯେବେ ନିରଞ୍ଜନଙ୍କ ବାପା ବାହାରକୁ ଯାଉଥିଲେ ତେବେ ଏହି ଦୋକାନରେ ବସି ସେ ଖଇନୀ ବିକ୍ରି କରୁଥିଲେ, ଏବେ ନିରଞ୍ଜନଙ୍କ ବାପାଙ୍କ ଖଇନୀ ଦୋକାନ ଅଛି, ଓ ସେ ତାକୁ ଚଲାଉଛନ୍ତି

Leave a Reply

Your email address will not be published. Required fields are marked *