March 28, 2024

Odia Express

News For Public

ସଲମାନ୍ ଖାନ୍ ଙ୍କ ଫିଲ୍ମ “ ବଜରଙ୍ଗୀ ଭାଇଜାନ୍ ର ମୁନ୍ନୀ କରିଦେଲେ କମାଲ୍,Harshaali Malhotra ଙ୍କୁ ଭାରତ ରତ୍ନ ଦ୍ୱାରା କରାଯାଇଛି ସମ୍ମାନିତ

ଆପଣ ସମସ୍ତଙ୍କୁ ୨୦୧୫ ରେ ଆସିଥିବା ଫିଲ୍ମ ବଜରଙ୍ଗୀ ଭାଇଜାନ୍ ତ ଦେଖିଥିବେ ଏହି ଫିଲ୍ମ ସେହି ସମୟର ବ୍ଲକବଷ୍ଟର୍ ଫିଲ୍ମ ହୋଇଥିଲା, ଦର୍ଶକଙ୍କ ଦ୍ୱାରା ଏହି ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା, ଏହି ଫିଲ୍ମରେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ତାଙ୍କ ଅଭିନୟକୁ ଫ୍ୟାନ୍ସଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା, ଏହି ଫିଲ୍ମର ନିର୍ଦ୍ଧେଶନା କବୀର ଖାନ୍ ଙ୍କ ଦ୍ୱାରା କରାଯାଇଥିଲା, ସଲମାନ୍ ଖାନ୍ ଙ୍କ ସହ ମୁଖ୍ୟ ଭୁମିକାରେ ଅଭିନେତ୍ରୀ କରିନା କାପୁର ଓ ଅଭିନେତା ନବାଜୁଦ୍ଧିନ୍ ସିଦ୍ଧିକି ନଜର୍ ଆସିଥିଲେ, କିନ୍ତୁ ବଜରଙ୍ଗୀ ଭାଇଜାନରେ ଏକ ଛୋଟ୍ ଝିଅକୁ ଆପଣ ନିଶ୍ଚିତ ଦେଖିଥିବେ, ସେହି ଝିଅ ଯିଏକି ଫିଲ୍ମରେ ଏକ ମୁକ ଝିଅ ଭାବେ ଦେଖାଯାଇଥିଲା

କିନ୍ତୁ ଏହାପରେ ସେ ନିଜ୍ ହସ ଓ ଅଭିନୟରୁ ସମସ୍ତଙ୍କ ହୃଦୟକୁ ଜିତିପାରିଥିଲା । ହଁ ଆଜ୍ଞା ଆପଣ ବିଲକୁଲ୍ ଠିକ୍ ଭାବିଛନ୍ତି, ଆମେ ଏବେ ବଜରଙ୍ଗୀ ଭାଇଜାନ୍ ର ମୁନ୍ନୀ କଥା କହୁଛୁ, ବଜରଙ୍ଗୀ ଭାଇଜାନ୍ ମୁନ୍ନୀ ଭୁମିକା ନିଭାଉଥିବା ଅଭିନେତ୍ରୀ ହର୍ଷାଲି ମଲହୋତ୍ରାଙ୍କୁ ଏବେ ଭାରତ ରତ୍ନ ବିଆର ଆମ୍ବେଦକର ଆୱାର୍ଡ ଦ୍ୱାରା ସମ୍ମାନିତ୍ କରାଯାଇଛି, ଏହି କଥାର ପୃଷ୍ଟି ନିଜେ ଅଭିନେତ୍ରୀ ହର୍ଷାଲି ମଲହୋତ୍ରା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ଏକ ପୋଷ୍ଟ କରି କହିଥିଲେ ।

ହର୍ଷାଲି ମଲହୋତ୍ରା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ କିଛି ଫଟୋ ସେୟାର୍ କରିଥିଲେ, ଏହି ଫଟୋରେ ଦେଖିପାରିବେ କି ସେ ଆୱାର୍ଡ ନେଉଛନ୍ତି, ଏହି ଫଟୋକୁ ସେୟାର୍ କରି ହର୍ଷାଲି ଲେଖିଥିଲେ କି ଶ୍ରୀ ଭଗତ ସିଂ କୋଶୟାରୀ ମହାରାଷ୍ଟ୍ରର ରାଜ୍ୟପାଳ ଙ୍କ ଠାରୁ ଭାରତ ରତ୍ନ ଆମ୍ବେଦକର୍ ପୁରସ୍କାର୍ ପାଇକରି ଧନ୍ୟ ହୋଇଛି । ଫଟୋରେ ଦେଖିପାରିବେ କି ସେ ଏକଧଳା ରଙ୍ଗର ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି, ଓ ପୁରସ୍କାର ମିଳିବାର ଦେଖି ଫ୍ୟାନ୍ସ ବହୁତ ଖୁସି ନଜର ଆସୁଛନ୍ତି ।

ହର୍ଷାଲି ମଲହୋତ୍ରାଙ୍କୁ ପୁରସ୍କାର ମିଳିବାପରେ ଏକ ଫ୍ୟାନ୍ ଲେଖିଥିଲେ କି ବଧାଇ , ଭଗବାନ ତୁମକୁ ସବୁବେଳେ ଖୁସି ଓ ସଫଳ କରାନ୍ତୁ, ସେମିତି ଆଉ ଜଣେ ଫ୍ୟାନ୍ ଲେଖିଥିଲେ କି ବଧାଇ ହେଉ ଦିଦି, ଆପଣ ଏହା ପାଇଁ ଯୋଗ୍ୟ, ଏବେ ଆହୁରି ଆସିବାର ଅଛି, ଭଗବାନ ତୁମର ମଙ୍ଗଳ କରନ୍ତୁ । ଏତିକି ନୁହେଁ ଆଉ ଏକ ଫ୍ୟାନ୍ସ ଫଟୋରେ କମେଣ୍ଟ କରି କହିଥିଲେ କି ବଧାଇ, ଆମେ ତୁମ ଉପରେ ଗର୍ବ ଅନୁଭବ କରୁଛୁ, ଏମିତି ଆଗେଇ ଚାଲ, ଭଗବାନ ମଙ୍ଗଳ କରନ୍ତୁ, ଏହି ପରି ଲଗାତାର ଲୋକ ବହୁତ ବଧାଇ ଦେଉଛନ୍ତି । ଆପଣଙ୍କୁ କହିଦେବୁ କି ସୁପରହିଟ୍ ଫିଲ୍ମ ବଜରଙ୍ଗୀ ଭାଇଜାନ୍ ନିର୍ଦ୍ଧେଶକ କବିର ଖାନ୍ ଓ ଫିଲ୍ମର ମୁଖ୍ୟ ଅଭିନେତା ସଲମାନ ଖାନ୍ ଙ୍କୁ ହର୍ଷାଲି ମଲହୋତ୍ରା ଏହି ପୁରସ୍କାର ସମର୍ପିତ କରାଯାଈଛି

ହର୍ଷାଲି ମଲହୋତ୍ରା ଏହି ଫଟୋକୁ ସେୟାର୍ କରି ଲେଖିଛନ୍ତି କି ମୋତେ ବିଶ୍ୱାସ କରିବାପାଇଁ ଏହି ପୁରସ୍କାର ସଲମାନ୍ ଖାନ୍ ସାର୍, କବିର୍ ଖାନ୍ ଓ ମୁକେଶ ଛାବଡା ଅଙ୍କଲ୍ ଙ୍କୁ ସମର୍ପିତ ହୋଇଛି, ଓ ପୁରା ବଜରଙ୍ଗୀ ଭାଇଜାନ୍ ଟିମ୍ ଙ୍କୁ ଶ୍ରି ଭଗତ୍ ସିଂ କୋଶୟାରୀ ଙ୍କ ତରଫରୁ ଭାରତ ରତ୍ନ ଡାକ୍ତର ଆମ୍ବେଦକର ରାଷ୍ଟ୍ରିୟ ପୁରସ୍କାରର ଶ୍ରେୟ ଯାଉଛି । ଆପଣଙ୍କୁ କହିଦେବୁ କି ବଜରଙ୍ଗୀ ଭାଇଜାନ୍ ଫିଲ୍ମରେ ହର୍ଷାଲୀ ମଲହୋତ୍ରା ଏକ ପାକିସ୍ଥାନୀ ଝିଅ ମୁନ୍ନୀର ଭୁମିକା ନିଭାଉଥିବାର୍ ନଜର୍ ଆସିଛନ୍ତି, ଯିଏ ଭାରତରେ ହଜିଯାଏ, ଏହି ଫିଲ୍ମରେ ସଲମାନ୍ ଖାନ୍ ପବନ କୁମାର ଚର୍ତ୍ତୁବେଦୀ ଭୁମିକା ନିଭାଇଥିଲେ, ଯିଏକି ମୁନ୍ନୀକୁ ସାହାଯ୍ୟ କରିଛନ୍ତି,

ଏହି ଫିଲ୍ମ ଏବେ ପର୍ଯ୍ୟନ୍ତ ସବୁଠାରୁ ସଫଳ ଫିଲ୍ମରୁ ଗୋଟେ ଅଟେ, ଏକ ମୁକ ଝିଅ ରୁପରେ ହର୍ଷାଲି ମଲହୋତ୍ରା ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି, ତାଙ୍କୁ ସର୍ବଶ୍ରେଷ୍ଟ ମହିଳା ପଦାର୍ପଣ ନାମାଙ୍କନ ପାଇଁ ଫିଲ୍ମଫେୟାର୍ ପୁରସ୍କାର ମିଳିସାରିଛି, ଏହି ଶ୍ରେଣୀରେ ନାମାଙ୍କିତ ହେଉଥିବା ସବୁଠାରୁ କମ୍ ବୟସର ଝିଅ ହିସାବରେ ହର୍ଷାଲି ମଲହୋତ୍ରା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *