April 16, 2024

Odia Express

News For Public

୨୭ ରେ ମୈସୁମୀ Kerala ଛୁଇଁବ,ପୁଣି ଲଘୁଚାପ ଆସିଲା ଏହି ଦିନରୁ ଓଡ଼ିଶାରେ ବର୍ଷା ହେବ ଆରମ୍ଭ…

ସାଙ୍ଗମାନେ ଆଜି ଆମେ ଜାଣିବା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏକ ବହୁତ ବଡ଼ ତଥ୍ୟ ବିଷୟରେ।ଓଡ଼ିଶାର ପାଣିପାଗକୁ ନେଇ କିଛି ନୂତନ ଅପଡେଟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପାଣିପାଗକୁ ନେଇ ବିଶେଷ ଅପଡେଟ।ତେବେ ମିଳିଥିବା ଖବର ଅନୁସାରେ ଓଡିଶାକୁ ଆଗୁଆ ଆସୁଛି ମୈସୁମୀ।ତେବେ ଦକ୍ଷିଣ ପଶ୍ଚିମ ମୈସୁମୀ ପାଇଁ ପାଗ ଅନୁକୂଳ।ଭାରତୀୟ ପାଣିପାଗ ବିଭାଗର ଆକଳନ ମଇ ୨୭ରେ କେରଳ ଛୁଇଁବ ମୈସୁମୀ।

ସାଧାରଣତଃ ମୈସୁମୀ ଜୁନ ୧ ତାରିଖରେ କେରଳ ପହଞ୍ଚେ।୨୦୧୭ରେ ମଇ ୩୦, ୨୦୧୮ରେ ମଇ ୨୯ ଏବଂ ୨୦୧୯ରେ ଜୁନ ୮ ୨୦୨୦ରେ ଜୁନ ୧ ଓ ଏହା ସହିତ ୨୦୨୧ରେ ଜୁନ ୩ରେ କେରଳ ଛୁଇଁଥିଲା ମୈସୁମୀ।ବର୍ତ୍ତମାନ ଯାହା ଆକଳନ କରାଯାଉଛି ଦକ୍ଷିଣ ପଶ୍ଚିମ ମୈସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି

ଓ ମଡେଲ ମଧ୍ୟ ଚାରିଦିନ ଆଗପଛ ହେବାର ସମ୍ଭାବନା ରହିଛି।ସାଧାରଣତଃ ୧ ଜୁନରେ କେରଳ ଛୁଇଁଥିବା ବେଳେ ଦଶ ତାରିଖ ବେଳକୁ ଆମର ଓଡ଼ିଶାରେ ପ୍ରବେଶ କରିଥାଏ ଦକ୍ଷିଣ ପଶ୍ଚିମ ମୈସୁମୀ ବାୟୁ।ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଏହା ପ୍ରବେଶ କରିଥାଏ।ବର୍ତ୍ତମାନ ଯଦି ଆମେ ଦେଖିବା ଏହା କେରଳ ଛୁଇଁବାରେ ଦଶ ଦିନ ଲାଗିଥାଏ।

ତେବେ ପରବର୍ତ୍ତୀ ସମୟରେ ଏହା କିପରି ରହୁଛି ଓ ଉତ୍ତର ମୁହାଁ ରହୁଛି କିମ୍ବା ନାହିଁ ଏହା ଆମେ ଦେଖିବା।ଧୀରେ ଧୀରେ ସେହି ଅନୁସାରେ ଆକଳନ କରିବା।ସାଧାରଣତଃ ମୈସୁମୀ ବାୟୁ କେରଳ ଛୁଇଁବାର ଦଶଦିନ ପରେ ଓଡିଶା ପହଞ୍ଚେ।ଅର୍ଥାତ ଯଦି ଆଇ ଏମ ଡି ଅନୁମାନ ସଠିକ ହୁଏ ତେବେ ଜୁନ

ମାସରେ ସାତ ତାରିଖ ପର୍ଯ୍ୟନ୍ତ ପହଞ୍ଚିବ ମୈସୁମୀ।ସେପଟେ ବିଭିନ୍ନ ପାଣିପାଗ ସଂସ୍ଥା ଆକଳନ କରୁଛନ୍ତି ବଙ୍ଗୋପ ସାଗରରେଆସନ୍ତା ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ବିଭିନ୍ନ ମଡେଲର ଅନୁମାନରେ ୧୮ ଓ ୧୯ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ତାମିଲନାଡୁ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ମିଆଁମାର ଆଡେ ଅଗ୍ରସର ହୋଇପାରେ।

ଯଦି ଏପରି ହୁଏ ତେବେ ଏହା ମୈସୁମୀ ଆଗମନକୁ ପ୍ରଭାବିତ କରିବ କି?୧୫ରୁ ୧୯ ମିନିଟ ଇନସେନ ପଜ ଆସୁଛି।ଏହା କେରଳରେ ମଧ୍ୟ ବର୍ଷା କରାଇବ ଓ ବଙ୍ଗୋପ ସାଗରର ଚ୍ୟାନେଲକୁ ମଧ୍ୟ ଆକ୍ଟିଭେଟ କରାଇବ।ସେହି ସମୟରେ ଆମର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହୁଛି।ଯଦି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ଆମେ ଯଦି ଏହାର ପ୍ରୋଗ୍ରେସ ପାଥ ଦେଖିବା ତେବେ ତାହା ଯାଉଛି ବର୍ମା।ଏହା ମୈସୁମୀକୁ ଅଳ୍ପ ସକ ଦେବ।ଗତ ୧୭ ବର୍ଷ ଧରି ପାଣିପାଗ ବିଭାଗର ମୈସୁମୀକୁ ନେଇ ଅନୁମାନ ୨୦୧୫କୁ ଛାଡି ସଠିକ ରହିଛି।

Leave a Reply

Your email address will not be published. Required fields are marked *