April 25, 2024

Odia Express

News For Public

29 ଜୁନ୍ ୨୦୨୨ ରାଶିଫଳ,ଆଜି ଏହି ୬ଟି ରାଶିଙ୍କର ପୁରା ହେବ ଜରୁରି କାମ,ଏହି ରାଶିର ଲୋକ ହେବେ Lucky

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ ଜରୁରି କାମ ପୁରା ହେବ, ଆପଣଙ୍କ ଭାଗ୍ୟର ପୁରା ସାଥ୍ ମିଳିବ । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ପ୍ରାଇଭେଟ୍ ଚାକିରି କରୁଥିବା ବ୍ୟକ୍ତିଙ୍କୁ ଅଫିସ୍ ରେ ତାଙ୍କ ପ୍ରଚେଷ୍ଟାର ପ୍ରଶଂସା ମିଳିପାରିବ । କେଉଁ ଅସହାୟ ଲୋକକୁ ସାହାଯ୍ୟ କଲେ ଲାଭ ପାଇବେ, ଆପଣଙ୍କ ଭାବନାକୁ ସକରାତ୍ମକ ରଖନ୍ତୁ । କୌଣସି କଥାକୁ ମନରେ ରଖନ୍ତୁ ନାହିଁ କହିଦେଲେ ଆପଣଙ୍କ ଫାଇଦା ହେବ , ମା ବାପାଙ୍କ ସହ କେଉଁ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ନୁଆ ଅଭିଳାଷା ନେଇକରି ଆସିଛି । ମାନସିକ ଚିନ୍ତାରୁ ମୁକ୍ତି ମିଳିବ । ଆପଣଙ୍କ ଭାବନା ସକରାତ୍ମକ ରହିବ । ଅଧୁରା କାମ ପୁରା ହୋଇପାରେ , ଯେଉଁ ବ୍ୟକ୍ତି ବହୁତ ଦିନରୁ ରୋଜଗାର ପାଇଁ ଅପେକ୍ଷା କରିଛନ୍ତି ତାଙ୍କୁ ବହୁତ ଜଲଦି ଭଲ ଅବସର ମିଲିପାରିବ । ପ୍ରେମ ଜୀବନରେ ଥିବା ବ୍ୟକ୍ତିଙ୍କୁ ଆଜିର ଦିନ ଅନୁକୁଳ ହେବ , ଆପଣ ନିଜ ପାର୍ଟନରଙ୍କୁ ନିଜ ମନ କଥାକୁ ଖୋଲି କହିପାରିବେ । ଯଦି ଆପଣ କେଉଁଠି ପୁର୍ବରୁ ନିବେଶ କରିଛନ୍ତି ତେବେ ଭଲ ଫାଇଦା ମିଲିପାରିବ

୩)ମିଥୁନ ରାଶି-ଆଜି ଆପଣଙ୍କ ଦିନ ଫାଇଦାଦାୟକ ହେବ । ବିଜନେସ୍ କରୁଥିବା ଲୋକଙ୍କୁ ଆଗକୁ ବଢିବାରେ ମଉକା ମିଳିପାରେ । ଯଦି କିଛି ନୁଆ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଆଜିର ଦିନ ଠିକ୍ ରହିବ । ବିଜନେସ୍ ରେ ଆଶାରୁ ଅଧିକା ଫାଇଦା ହେବାର ଯୋଗ ହେଉଛି, ସ୍ୱାସ୍ଥ୍ୟ ଭଲ ରହିବ ।  ବିଜନେସ୍ ରେ ଅଧିକା ଫାଇଦା ହେବାର ଆଶା ଅଛି, ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହୋଇଯିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ, ଇଶ୍ୱରଙ୍କ ପ୍ରତି ଆପଣଙ୍କ ଭକ୍ତି ଅଧିକା ରହିବ ।

୪) କର୍କଟ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ନକରାତ୍ମକ ଚିନ୍ତାଧାର ଆପଣଙ୍କ ମନରେ ଆଣିବାକୁ ଦିଅନ୍ତୁ ନାହିଁ । ବରଂ ସେହି କାମକୁ କରନ୍ତୁ ଯେଉଁଥିରେ ଆପଣଙ୍କ ମନକୁ ଖୁସି ମିଳିବ । ଧନ ଲାଭର ସଂମ୍ଭାବନା ଅଛି କିନ୍ତୁ ଖର୍ଚ୍ଚରେ ବୃଦ୍ଧି ଘଟିବ । ଆପଣ ନିଜ ଭବିଷ୍ୟତ ପାଇଁ ଧନ ସଂଞ୍ଚୟ କରିବାର ଦରକାର ଅଛି କିନ୍ତୁ ନିଜ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବର୍ତ୍ତମାନରେ କରାଯାଇଥିବା ପରିଶ୍ରମ ଆପଣଙ୍କୁ ଭବିଷ୍ୟତରେ ସକରାତ୍ମକ ପରିଣାମ ନେଇକରି ଆସୁଛି , ମା ବାପାଙ୍କ ଆଶିର୍ବାଦ ନେଇକରି ଯାହା ବି କାମ କରିବେ ସେଥିରେ ସଫଳତା ମିଲିବାର ଯୋଗ ଅଛି, ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

୫)ସିଂହ ରାଶି- ଆଜି ଆପଣଙ୍କ ଦିନ କିଛି ପରିଣାମରେ ଭଲ ରହିବ । ମାଙ୍କ ଆଶିର୍ବାଦରୁ କରିଥିବା କାମରେ ସଫଳତା ମିଲିବାର ଯୋଗ ଅଛି । ଏହା ସହ ଲୋକଙ୍କ ମନରେ ଭଲ ଛବି ରହିବ, ସ୍ୱାସ୍ଥ୍ୟରେ ଉତଥାନ ପତନ ଦେଖାଦେବ, ବାହାର ଖାଦ୍ୟରୁ ଦୁରେଇ ରୁହନ୍ତୁ, ପରିବାରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଯାହାର କାରଣରୁ ମନ ଚିନ୍ତିତ ରହିବ, ଆପଣଙ୍କୁ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଜୀବନସାଥୀଙ୍କ ସହ ମହତ୍ତ୍ୱପୁର୍ଣ୍ଣ ମାମଲାକୁ ନେଇକରି କଥାବାର୍ତ୍ତା ହୋଇପାରେ , ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ ।

୬) କନ୍ୟା ରାଶି-ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁଛି। କେଉଁ ମହତ୍ତ୍ୱପୁର୍ଣ୍ନ କାମ ପୁରା ହେବାରୁ ମନ ପ୍ରସନ୍ନ ରହିବ, କିଛି ନୁଆ ମଉକା ଓ ନୁଆ ବିଚାର ସାମ୍ନାରେ ଆସିବ , ଯାହାକୁ ଆପଣ ଖୋଲା ମନରେ ସ୍ୱୀକାର କରିନେବେ, ଅଧିକାଂଶ ମାମଲାରେ ଆପଣ ନିଜକୁ ଭାଗ୍ୟଶାଳୀ ମାନିବେ, ଛୋଟ ମୋଟ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର କରିଲେ ଫାଇଦା ହେବ, ଆଜି ଆପଣ ମନ୍ଦିରରେ ଫଳ ଦାନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରିବ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।

୮)ବିଛା ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ, କେଉଁ ମହିଳା ବନ୍ଧୁଙ୍କ ସହଯୋଗରେ ଲାଭ ମିଳିବାର ଆଶା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୯)ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

୧୦)ମକର ରାଶି- ଆଜି ଆପଣ ନିଜ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତରହିବେ । ଯେଉଁଥିରେ ସଫଳତା ମିଲିବାର ଯୋଗ ହେଉଛି, ଘର ପରିବାର ସହ ଯୋଡି ହୋଇଥିବା ଚିନ୍ତାଗୁଡିକ ଦୁର ହେବ, ମାନସିକ ରୁପରେ ହାଲକା ଅନୁଭବ କରିବେ । କାମକାର୍ଯ୍ୟରେ ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସ ଓ ଆଶାରେ ଭରି ରହିଛି । କିଛି ନୁଆ ଅନୁଭବ ପ୍ରାପ୍ତି ହୋଇପାରେ, ଜୀବନରେ କିଛି କରିବାର ଚେଷ୍ଟା କରିପାରନ୍ତି । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ମିଲିବାର ଯୋଗ ହେଉଛି, ଆଜି ଆପଣଙ୍କ ଧୈର୍ଯ୍ୟରୁ ଅନ୍ୟଙ୍କୁ କିଛି ଶିଖିବାର ଇଚ୍ଛା ରହିବ । କାମକାର୍ଯ୍ୟର ତରିକାରୁ କିଛି ନୁଆ ପରିବର୍ତ୍ତନ କରିବେ, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ହେବ । ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ ଆପଣ କ୍ୟାରିୟରରେ ଆଗକୁ ବଢିବେ । ଆଜି ଆପଣ କେଉଁ ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ନହେଲେ ହଇରାଣ ହୋଇପାରନ୍ତି । ପ୍ରେମ ଜୀବନରେ ସୁଧାର୍ ଆସିବ ।

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ଶାନଦାର୍ ରହିବ । କେଉଁ ପୁରୁଣା ବନ୍ଧୁଙ୍କ ସହ ଦେଖାକରିବାକୁ ତାଙ୍କ ଘରକୁ ଯାଇପାରନ୍ତି । ଅଫିସ୍ ରେ କାର୍ଯ୍ୟଭାର୍ କମ୍ ରହିବ । ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରଖନ୍ତୁ । ଆପଣ ନିଜ ସବୁ କାର୍ଯ୍ୟକୁ ମନ ମୁତାବିକ ପୁରା କରିପାରିବେ, ଜୀବନସାଥୀଙ୍କ ପାଇଁ ସପିଙ୍ଗ୍ ରେ ଯାଇପାରନ୍ତି , ତାଙ୍କ ପସନ୍ଦର ଏପରି ଜିନିଷ କିଣିବେ ଯାହା ତାଙ୍କ ମୁଡ୍ ଭଲ କରିଦେବ , ଆପଣଙ୍କ ନିଜ ଜରୁରୀ କାମରୁ ଅନ୍ୟଙ୍କୁ ସାହାଯ୍ୟ ମିଳିବ, ଆଜି ଆପଣ ବାହାନ ଚଳାଇବା ସମୟରେ ସାବଧାନ ରୁହନ୍ତୁ  ଏହା ସହ ଯାତାୟତ ନିୟମର ବି ପାଳନ କରିବାର ଅଛି ।

Leave a Reply

Your email address will not be published. Required fields are marked *