April 9, 2024

Odia Express

News For Public

7 ଜୁଲାଇ ଶୁକ୍ରବାର ଆଜିର ରାଶିଫଳ,ଆଜି ଏହି ୩ ଟି ରାଶିଗୁଡିକୁ ମିଳିବ ଭାଗ୍ୟର ସାଥ୍ ସେମିତି ଏମାନଙ୍କ ଉପରେ ହେବ ଖୁସିର ବର୍ଷା

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । କେଉଁ ଖାସ୍ ସଂମ୍ପର୍କୀୟଙ୍କୁ ଦେଖା କରିବାର ସୁଯୋଗ ମିଲିପାରେ । ଘର ପରିବାରର ଶାନ୍ତିର ମାହୋଲ୍ ରହିବ । ସୋସିଆଲ୍ ମୀଡିଆରେ କିଛି ଲୋକଙ୍କ ସହ ବନ୍ଧୁତା ହୋଇପାରେ । ଯଦି ଆପଣ କିଛି ନୁଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନ ଠିକ୍ ଅଛି, ପରିବାର ସଦସ୍ୟଙ୍କ ପୁରା ସାଥ୍ ମିଲିପାରିବ । ମା ବାପାଙ୍କ ଆଶିର୍ବାଦ ମିଲିବ, ଘରର କେଉଁ ବଡ ବୟସ୍କଙ୍କ ଉପଦେଶରେ ଆପଣଙ୍କ ପାଇଁ ଲାଭକାରୀ ହେବ । ପ୍ରେମ ଜୀବନରେ ରହିଥିବା ବ୍ୟକ୍ତି ନିଜ ଜୀବନସାଥୀଙ୍କ ସହ କେଉଁଆଡେ ବୁଲିଯାଇପାରନ୍ତି, ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲ ନଜର ଆସୁଛି , ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୂପରେ କଟିବ । ଅଫିସ୍ ରେ କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହେବ । କାର୍ଯ୍ୟାଲୟରେ କେଉଁ କାମକୁ ନେଇ ବିରୋଧ କରାଯାଇପାରେ । ଛୋଟ ମୋଟ ବେପାରୀଙ୍କ ବେପାରରେ ଗ୍ରାହକଙ୍କ ବୃଦ୍ଧି ହେବ । ଯେଉଁଥିରେ ଭଲ ଲାଭ କମାଇପାରିବେ । ବିଦ୍ୟାର୍ଥୀଙ୍କୁ କେଉଁ ବିଷୟରେ କଠିନତାର ସାମ୍ନା କରିବାକୁ ପଡିପାରେ । ଏଥିପାଇଁ ଆପଣ ବନ୍ଧୁଙ୍କ ସହ ଗ୍ରୁପ୍ ଷ୍ଟଡି କରନ୍ତୁ । ଆପଣଙ୍କ ସ୍ୱଭାବକୁ ନର୍ମାଲ୍ ରଖିବାର ଅଛି , ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଆଜିର ଦିନ ଠିକ୍ ନଜର ଆସୁଛି, ବାହାର ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ, ନହେଲେ ପେଟ ସହ ଯୋଡି ହୋଇଥିବା ସମସ୍ୟା ଦେଖାଦେଇପାରେ ।

୩)ମିଥୁନ ରାଶି- ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ । ଭାଗ୍ୟର ପୁରା ସାଥ୍ ମିଳିବ , ଅଧୁରା କାମ ପୁରା ହେବ । ବାପାଙ୍କ ସହାୟତାରେ ଆପଣଙ୍କୁ ନିଜ କାର୍ଯ୍ୟରେ ଲଗାତାର ସଫଳତା ମିଲିପାରିବ, ବାହାନ କିଣିବା ପାଇଁ ଆଜି କିଛି ନୁଆ ଯୋଗ ହେଉଛି, ପରିବାରର ପୁରା ସପୋର୍ଟ ମିଳିବ । ଦାମ୍ପତ୍ୟ ଜୀବନରେ ଚାଲୁଥିବାଅସୁବିଧା ଗୁଡିକ ଦୁର ହେବ, ଆପଣଙ୍କ ସଂମ୍ପର୍କରେ ମିଠାପଣ ବଢିବ । ଯଦି ଆପଣ କେଉଁ ପୁରୁଣା ରୋଗଯୋଗୁଁ ଚିନ୍ତିତ ଅଛନ୍ତି ତେବେ ଆଜି ମୁକ୍ତି ମିଳିବ । ଖାଦ୍ୟପେୟରେ ରୁଚି ବଢିବ । ଅଫିସ୍ କାମ ଜଲଦି ଶେଷ କରି ଘର ଲୋକଙ୍କ ସହ ଭଲ ସମୟ କଟାଇବେ । ମାନସିକ ଚିନ୍ତା ଦୁର ହେବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଭଲରେ କଟିବ । ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଲିବ, ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଭାରି ମାତ୍ରାରେ ଲାଭ ମିଳିବ । ଯଦି ଆପଣ ବୁଝାମଣାରେ ନୁଆ କାମ ଆରମ୍ଭ୍ କରିବାକୁ ଚାହୁଁଛନ୍ତିତେବେ ତାହାପାଇଁ ଦିନ ଭଲ୍ ରହିବ , ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜି ଦିନ ଠିକ୍ ନଜର ଆସୁଛି, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ , ପ୍ରେମ ସଂବନ୍ଧରେ ମଜବୁତ୍ ଆସିବ । ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଏସି ରିପ୍ୟାରିଙ୍ଗ୍ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ କାରୋବାର ଭଲ ରହିବ , ଆର୍ଥିକ ସ୍ଥିତି ମଜବୁତ୍ ରହିବ,

୫)ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ମାଙ୍କ ଆଶିର୍ବାଦରୁ କରିଥିବା କାମରେ ସଫଳତା ମିଲିବାର ଯୋଗ ଅଛି । ଏହା ସହ ଲୋକଙ୍କ ମନରେ ଭଲ ଛବି ରହିବ, ସ୍ୱାସ୍ଥ୍ୟରେ ଉତଥାନ ପତନ ଦେଖାଦେବ, ବାହାର ଖାଦ୍ୟରୁ ଦୁରେଇ ରୁହନ୍ତୁ, ପରିବାରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଯାହାର କାରଣରୁ ମନ ଚିନ୍ତିତ ରହିବ, ଆପଣଙ୍କୁ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଜୀବନସାଥୀଙ୍କ ସହ ମହତ୍ତ୍ୱପୁର୍ଣ୍ଣ ମାମଲାକୁ ନେଇକରି କଥାବାର୍ତ୍ତା ହୋଇପାରେ , ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ ।

୬) କନ୍ୟା ରାଶି-ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁଛି। କେଉଁ ମହତ୍ତ୍ୱପୁର୍ଣ୍ନ କାମ ପୁରା ହେବାରୁ ମନ ପ୍ରସନ୍ନ ରହିବ, କିଛି ନୁଆ ମଉକା ଓ ନୁଆ ବିଚାର ସାମ୍ନାରେ ଆସିବ , ଯାହାକୁ ଆପଣ ଖୋଲା ମନରେ ସ୍ୱୀକାର କରିନେବେ, ଅଧିକାଂଶ ମାମଲାରେ ଆପଣ ନିଜକୁ ଭାଗ୍ୟଶାଳୀ ମାନିବେ, ଛୋଟ ମୋଟ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର କରିଲେ ଫାଇଦା ହେବ, ଆଜି ଆପଣ ମନ୍ଦିରରେ ଫଳ ଦାନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରିବ

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।

୮)ବିଛା ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ, କେଉଁ ମହିଳା ବନ୍ଧୁଙ୍କ ସହଯୋଗରେ ଲାଭ ମିଳିବାର ଆଶା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୯)ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

୧୦)ମକର ରାଶି- ଆଜି ଆପଣ ନିଜ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତରହିବେ । ଯେଉଁଥିରେ ସଫଳତା ମିଲିବାର ଯୋଗ ହେଉଛି, ଘର ପରିବାର ସହ ଯୋଡି ହୋଇଥିବା ଚିନ୍ତାଗୁଡିକ ଦୁର ହେବ, ମାନସିକ ରୁପରେ ହାଲକା ଅନୁଭବ କରିବେ । କାମକାର୍ଯ୍ୟରେ ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସ ଓ ଆଶାରେ ଭରି ରହିଛି । କିଛି ନୁଆ ଅନୁଭବ ପ୍ରାପ୍ତି ହୋଇପାରେ, ଜୀବନରେ କିଛି କରିବାର ଚେଷ୍ଟା କରିପାରନ୍ତି । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ମିଲିବାର ଯୋଗ ହେଉଛି, ଆଜି ଆପଣଙ୍କ ଧୈର୍ଯ୍ୟରୁ ଅନ୍ୟଙ୍କୁ କିଛି ଶିଖିବାର ଇଚ୍ଛା ରହିବ । କାମକାର୍ଯ୍ୟର ତରିକାରୁ କିଛି ନୁଆ ପରିବର୍ତ୍ତନ କରିବେ, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ହେବ । ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ ଆପଣ କ୍ୟାରିୟରରେ ଆଗକୁ ବଢିବେ । ଆଜି ଆପଣ କେଉଁ ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ନହେଲେ ହଇରାଣ ହୋଇପାରନ୍ତି । ପ୍ରେମ ଜୀବନରେ ସୁଧାର୍ ଆସିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଠିକ୍ ନଜର ଆସୁଛି, ଜୀବନସାଥୀଙ୍କ ସହ କେଉଁଆଡେ ବୁଲିଯିବାର ମଉକା ମିଳିବ, ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଆଜି କେଉଁ ବନ୍ଧୁଙ୍କ ସହାୟତାରେ ଭଲ ଚାକିରିଟିଏ ମିଲିବ, ଆପଣଙ୍କ ମା ବାପାଙ୍କ ପୁରା ସହ ଯୋଗ ମିଳିବ, ବିଦ୍ୟାର୍ଥୀଙ୍କୁ ନିଜ ପୁରୁଣା ଟପିକ୍ କୁ ସିନିୟର୍ କ୍ଲିୟର୍ କରିପାରିବେ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ, ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ, ଖାଦ୍ୟପେୟରେ ରୁଚି ବଢିବ , ରାଜନୀତି ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବଢିବ । ଯଦି କୋର୍ଟ କଚେରି ସହ ଯୋଡି ହୋଇଥିବା ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, କପଡା ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିପାରେ  ।

Leave a Reply

Your email address will not be published. Required fields are marked *