April 10, 2024

Odia Express

News For Public

କଲେଜରେ ଦେଖାହେଲେ ଦୁଇ ସାଙ୍ଗ , ଟି ସାର୍ଟ ବିକ୍ରି କରି ସବୁ ବର୍ଷ କମାଉଛନ୍ତି ୨୦ କୋଟି ଟଙ୍କା ଜାଣନ୍ତୁ କିପରି..

ଆଜିର ଜମାନାରେ ଅଧିକାଂଶ ଲୋକ ମେଣ୍ତା ପରି ଚାଲିବା ପସନ୍ଦ କରୁଛନ୍ତି , ଯଦି ଆପଣଙ୍କ ସାଙ୍ଗ , ପଡୋଶୀ କିମ୍ବା ସଂମ୍ପର୍କୀୟ ଡାକ୍ତର କିମ୍ବା ଇଞ୍ଜିନିୟର ହୋଇକରି ପଢୁଛନ୍ତି । ତେବେ ଏହି ଲୋକ ବି ସେହି କାମ କରିବାକୁ ଲାଗିଥାନ୍ତି , ଅଧିକାଂଶ ମାମଲାରେ ତାଙ୍କର ମା ବାପା ଛୁଆଙ୍କୁ କେଉଁ ଗୋଟିଏ କୋର୍ସ କରିବାକୁ ପ୍ରେସର୍ ପକାଇଥାନ୍ତି , ଯଦି ଛୁଆ ନିଜେ କିଛି ଅଲଗା ଦିଗରେ କ୍ୟାରିୟର ବନାଇବାକୁ ଚାହେଁ ତେବେ ତାକୁ ଫୁଲ୍ ସପୋର୍ଟ ମିଳିପାରେ ନାହିଁ , କିଛି ଷ୍ଟୁଡେଣ୍ଟ ଏପରି ହୋଇଥାନ୍ତି , ଯିଏ ନିଜ ସ୍ୱପ୍ନକୁ ସବୁ ପରିସ୍ଥିତିରେ ଜୀବିତ କରିଥାନ୍ତି , ଭବିଷ୍ୟତରେ ସଫଳତାର ସ୍ୱାଦ ଚାଖି ପାରନ୍ତି ନାହିଁ , ଆଜି ଆମେ ଆପଣଙ୍କୁ ଏମିତି ଦୁଇ ଜଣ ସାଙ୍ଗଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ସମାଜରେ କିଛି ନୁଆ କରିବାର୍ ଇଚ୍ଛା ଅଛି , ଆଜି ସେ କମ୍ପାନୀ ଖୋଲି କରି କୋଟିଏ ଉପରେ ଟଙ୍କା ଆୟ କରୁଛନ୍ତି ।

 

ହାଇଦ୍ରାବାଦର ରହୁଥିବା ପ୍ରବୀଣ କୁମାର ଓ ସିନ୍ଦୁଜା କଂନ୍ଦଳମ ଚେନ୍ନାଇ ସ୍ଥିତ ନେଶନ୍ୟାଲ୍ ଇନଷ୍ଟିଟ୍ୟୁଡ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିର କୋର୍ସ କରୁଥିଲେ , ଏହି ଦୁହେଁଙ୍କ ବନ୍ଧୁତା ବହୁତ ଜଲଦି ହୋଇଯାଇଥିଲା , ସେମାନେ ଏକାଠି ବହୁତଥର ନିଜର ବିଚାର ଓ କନସେପ୍ଟ ପରସ୍ପର ମଧ୍ୟରେ ସେୟାର୍ କରୁଥିଲେ , ଥରେ ସେ ଭାବିଲେ କି ଆମେ ପାଠ ପଢା ପୁରା କରିବା ପରେ କେଉଁ ଚାକିରି କଣ ପାଇଁ କରିବା , ଆମେ ନିଜର ଏକ ଫ୍ୟାସନ୍ ବ୍ରାଣ୍ତ ବନାଇବା , ତାପରେ ସେମାନେ ଏହାର ପ୍ରସ୍ତୁତି ଆରମ୍ଭ କରିଥିଲେ , ୨୦୧୪ ରେ ଯେବେ ଏହି ଦୁହିଁଙ୍କର ଅନ୍ତିମ ସେମିଷ୍ଟାର୍ ଚାଲୁଥିଲା , ତେବେ ସେହି ସମୟରେ ଅନ୍ୟ ଛାତ୍ର ମାନେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି କରୁଥିଲେ ସେପଟେ ଏହି ଦୁଇ ସାଙ୍ଗମାନେ ମିଶିକରି କମ୍ପାନୀକୁ ନୁଆ ରୁପ ଦେବାପାଇଁ ଯୋଜନା କରୁଥିଲେ ।

 

ପ୍ରବୀଣ ଓ ସିନ୍ଧୁଜା ପରସ୍ପର ମିଶି ଏହା ପ୍ଲାନ୍ କଲେ କି ସେ କପଡାକୁ ଏକ ନୁଆ ଲୁକ୍ ଦେବେ , ଯାହା ଯୁବା ସମାଜର ହିସାବରେ ରଖିବେ , ଏଥିପାଇଁ ସେ ନିଜ ଫ୍ୟାସନ୍ ବ୍ରାଣ୍ତ ନାଁ ୟଂଙ୍ଗ୍ ଟ୍ରେଣ୍ତଜ୍ ରଖିଦେଲେ , କଲେଜ ପାଖରେ ଗୋଟେ ଗୋଦାମ ରଖିନେଲେ , ଯେଉଁଠି ସେ ସେଠାରେ ପ୍ରୋଜେକ୍ଟ କାମ କରୁଥିଲେ , ସେ କଲେଜରେ ଆସି ଟି ସାର୍ଟ ବାଣ୍ଟିଲେ , ଏହାପଛରେ ଏହା ପ୍ଲାନ୍ ଥିଳା କି ସେମାନେ ନିଜ ବ୍ରାଣ୍ତକୁ ନେଇ ଏକ ଲୋକପ୍ରିୟତା ସୃଷ୍ଟି କରିବେ , ଏହାପରେ ଧିରେ ଧୀରେ ନିଜ ଟି ସର୍ଟ ବିକ୍ରି କରିବାପାଇଁ ସେମାନେ ଇ କମର୍ସ ୱେବସାଇଟ୍ ସାହାରା ନେଇଥିଲେ , ତାଙ୍କ ବ୍ରାଣ୍ତର ସବୁ ଠାରୁ ଖାସ୍ କଥା ଏହା ଥିଲା କି ସେ କମ୍ ପଇସାରେ କ୍ୱାଲିଟି ପ୍ରୋଜେକ୍ଟ ଦେଇପାରିବେ , ଏହା ସହ ତାଙ୍କ ଥିମ୍ ବାଲା ଷ୍ଟାଇଲ୍ ଲୋକଙ୍କୁ ବହୁତ ପସନ୍ଦ ଆସିଲା ।

 

ନିଜ ବ୍ରାଣ୍ତ ଆହୁରି ବିସ୍ତାର କରିବାପାଇଁ ସେ ଏକ ପ୍ରପର୍ କମ୍ପାନୀ ଖୋଲିବାକୁ ପ୍ଲାନିଙ୍ଗ୍ କଲେ , ଏହାପାଇଁ ସେମାନେ ତିରୁପୁରରେ ନିଜ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ପ୍ଲାଣ୍ତ ଓପନ୍ କଲେ , ଏହାର କାରଣ ଏହା ଥିଲା କି ସାଉଥ୍ ଇଣ୍ତିଆ ଓ ତାମିଲନାଡୁରେ ଏହାର ବଡ ମାର୍କେଟ୍ ହେଉ , ଏଠାରେ ଗ୍ରାହକଙ୍କୁ କମ୍ ଦାମରେ ଗୁଣବର୍ତ୍ତା କପଡା ମିଳିପାରୁ , ତାପରେ ସେମାନେ ଫ୍ଲିପକାର୍ଷ ଓ ଆମାଜନ୍ ପରି ବଡ କମ୍ପାନୀ ସହ ବୁଝାମଣା କଲେ , ଏହି କଥାରୁ ସେମାନେ ଏକ ୱେବସାଇଡ୍ ୟଙ୍ଗ୍ ଟ୍ରେଣ୍ତଜ୍ ନାମରେ ବନାଇ ଦେଲେ ।

ଏହି ୱ୍ୱେବସାଇଡ୍ ଦ୍ୱାରା ତାଙ୍କ ବିଜନେସ୍ ଆହୁରି ପ୍ରଚାର ହୋଇଥିଲା , ଏହି ସବୁ କାମ ପାଇଁ ଏହି ଦୁହେଁ ୧୦ ଲକ୍ଷ ଟଙ୍କା ନିବେଶ କରିଥିଲେ , କିନ୍ତୁ ପାଞ୍ଚ ବର୍ଷରେ ସେ ଏହି କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର୍ ୨୦ କୋଟି ଅଟେ , ଏବେ ଏହି କମ୍ପାନୀରେ ୩୦ ଜଣ ଲୋକ କାମ କରୁଛନ୍ତି , ଏହା ସବୁ ଯୁବ ସମାଜ ପାଈଁ ଏକ ପ୍ରେରଣା ଅଟେ , ଏହି କଥା ସବୁବେଳେ ମନେ ରଖିବେ କି ଚେଷ୍ଟା କରୁଥିବା ଲୋକଙ୍କର କେବେ ବି ହାର୍ ହୁଏ ନାହିଁ , ଏଥିପାଇଁ ନିଜ ସ୍ୱପ୍ନକୁ ପୁରା କରିବାର ଇଚ୍ଛା ଶକ୍ତି ରହିବା ଜରୁରୀ ।

Leave a Reply

Your email address will not be published. Required fields are marked *