March 29, 2024

Odia Express

News For Public

ଗୋଟେ ଭୁଲ୍ କାରଣରୁ ମା ସୀତାଙ୍କୁ ସହିବାକୁ ପଡିଥିଲା ସବୁଠୁ ବଡ ଦୁଃଖ , ଜାଣନ୍ତୁ ତାଙ୍କର ନିନ୍ଦା କରିଥିବା ଧୋବାର ପୁର୍ବ ଜନ୍ମ କଥା..

ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନରେ ଏକ ପ୍ରଶ୍ନ ଆଜି ବି ଅଛି ଯାହାକୁ ପଚାରିକରି ବାରମ୍ବାର ଲୋକେ ତାଙ୍କ ମର୍ଯ୍ୟଦା ଓ ଭାବନାକୁ ପ୍ରଶ୍ନ ଉଠାଉଥିଲେ , ନିଜ ପୁରା ଜୀବନ ମର୍ଯ୍ୟଦା ନିର୍ବାହ କରିବାରେ ଭଗବାନ ଶ୍ରୀରାମ ଏକ ବଡ ଭୁଲ୍ କରିଦେଇଥିଲେ  ଯାହାର କାରଣରୁ ତାଙ୍କର ଅଧର୍ମୀ ଆସ୍ଥା ରହିତ ବ୍ୟକ୍ତି ତାଙ୍କ ଉପରେ ଆଙ୍ଗୁଠି ଦେଇଥିଲା । ଭଗବାନ ଶ୍ରୀ ରାମ ନିଜ ସ୍ତ୍ରୀ ସୀତାଙ୍କୁ ଏକ ଧୋବାର କଥାରେ ଛାଡିଦେଇଥିଲେ , ଓ ତେବେ ମା ସୀତା ଗର୍ଭବତୀ ଅବସ୍ଥାରେ ଜଙ୍ଗଲରେ କାଟିଥିଲେ , କିନ୍ତୁ ପୁରାଣରେ କିଛି ବି କଥା ବିନା କାରଣରେ ହୋଇନଥାଏ , ସୀତା ମା ଜଙ୍ଗଲରେ ଯିବା ଓ ଭଗବାନ ଶ୍ରୀରାମଙ୍କର ଦ୍ୱାରା ତାଙ୍କୁ ତ୍ୟାଗ ମିଳିବା ପଛରେ ଏକ ରୋଚକ କାହାଣି ଅଛି ।

 

ମିଥିଳା ନଗରୀ ଜନକ ନାମରେ ଏକ ରାଜାଙ୍କ ରାଜ୍ୟ ଥିଲା ।  ଥରେ ସେ ଯଜ୍ଞ ପାଇଁ କ୍ଷେତକୁ ଲଙ୍ଗଳ କରୁଥିଲେ , ସେହି ସମୟରେ ଧରିତ୍ରୀ ହଳରୁ ତିଆରି ଏକ ରେଖାରେ ଏକ କନ୍ୟାଙ୍କ ପ୍ରାଦୁର୍ଭାବ ହେଲା , ସେ କନ୍ୟା ବହୁତ ସୁନ୍ଦର ଥିଲେ , ତାହାଙ୍କୁ ଦେଖିକରି ରାଜା ବହୁତ ଖୁସି ହେଲେ , ଓ ସେ ନିଜ ପାଖରେ ରଖିନେଲେ , ରାଜାଙ୍କର କେହି ବି ସନ୍ତାନ ନଥିଲେ , ରାଜା ତାଙ୍କୁ କନ୍ୟା ବୋଲି ମାନି ଚଳିଲେ । ଧୀରେ ଧୀରେ ସୀତା ମା ବଡ ହେବାକୁ ଲାଗିଲେ , ଦିନେ ସେ ସଖି ମାନଙ୍କ ସହ ବଗିଚାରେ ଖେଳୁଥିବା ବେଳେ ଏକ ଶୁକ ପକ୍ଷୀଙ୍କ ଯୋଡା ଦେଖିଲେ , ଯିଏକି ଏକ ପର୍ବତର ଶିଖରରେ ବସିଥିଲା , ଗୋଟେ ରାଜା ଓ ରାଣିର କାହାଣୀ କହୁଥିଲା ,

 

ସେ କାହାଣୀ ଭଗବାନ ପ୍ରଭୁ ଶ୍ରୀରାମ ଓ ମା ସୀତାଙ୍କର ଜୀବନୀ ଉପରେ ଥିଲା ,  ସେ କହୁଥିଲେ କି ପୃଥିବୀରେ ଏକ ବିଖ୍ୟାତ ରାଜା ହେବେ ଓ ଯାହାଙ୍କ ନାଁ ହେବ ରାମ , ସେ ବହୁତ ସୁନ୍ଦର ହେବେ , ତାଙ୍କର ସୁନ୍ଦର ମହାରାଣୀ ହେବେ , ଯାହାଙ୍କ ନାଁ ହେବ ସୀତା , ଶ୍ରୀ ରାମ ୧୧ ହଜାର ସେଲୁନ୍ ପର୍ଯ୍ୟନ୍ତ ରାଜ୍ୟ କରିବେ , ସେମିତି ରାମ ଜାନକୀ ଧନ୍ୟ ଅଟନ୍ତି , ସେ ଶୁକ ଯୋଡା ଶ୍ରୀରାମ ଜାନକିଙ୍କ ମହିମା ଙ୍କ ବର୍ଣ୍ଣନ କରିଥିଲା । ମା ସୀତା ସେହି ଶୁକ ଯୋଡାଙ୍କ କଥା ଶୁଣିଲେ  ଓ ତାଙ୍କୁ ପ୍ରତୀତ୍ ହେଲା କି ଦୁହେଁ ତାଙ୍କ ବିଷୟରେ କଥା ହେଉଛନ୍ତି , ଓ ସେ ମାନବ ସ୍ୱଭାବବଶ ହୋଇ ଏହା ବିଷୟରେ ଜାଣିବାକୁ ଇଚ୍ଛା କଲେ , ସେ ନିଜ ସଖିମାନଙ୍କ ସହ ପକ୍ଷୀ ଯୋଡାଙ୍କୁ ଧରି ଆଣିବାକୁ କହିଲେ ।

 

ମା ସୀତାଙ୍କ ସଖିମାନେ ସେହି ପର୍ବତ ପାଖକୁ ଗଲେ ଓ ପକ୍ଷୀ ଯୋଡାଙ୍କୁ ଧରି ଆଣିଲେ , ସୀତା ମାଁ ସେହି ପକ୍ଷୀ ଯୋଡାଙ୍କୁ କହିଲେ ତୁମେ ବହୁତ ସୁନ୍ଦର ଲାଗୁଛ , କୁହ ତୁମେ କିଏ କେଉଁଠୁ ଆସିଛ , ଯାହାଙ୍କ ତୁମେ କଥା କହୁଛ , ସେ ରାମ ସୀତା କିଏ , ଓ ତୁମେ ଦୁହେଁ ତାଙ୍କ ବିଷୟରେ କିପରି ଜାଣିଲ , ମା ସୀତା ପଚାରିବା ପରେ ସେ କହିଲେ କି ବାଲ୍ମକି ନାମକ ଏକ ବଡ ମହର୍ଷୀ ଥିଲେ , ଆମେ ତାଙ୍କ ଆଶ୍ରମରେ ରହୁଥିଲୁ , ମହର୍ଷୀ ବାଲ୍ମକି ରାମାୟଣ ନାମକ ଏକ ଗ୍ରନ୍ଥ ଲେଖିଥିଲେ , ଯାହା ମନକୁ ଶାନ୍ତି ଦେଇଥାଏ , ଓ ସେ ନିଜ ଶିଷ୍ୟଙ୍କୁ ସେହି ଗ୍ରନ୍ଥର ଅଧ୍ୟୟନ ପାଈଁ କହିଥିଲେ , ଆମେ ସେହି ଗ୍ରନ୍ଥକୁ ପୁରା ଶୁଣିଛୁ ।

 

ଏହା ପରେ ରାମାୟଣ ପାତ୍ର ରାମ ଓ ଜାନକୀଙ୍କ ବିଷୟରେ କହିବାକୁ ଲାଗିଲେ , ସେହି ଦୁହେଁ ପକ୍ଷୀଙ୍କର ତାଙ୍କ ଭାଇଙ୍କର କଥା କହିଲେ ,  ସେ କହିଲେ କି ତପ ପ୍ରତାପ ଭଗବାନ ବିଷ୍ଣୁ ମନୁଷ୍ୟ ରୁପ ନେଇକରି ପ୍ରକଟ ହେବେ , ଯିଏକି ରାମ, ଲକ୍ଷ୍ମଣ , ଭରତ ଓ ଶତ୍ରୁଘ୍ନ ଙ୍କ ରୁପ ନେବେ , କାଳାଂତର ରେ ଶ୍ରୀରାମ ମହର୍ଷୀ ବିଶ୍ୱାମିତ୍ର ଓ ନିଜ ଭାଇ ଲକ୍ଷ୍ନଣଙ୍କ ସହ ମିଥିଳା ଆସିବେ , ଯେଉଁଠି ଭଗବାନ ଶିବଙ୍କର ଧନୁଷ ଭାଙ୍ଗିକରି ସୀତାଙ୍କ ବରଣ କରିବେ । ମା ସୀତାଙ୍କୁ ଏହି କଥା କହି ସେହି ଦୁଇ ପକ୍ଷୀ ସେଠାରୁ ଯିବାପାଇଁ କହିଥିଲେ , କିନ୍ତୁ ମା ସୀତାଙ୍କୁ ସେ ପସନ୍ଦ ଆସିଯାଇଥିଲା ।

 

ଏହି କଥାରେ ଶୁକି ବୁଝିଗଲା କି ସେ ସ୍ୱୟଂ ସୀତା ମା ଅଟନ୍ତି , ଓ ସେ ଚିହ୍ନିକରି ପ୍ରଭୁ ରାମଚନ୍ଦ୍ରଙ୍କ ବିଷୟରେ କହିବାକୁ ଲାଗିଲା , ତାପରେ ସେ ପଚାରିଥିଲା କି ଦେବୀ ତୁମେ କିଏ ? ପକ୍ଷୀଙ୍କର କଥା ଶୁଣି ମା ସୀତା କହିଲେ କି ମୁଁ ରାଜା ଜନକଙ୍କ କନ୍ୟା ଜାନକୀ ଅଟେ , ଯେବେ ପର୍ଯ୍ୟନ୍ତ ମୋତେ ପ୍ରଭୁ ଶ୍ରୀରାମ ମୋତେ ବରଣମାଳା ଆଣି ପିନ୍ଦାଇ ଦେଇନାହାନ୍ତି , ତୁମ ଦୁହେଁଙ୍କୁ ଛାଡିପାରିବି ନାହିଁ , ଓ ମୋର ଘରକୁ ଆସି ସୁଖ ପୂର୍ବକ ରୁହ । ଏହାପରେ ଶୁକି କହିଲା କି ବନରେ ନିବାସ କରିବାବାଲା ପକ୍ଷୀଙ୍କୁ ଦୟାକରି ଛାଡିଦିଅନ୍ତୁ , ଆମେ ଆପଣଙ୍କ ଘରେ ସୁଖରେ ରହିପାରିବୁ ନାହୀଁ , , ମୁଁ ଗର୍ଭଣୀ ଅଛି , ମୋତେ ମୋର ସ୍ଥାନକୁ ଯାଇ ଛୁଆ ଜନ୍ମ ଦେବାର ଅଛି , ତାପରେ ଆପଣଙ୍କ ପାଖକୁ ଚାଲି ଆସିବୁ ।

 

କିନ୍ତୁ ସୀତା ଛାଡିନଥିଲେ ,ତାପରେ ଶୁକ ପକ୍ଷୀ ପ୍ରାର୍ଥନା କରିଥିଲା କି ମୋର ସ୍ତ୍ରୀ ଏବେ ଗର୍ଭିଣୀ ଅଛି ,  ଓ ସେ ଯେବେ ଛୁଆକୁ ଜନ୍ମ ଦେବ , ତେବେ ଆପଣଙ୍କ ପାଖକୁ ମୁଁ ନିଜେ ନେଇ ଆସିବି , କିନ୍ତୁ ମା ସୀତା ମୋହବଶ ହୋଇ ତାଙ୍କ କଥା ମାନିଲେ ନାହିଁ , ସବୁ ପ୍ରୟାସ କରିସାରିବାପରେ ସୀତା ମାଙ୍କୁ ଶୁକି କହିଲା କି ଯୋଗୀ ମାନେ ଠିକ୍ କହନ୍ତି କି କାହାକୁ କେଉଁ କଥା କହିବା ଉଚିତ୍ ନୁହେଁ , ମୌନ୍ୟ ହେବା ଉଚିତ୍ , ଆମେ ଯଦି ପର୍ବତରେ ବସି ଆପଣଙ୍କ କଥା କହିନଥାନ୍ତୁ , ତେବେ ଆମକୁ ଏପରି ସ୍ଥିତି ଉପୁଜି ନଥାନ୍ତା , ଏଥିପାଇଁ ମୌନ ରହିବାର ଥିଲା ।

ଏହାପରେ ଶୁକ ବି ନିଜ ଶୁକି ପାଇଁ ମୁକ୍ତିର ନିବେଦନ କଲା , ଓ କହିଲା ଛାଡି ଦିଅନ୍ତୁ , କିନ୍ତୁ ସୀତା ମା ଛାଡିଲେ ନାହିଁ , ଦୁଃଖୀ ଶୁକି ସୀତାଙ୍କୁ ସ୍ରାପ ଦେଲେ  କି ତୁମେ ଯେପରି ମୋ ସ୍ୱାମୀଙ୍କ ଠାରୁ ମୋତେ ଅଲଗା କରିଦେଉଛ , ତୁମେ ବି ଦିନେ ଗର୍ଭଣୀ ହୋଇକରି ନିଜ ସ୍ୱାମୀ ଙ୍କ ଠାରୁ ଅଲଗା ହୋଇରହିବ , ଏହାପରେ ସ୍ୱାମୀଙ୍କ ବିୟୋଗରେ ଶୁକି ପ୍ରାଣ ତ୍ୟାଗ କରିଦେଲା । ଏହି କଥାରେ ଶୁକ ପକ୍ଷୀ ବହୁତ ଦୁଃଖି ହେଲା , ଓ ସେ ଆତୁର ହୋଇକହିଲା , ମନୁଷ୍ୟଙ୍କ ଶ୍ରୀରାମ ନଗରୀ ଅଯୋଧ୍ୟାରେ ଜନ୍ମ ନେବି , ମୋର ବାକ୍ୟ ପାଇଁ ତୁମ ସ୍ୱାମୀଙ୍କ ବିୟୋଗରେ ତୁମକୁ କଷ୍ଟ ସହିବାକୁ ପଡିବ , ଏହି ପରି ସୀତା ନିଜ ଅପମାନର କାରଣରୁ ଧୋବାଙ୍କ ଘରେ ଜନ୍ମ ନେଲେ , ଓ ଧୋବାଙ୍କ ବଚନ କାରଣରୁ ସୀତା ସ୍ୱାମୀଙ୍କୁ ଛାଡି ଥିଲେ ।

Leave a Reply

Your email address will not be published. Required fields are marked *