March 28, 2024

Odia Express

News For Public

ରାତାରାତି କୋଟିପତି ହୋଇଗଲେ ଏହି ଛାତ୍ର , ତାଙ୍କର ଗୋଟେ ବ୍ୟାଙ୍କ ଖାତାରେ ଆସିଲା ୯ କୋଟି ତ ଆଉ ଏକ ଖାତାରେ ୫ କୋଟି ଆସିଗଲା – ଦେଖନ୍ତୁ କଣ ଥିଲା ପୁରା ଘଟଣା..

ଏବେ କିଛି ଦିନ ତଳେ ଏମିତି ଏକ ମାମଲା ସାମନାକୁ ଆସିଛି ଯାହା ଏବେ ବେଶ୍ ଚର୍ଚ୍ଚିତ ହୋଇଛି , ପୂର୍ବରୁ ଏହି ମାମଲା ଥିଲା ଗୋଟେ ପିଲାର ଖାତାରେ ଅଚାନକ ୯ କୋଟି ଟଙ୍କାରୁ ଅଧିକା ରାଶି ଜମା ହୋଇଯାଇଥିଲା , ଅନ୍ୟ ମାମଲା ବିଲକୁଲ୍ ସେପରି ହୋଇଥିଲା , ଆଉ ଜଣଙ୍କ ଖାତାରେ ପ୍ରାୟ ୫ କୋଟି ଟଙ୍କା ଜମା ହୋଇଯାଇଥିଲା , ଏବେ ଭାବନ୍ତୁ , ଯଦି ଆପଣଙ୍କ ଏକାଉଣ୍ଟରେ ବି ଏହି ଭଳି ପଇସା ଜମା ହୋଇଯିବ ତେବେ ଆପଣ କଣ କରିବେ , ସେ ନିଜେ ଏହି କଥାକୁ ବିଶ୍ୱାସ କରିପାରିବେ ନାହିଁ , ତାଙ୍କ ସହ ଏପରି ହୋଇଥିଲା , ଆସନ୍ତୁ ପୁରା ଘଟଣା ବିଷୟରେ ଜାଣିବା ।

 

ପ୍ରଥମ ମାମଲା ଦିଲ୍ଲୀର ଅଟେ ,ଦିଲ୍ଲୀରେ ରହୁଥିବା ଜଣେ ପିଲାର ଏକାଉଣ୍ଟରେ ଅଚାନକ ୯ କୋଟି,୯୯ ଲକ୍ଷ ୯୯୯ ଟଙ୍କା ଜମା ହୋଇଗଲା , ଦେଖୁ ଦେଖୁ ଏହି ପୁରା ଖବର ଇଲାକାରେ ବ୍ୟାପିଗଲା , ଏହାପରେ ସେହି ପିଲାର ଘରେ ଭିଡ ଜମିଯାଇଥିଲା , ଖବର ମୁତାବିକ ଏହି ପିଲାର ନାଁ ବିନୋଦ କୁମାର ସେ ଦିଲ୍ଲୀର ଜହାଂଗୀପୁରି ଇଲାକାରେ ରୁହନ୍ତି , ବିନୋଦ ମୋବାଇଲ୍ ସପ୍ ରେ କାମ କରୁଛନ୍ତି , ବିନୋଦ ନିଜ ବ୍ୟାଙ୍କ୍ ଏକାଉଣ୍ଟ ଜହାଂଗିରପୁରି ଏସ୍ ବି ଆଇ ବ୍ରାଞ୍ଚରେ ଖୋଲିତିଲେ , ଯାହା ଏକ ସେଭିଙ୍ଗ୍ ଏକାଉଣ୍ଟ ଥିଲା , ବିନୋଦ ରବିବାର ଦ୍ୱିପହରକୁ ପ୍ରାୟ ୨ ଟା ବେଳେ ଏକ ମେସେଜ୍ ପାଇଲେ କି ତାଙ୍କ ଏକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଜମା ହୋଇଯାଇଛି ।

 

ଏହା ଦେଖି ବିନୋଦ ପୁରା ଚକିତ ହୋଇଯାଇଥିଲେ , ବିନୋଦ ଏହି କଥାକୁ ବିଶ୍ୱାସ କରିପାରୁନଥିଲେ , ସେ ଏତେ କିପରି ଟଙ୍କା ଜମା ନିଜ ଏକାଉଣ୍ଟରେ ପାଇଲେ , ବିନୋଦ କିଛି ବୁଝିପାରୁନଥିଲେ , ବିନୋଦ ଏହି କଥାର ସତ୍ୟତା ଜାଣିବା ପାଇଁ ବ୍ୟାଙ୍କ୍ ପହଞ୍ଚିକରି ନିଜ ଏକାଉଣ୍ଟ ବାଲାନ୍ସ ଚେକ୍ କରିବାକୁ ଚାହିଁଲେ , କିନ୍ତୁ ସେହି ଏକାଉଣ୍ଟ ବ୍ଲକ୍ ହୋଇଯାଇଥିଲା , ପଇସା କିପରି ଜମା ହେଲା ଏହି ବିଷୟରେ ବ୍ୟାଙ୍କ୍ ବାଲା କିଛି ଠିକ୍ ଭାବରେ କହି ନଥିଲେ ।

 

ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଏକ ଅଚିହ୍ନା ଏକାଉଣ୍ଟରେ ଏପରି ପଇସା ଜମା ହୋଇଛି, ଏବେ କିଛି ଦିନ ହେବ ଏମିତି ଏକ ମାମଲା ଉତ୍ତରପ୍ରଦେଶର ବାରବାଙ୍କୀରେ ହୋଇଛି, ଖବର ମୁତାବିକ ଏଠାକାର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆର ବ୍ରାଞ୍ଚରେ +୨ ର ଏକ ଛାତ୍ର କେଶବ ଶର୍ମାଙ୍କ ଏକାଉଣ୍ଟରେ ୫ କୋଟି ଟଙ୍କା ଜମା ହୋଇଗଲା , ଏହି ଛାତ୍ରଟି ନିଜ ଏକାଉଣ୍ଟ ଚେକ୍ କରିବାକୁ ଗଲା ବେଳକୁ ତାହାର ଏକାଉଣ୍ଟ ବ୍ଲକ୍ ହୋଇଯାଇଥିଲା , ଏହି ଛାତ୍ରଟି ରାତାରାତି କୋଟିପତି ହୋଇଯାଇଥିଲା ,

ଏତେ ପଇସା ଜମା ହେବା ପରେ କେଶବଙ୍କ ବାପା ନରେନ୍ଦ୍ର ଶର୍ମାଙ୍କୁ ୧୬ ମାର୍ଚ୍ଚକୁ ମିଳିଥିଲା , କେଶବ ଯେଉଁ ମୋବାଇଲ୍ ନମ୍ବର ବ୍ୟାଙ୍କ୍ ରେ ରେଜିଷ୍ଟର କରିଥିଲେ , ତାହା ତାଙ୍କ ବାପାଙ୍କର ଥିଲା , ଏତେ ବଡ ରାଶି ଜମା ହେବା ପରେ ମେସେଜ୍ ଦେଖିକରି ଛାତ୍ର ଓ ତାଙ୍କର ଘର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ , ଏହା ପରେ କେଶବଙ୍କ ବାପା ଆଉଥରେ ଏକାଉଣ୍ଟ ଚେକ୍ କରାଇଥିଲେ , ସେତେବେଳକୁ ସବୁ ପଇସା ବାହାର କରାଯାଇଥିଲା , ସେ ଯେତେ ପଇସା ଜମା ରଖିଥିଲେ କିନ୍ତୁ ସେତିକି ତାଙ୍କ ଏକାଉଣ୍ଟରେ ଥିଲା , ଏହି ଛାତ୍ରଟି ରାତାରାତି କୋଟିପତି ବି ହୋଇଯାଇଥିଲେ , କିନ୍ତୁ ସେ ତୁରନ୍ତ ନିଜ ବାସ୍ତବିକ ଅବସ୍ଥାକୁ ଆସିଯାଇଥିଲେ ।

Leave a Reply

Your email address will not be published. Required fields are marked *