April 12, 2024

Odia Express

News For Public

ନିର୍ବାଚନ ପ୍ରଚାର ସମୟରେ ସନି ଦେଓଲ କାର୍ ଙ୍କ ଦୁର୍ଘଟଣା ହେଇଗଲା – ଜାଣନ୍ତୁ କିପରି ଅଛି ସନି ଦେଓଲ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା..

ଲୋକସଭା ନିର୍ବାଚନ ସମୟରେ ସବୁ ପାର୍ଟି ନିଜର ପାର୍ଟି ପ୍ରମୋଶନ୍ କରିବାରେ ବ୍ୟସ୍ତ ରହିଛନ୍ତି , କାରଣ ଇଲେକ୍ସନର ସପ୍ତମ ଓ ଅନ୍ତିମ ଚରଣ ଶେଷ ହେଉଛି , ଏମିତିରେ ଲୋକଙ୍କ ପାଖରେ କମ୍ ସମୟ ମଧ୍ୟରେ ଅଧିକା ରାଲି ଓ ଭାଷଣବାଜୀ କରୁଛନ୍ତି । ଏହି ଥର ବିଜେପି ପ୍ରମୋଶନ୍ ରେ ସନି ଦେଓଲ ଭାଜପା ତରଫରୁ ପଞ୍ଜାବର ଗୁରୁଦାସପୁରରେ ଟିକେଟ୍ ପାଇଛନ୍ତି , ସେ ଗୁରୁଦାସପୁରରେ ରୋଡ୍ ଶୋ କରିଥିଲେ , ଅଧିକା ପବ୍ଲିକ୍ ବି ଆସିଥିଲା ।

 

ଏହି ସମୟରେ ସନି ଦେଓଲ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ନିଜ ପର୍ସନାଲ୍ ଗାଡିରେ ରାଲି କରୁଥିଲେ, କିନ୍ତୁ ସୋହେଲ୍ ଗାଁ ନିକଟରେ ଥିବା ଗୁରୁଦ୍ୱାରା ନିକଟରେ ତାଙ୍କ ଗାଡିର ଟାୟାର୍ ଫାଟିଗଳା , ଏହା ଦ୍ୱାରା ତାଙ୍କ ଗାଡି ଆଉ ତିନୋଟି ଗାଡି ସହ ଧକ୍କା ଦେଲା , ମଞ୍ଜିତ୍ ସିଂ ନ୍ୟୁଜ୍ ଏଜେନ୍ସିର ପିଟିଆଇ କହିଲେ କି ସନି ଦେଓଲଙ୍କ ଗାଡି ଫତେହଗଡ ଚୁରିୟନକୁ ଯାଉଥିଲା , ସେ ସେଠାରେ ବିଜେପି ପ୍ରାର୍ଥୀଙ୍କୁ କାମ୍ପେନ୍ କରିବାକୁ ଯାଉଥିଲେ ।

 

ସେ କହିଲେ କି ଚାରୋଟି ଗାଡି ମଧ୍ୟରୁ ଗୋଟେ ଗାଡି ଗାଁ ଲୋକଙ୍କର ଥିଲା , ଓ ବାକି ତିନୋଟି ଗାଡି ପାର୍ଟି କାର୍ଯ୍ୟକର୍ତ୍ତାଙ୍କର ଥିଲା , ଏହି ଦୂର୍ଘଟଣାରେ ସନି ଦେଓଲଙ୍କ ସହ ଅନ୍ୟ ଲୋକଙ୍କୁ ଆଘାତ ହୋଇନଥିଲା , ସନି ଦେଓଲ ଏବେ କିଛି ଦିନ ହେଲା ବିଜେପି ପାର୍ଟିରେ ଯୋଗ ଦେଇଛନ୍ତି , ସନି ଦେଓଲ ଏବେ ସେମିତି ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି , ସେଥିପାଇଁ ବିଜେପିର ଫାଇଦା ହେଉଛି ,

 

ସନି ଦେଓଲଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଏବେ କୋଟିଏ ଉପରେ ଅଛି, ଏହାର ଉଦାହରଣ ତାଙ୍କ ଗୁରୁଦାସପୁର ରୋଡ୍ ଶୋରୁ ଜଣାପଡିଥିଲା , ସେଠାରେ ହଜାର ସଂଖ୍ୟକ ଲୋକଙ୍କ ଭିଡ ହୋଇଥିଲା , ସନି ଦେଓଲଙ୍କୁ ଏତେ ଭଲ ପାଇବା ମିଳିଛି ବୋଲି ତାଙ୍କ ବାପା ଧର୍ମେନ୍ଦ୍ର ବୟାନ ଦେଇଥିଲେ , ସେ କହିଲେ କି ନିଜେ କୃଷକର ପୁଅ ଅଟନ୍ତି , ଓ ପ୍ରଥମ ସେ ମିଡିଲ୍ କ୍ଲାସ୍ ଫ୍ୟାମିଲିରୁ ଥିଲେ , ସେ ବହୁତ କଷ୍ଟ ସହିଛନ୍ତି , ଓ ଏବେ ସେ ଚାହିଁବେ କି ସାଧାରଣ ଜନତାଙ୍କ ଦୁଃଖ କଷ୍ଟକୁ ବୁଝିବେ ଓ ପୁରା କରିବେ ।

 

କହିଦେବୁ କି ଏହା ପୁର୍ବରୁ ଗୁରୁଦାସପୁରରେ ବିଜେପି ସ୍ୱର୍ଗୀୟ ବିନୋଦ ଖାନାଙ୍କୁ ଟିକେଟ୍ ମିଳିଥିଲା , ଏବେ ସନିଙ୍କ ସାମନାରେ କଂଗ୍ରେସ ପ୍ରାର୍ଥୀ ସୁନିଲ ଝାଖଡ ଠିଆ ହୋଇ ଲଢୁଛନ୍ତି , ସେମିତି ସନି ଦେଓଲଙ୍କ ସାବତ ମା ହେମା ମାଳିନୀ ଉତ୍ତର ପ୍ରଦେଶର ମଥୁରାରେ ଦୁ ସଦସ୍ୟ ଏହି ନିର୍ବାଚନୀ ଯୁଦ୍ଧରେ ଜିତିପାରିବେ କି ନାହିଁ , ଏହା ୨୩ ମେ କୁ ଜଣା ପଡିଯିବ ।

Leave a Reply

Your email address will not be published. Required fields are marked *