April 14, 2024

Odia Express

News For Public

୨୬ ବର୍ଷ ହେଲା ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି ଅଲକା ୟାଗ୍ନିକ୍ , କହିଲେ ଆମ ମଧ୍ୟରେ କୌଣସି ଝଗଡା ହୋଇନାହିଁ କିନ୍ତୁ..

ବଲିଉଡ୍ ରେ ଲମ୍ବା ସମୟ ହେଲା ନିଜ ଗୀତ ଦ୍ୱାରା ଶ୍ରୋତାଙ୍କୁ ମତୁଆଲା କରିଥିବା ଅଲକା ୟାଗ୍ନିକ୍ ଏବେ ୫୩ ବର୍ଷର ହୋଇସାରିଲେଣି , ସେମିତି ଅଲକା ୟାଗ୍ନିକଙ୍କ କ୍ୟାରିୟରରେ ବହୁତ କିଛି ଅସୁବିଧା ଦେଖିବାକୁ ମିଳିଥିଲା , କିନ୍ତୁ ସେ କେବେ ହାର୍ ମାନିନଥିଲେ । ଅଲକା ୟାଗ୍ନିକ ପ୍ରୋଫେସନାଲ୍ କ୍ୟାରିୟରରେ ଯେତେ ଅସୁବିଧାର୍ ସାମନା କରିଛନ୍ତି , ସେତିକି ତାଙ୍କର ବ୍ୟକ୍ତିଗତ ଜୀବନରେ ବି ଥିଲା , ଫିଲ୍ମ ତେଜାବରେ ଗୀତ ଏକ ଦୋ ତିନ୍ ଗୀତରେ ଲୋକପ୍ରିୟ ହୋଇଥିବା ଅଲକା ୟାଗ୍ନିକଙ୍କ ବ୍ୟକ୍ତିଗତ ଜୀବନ ସେତେ ଭଲ ନଥିଲା , ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ।

 

ବଲିଉଡ୍ ରେ ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ୍ ନିଜ କ୍ୟାରିୟରରେ ଗୋଟେ ରୁ ଅଧିକା ମାନେ ହଜାରରୁ ଅଧିକା ସଂଖ୍ୟକ ଗୀତ ଗାଇଛନ୍ତି , ସେ ନିଜ ଗୀତ ଦ୍ୱାରା ବଲିଉଡ୍ ରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି , ଅଲକା ୟାଗ୍ନିକ୍ ନିଜ କ୍ୟାରିୟରରେ ଯାହା ବି ହାସିଲ୍ କରିଛନ୍ତି ସେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ବଳରେ ହିଁ ମିଳିଛି , ଖାସ୍ କରି ଜଣେ ବିବାହିତ ଜୀବନରେ ସେ କେବେ ଠିକ୍ ଭାବେ ଜୀବନ କଟାଇପାରିନଥିଲେ ।

 

୧୯୮୯ ରେ ଅଲକା ୟାଗ୍ନିକ୍ ସିଲାଂଗର ବିଜନେସ୍ ମ୍ୟାନ୍ ନିରଜ କାପୁରଙ୍କ ସହ ବିବାହ କରିନେଇଥିଲେ , ବାହାଘର ସମୟରେ ନିରଜ କାପୁର ଓ ଅଲକା ୟାଗ୍ନିକ୍ ଙ୍କ ମଧ୍ୟରେ ବହୁତ ବିବାଦ ଦେଖାଦେଇଥିଲା , କିନ୍ତୁ ତାଙ୍କ ପ୍ରେମ ଆଗରେ ପରିବାର ହାର୍ ମାନିଥିଲେ , କିନ୍ତୁ ଯେବେ ୨୬ ବର୍ଷ ପରେ ମଧ୍ୟ ଦୁହେଁ ବିନା ଛାଡପତ୍ର ଦେଇ ଏବେ ବି ରହିଛନ୍ତି , ସେ ପୁଣି ଅଲଗା ଅଲଗା , କହିଦେବୁ କି ଏହା ପଛରେ କିଛି ପାଟିତୁଣ୍ତ ହୋଇନାହିଁ , ବରଂ ଦୁହେଁ ନିଜ କାମରେ ବ୍ୟସ୍ତ ରହୁଛନ୍ତି ,ସେଥିପାଇଁ ସେମାନେ ଦୁହେଁ ଦୁହିଁଙ୍କୁ ସମୟ ଦେଇପାରିନାହାନ୍ତି ।

 

ସେମାନେ ଗୋଟେ ଛାତ ତଳେ କେବେ ରହିଥିବାର ଦେଖାଯାଇନାହିଁ , କେବେ ସମୟ ବାହାର୍ କରି ଦୁହେଁ ନିଶ୍ଚିତ ଦେଖା କରିବାକୁ ଆସନ୍ତି , ନିରଜ କାପୁର ସିଲଙ୍ଗ୍ ରେ ନିଜ ବିଜନେସ୍ ସମ୍ଭାଳୁଛନ୍ତି , ଓ ଅଲକାଙ୍କୁ ଏଠାରେ ମୁମ୍ବାଈରେ ରହିବାକୁ ପଡୁଛି, ଏଥିପାଇଁ ଦୀର୍ଘ ୨୬ ବର୍ଷ ହେଲା ସେ କେବେ ଏକାଠି ରହିନାହାନ୍ତି , କହିଦେବୁ କି ନିରଜ କାପୁର ବିଜନେସ୍ କରିବାକୁ ଇଚ୍ଛା କରିଥିଲେ କିନ୍ତୁ ସେ ସେଥିରେ ସଫଳ ହୋଇପାରିନଥିଲେ , ଏଥିପାଇଁ ଅଲକା ତାଙ୍କୁ ସିଲଙ୍ଗ୍ ପଠାଇଦେଲେ , ଏମିତିରେ ଦୁହେଁ କାମ ସକାଶେ ଅଲଗା ଅଲଗା ରହୁଛନ୍ତି ।

 

ଅଲକା ଓ ନିରଜ କାପୁରଙ୍କ ଗୋଟେ ଝିଅ ଅଛି, ଯାହାଙ୍କ ନାଁ ସାୟଶା କାପୁର ଅଟେ , ସାୟଶା କାପୁର ଏବେ ୨୮ ବର୍ଷର ହୋଇସାରିଲେଣି , ତାଙ୍କର ଦେଖାଶୁଣା ଅଲକା ନିଜେ ହିଁ କରିଥିଲେ । ଅଲକାଙ୍କ ଝିଅ ଗତ ବର୍ଷ ବିବାହ କରିନେଇଛନ୍ତି , ଯେଉଁଠି ନିରଜ କାପୁର ଆସିଥିଲେ , ଏଥିରୁ ସଫା ଭାବେ ଜଣା ପଡେ କି ଦୁହେଁ ଏକା ଛାତ ତଳେ ରହୁନାହାନ୍ତି କିନ୍ତୁ ଦୁହେଁ ଙ୍କର କେବେ କେଉଁ ଛାଡପତ୍ର ହୋଇନାହିଁ , ଓ କେବେ କେବେ ଦୁହେଁ ଏକାଠି ଦେଖିବାକୁ ମିଳିଥାନ୍ତି ।

Leave a Reply

Your email address will not be published. Required fields are marked *