April 14, 2024

Odia Express

News For Public

କେବେ ଜିତିଥିଲେ ମିସ୍ ଇଣ୍ତିଆର ସମ୍ମାନ , ଆଜି ଏପରି ଦେଖାଯାଉଛନ୍ତି ସୁପରଷ୍ଟାର୍ ମହେଶ ବାବୁଙ୍କର ସ୍ତ୍ରୀ ନମ୍ରତା ସିରୋଦକର , ଚିହ୍ନିପାରିବା ହେବ ମୁସକିଲ୍…

ଫିଲ୍ମ ଜଗତରେ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ , ସେମିତି ଆପଣମାନେ ବଲିଉଡ୍ କଳାକାରଙ୍କ ବିଷୟରେ ବହୁତ କିଛି କଥା ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କଥା କହୁଛୁ ତାହା ଆପଣ ଜାଣିନଥିବେ , ଆମେ କହିବାକୁ ଯାଉଛୁ ସେହି ଅଭିନେତ୍ରୀଙ୍କର ବିଷୟରେ ଯିଏ ବହୁତ ଚର୍ଚ୍ଚିତ ହୋଇଥିଲେ । ଆମେ କଥା ହେଉଛୁ ସାଉଥ୍ ର ଜଣାଶୁଣା ଅଭିନେତ୍ରୀ ନର୍ମଦା ସିରୋଦକରଙ୍କ ବିଷୟରେ ଯିଏକି ସୁପରଷ୍ଟାର୍ ମହେଶବାବୁଙ୍କର ସ୍ତ୍ରୀ ଅଟନ୍ତି , ସାଉଥ୍ ସୁପରଷ୍ଟାର୍ ମହେଶ ବାବୁ ଏକ ଏମିତି ଅଭିନେତା ଅଟନ୍ତି , ଯିଏକି ସାଉଥ୍ ର ସାହାରୁଖ ଓ ସଲମାନ ନିଜେ ଅଟନ୍ତି ।

 

ଏତେ ନାଁ କମେଇ ଥିବା ମହେଶ ବାବୁଙ୍କର ସ୍ତ୍ରୀ ନର୍ମଦା ସିରୋଦକର ଲାଇମ୍ ଲାଇଟ୍ ରୁ ଦୁରେଇ ରହିଲେ , କିନ୍ତୁ କିଛି ବୁଝାପଡିଲା ନାହିଁ ସେ ଏପରି  କଣ ପାଇଁ କରିଏ , କହିଦେବୁ କି ୧୯୯୩ ରେ ସେ ମିସ୍ ଇଣ୍ତିଆରେ ସମ୍ମାନିତ ହୋଇଥିଲେ , ଏହି ସମ୍ମାନ ପାଇବାପରେ ନମ୍ରତା ବହୁତ ପରିଶ୍ରମ କରିଥିଲେ ,  ଯାହାପରେ ଆଗକୁ କଥା ବଢିଲା ଓ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ ରହିଲେ ।

 

ତାଙ୍କର ଜନ୍ମ ଜାନୁୟାରୀ ୧୯୭୨ କୁ ହୋଇଥିଲା , ଶିଳ୍ପା ସିରୋଦକରଙ୍କ ଛୋଟ ଭଉଣୀ ଅଟନ୍ତି , ଶିଳ୍ପା ସିରୋଦକର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି , ନମ୍ରତା ନିଜ ଡେବ୍ୟୁ ଫିଲ୍ମ ୧୯୯୮ ରେ ଆସିଥିବା ଫିଲ୍ମ ଯବ୍ ପ୍ୟାର୍ କିସିସେ ହୋତା ହେ ରେ କରିଥିଲେ , ତାପରେ ସେ ପୁକାର , ବାସ୍ତବ, କଚେ ଧାଗେ , ଏଲ୍ ଓ ସି କାରଗିଲ୍ ଓ ତେରା ମେରା ସାଥ୍ ରହେ  ପରି ଫିଲ୍ମ କରିଥିଲେ , ବାସ୍ତବରେ ନମ୍ରତା ସଞ୍ଜୟ ଦତ୍ତଙ୍କ ସହ ଲିଡ୍ ରୋଲ୍ ରେ ଥିଲେ , ଏହି ଫିଲ୍ମ ହିଟ୍ ହୋଇଥିଲା , ଏହାପରେ ସେ ବଲିଉଡ୍ ଫିଲ୍ମରେ ନଜର ଆସିଲେ , ଏତିକି ନୁହେଁ ସେ କନ୍ନଡ, ତେଲେଗୁ ମାଲାୟଲମ୍ ମରାଠି ଫିଲ୍ମରେ କାମ କରିଥିଲେ  ।

 

ବଲିଉଡ୍ ରେ ହିଟ୍ ହେବାପରେ ସେ ବଲିଉଡ୍ ଛାଡିଦେଇଥିଲେ । ଶେଷ ଫିଲ୍ମ ବ୍ରାଇଡ୍ ଆଣ୍ତ ପ୍ରେଜୁଡିସ୍ ଓ ରୋକ୍ ସକୋ ତୋ ରୋକ୍ ଲୋ ରେ ନଜର ଆସିଥିଲେ , ନମ୍ରତାଙ୍କ ନାଁ ମହେଶ ମାଞ୍ଜେକରଙ୍କ ସହ ଯୋଡା ଯାଇଥିଲା , ୨୦୦୫ ରେ ନମ୍ରତା ସାଉଥ୍ ସୁପରଷ୍ଟାର୍ ମହେଶବାବୁଙ୍କ ସହ ବିବାହ କରିନେଲେ , ଓ ତାପରେ ଫିଲ୍ମରୁ ଦୁରେଇ ଗଲେ , ମହେଶ ବାବୁ ଓ ନମ୍ରତାଙ୍କ ଲଭ୍ ଷ୍ଟ୍ରୋରୀ ବହୁତ ଫେମସ୍ ଅଟେ , ଦୁହେଁ ୨୦୦୦ ରେ ଫିଲ୍ମ ବାମସୀ ସେଟ୍ ରେ ଦେଖାହୋଇଥିଲେ , ଜଣେ ଦୁହେଁଙ୍କ ସହ ବହୁତ ଦିନଯାଏଁ ଡେଟ୍ କରିବାପରେ ବାହାହୋଇଯାଈଥିଲେ , ୨୦୦୬ ରେ ମହେଶବାବୁ ଓ ନମ୍ରତାଙ୍କ ପ୍ରଥମ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା , ପରେ ୨୦ ଜୁଲାଇ ୨୦୧୨ ରେ ନମ୍ରତା ଝିଅ ସିତାରାକୁ ଜନ୍ମ ଦେଇଥିଲେ ।

 

ଏବେ ନମ୍ରତା ସିରୋଦକର ନିଜ ସ୍ୱାମୀଙ୍କ ସହ ହାଇଦ୍ରାବାଦରେ ରହୁଛନ୍ତି , ଏହା ଛଡା ସେ ନିଜ ସ୍ୱାମୀଙ୍କ ସ୍କ୍ରିପ୍ଟ ପଢିବା ଓ ତାଙ୍କୁ ଗାଇଡ୍ କରିବା କାମ କରୁଛନ୍ତି , ଓ ତାଙ୍କ ଲୁକ୍ ଏବେ ବହୁତ ବଦଳିଯାଇଛି ।

Leave a Reply

Your email address will not be published. Required fields are marked *