April 11, 2024

Odia Express

News For Public

ଜାଣନ୍ତୁ ଯେବେ ଘରେ ତୁଳସୀର ଗଛ ସୁଖି ଯାଏ କିମ୍ବା କଳା ପଡିଗଲେ ତେବେ କଣ ସଙ୍କେତ ଦେଇଥାନ୍ତି ଭଗବାନ…

ହିନ୍ଦୁ ଧର୍ମରେ ବହୁତ ଜିନିଷକୁ ପବିତ୍ର ବୋଲି ମାନିଥାନ୍ତି , ସେହି ମଧ୍ୟରୁ ଗୋଟେ ହୋଇଥାଏ ତୁଳସୀର ଗଛ , ଏହାର ମହତ୍ତ୍ୱ ବିଷୟରେ ଯେତେ କହିଲେ ବି କମ୍ ହେବ , ତୁଳସୀର ଗଛ ବିଷୟରେ ଏମିତି କୁହାଯାଏ କି ଏହା ସ୍ୱର୍ଗର ଗଛ ଅଟେ , ଏହା ଦେବତା ମାନେ ପୃଥିବୀରେ ମଣିଷ ମାନଙ୍କର ଉଦ୍ଧାର ପାଈଁ ପଠାଯାଇଛି , ବୋଧେ କେହି ଏମିତି ହିନ୍ଦୁ ଧର୍ମକୁ ମାନୁଥିବା ବ୍ୟକ୍ତି ଥିବ ଯାହାର ଘରେ ତୁଳସୀର ଗଛ ଥିବ , ଏହା ଏକ ପବିତ୍ର ଗଛ ଅଟେ , ତୁଳସୀର ଗଛ ଲଗାଇଲେ ପରିବେଶ ପବିତ୍ର ହୋଇଯାଏ , ଏମିତି କୁହାଯାଏ କି ତୁଳସୀର ପତ୍ରକୁ ସବୁଦିନ ଜଳ ଅର୍ପଣ କଲେ ବୈକୃଣ୍ଠ ପ୍ରାପ୍ତି ହୋଇଥାଏ ।

 

ହିନ୍ଦୁ ଧର୍ମର ଗ୍ରନ୍ଥରେ ତୁଳସୀର ଗଛକୁ ମାତା ଲକ୍ଷ୍ମୀଙ୍କ ରୁପ ବୋଲି ମାନିଥାନ୍ତି , ଯେଉଁ ଘରେ ତୁଲସୀର ଗଛ ଥାଏ , ସେଠାରେ ମା ଲକ୍ଷ୍ମୀ ସର୍ବଦା ବାସ କରନ୍ତି , ଓ ସେହି ଘରେ କେବେ ଧନ ସଂବନ୍ଧିତ କୌଣସି ଅସୁବିଧା ଦେଖାଯାଇନଥାଏ , ତୁଳସୀର ଗଛକୁ ଛୁଇଁଲେ ଲୋକେ ପବିତ୍ର ହେଲେ ବୋଲି ଅନୁଭବ କରନ୍ତି , ଯେଉଁଠି ତୁଳସୀର ଗଛ ଥାଏ ସେଠାରେ ସ୍ୱୟଂ ଭଗବାନ ବାସ କରନ୍ତି , ତୁଳସୀ ଗଛ ବିଷୟରେ ଏପରି କୁହାଯାଏ କି ଯଦି କେଉଁ ବ୍ୟକ୍ତି ଏହାକୁ ନିଜ ଘର ଅଗଣାରେ ଲଗାଇବ ତେବେ ଘରୁ ସବୁ ନକରାତ୍ମକ ଉର୍ଜା ଦୁର ହୋଈଯିବ । ଓ ସକରାତ୍ମକ ଉର୍ଜା ମିଳିବ ।

 

ତୁଳସୀ ସହ ଯୋଡି ହୋଇଥିବା କେତୋଟି ମହତ୍ତ୍ୱପୂର୍ଣ୍ଣ କଥା ଆମ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ , ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ବହୁତ ଲୋକ ନିଜ ଘର ମଧ୍ୟରେ ତୁଳସୀର ଗଛକୁ ଲଗାଇଥାନ୍ତି , କିନ୍ତୁ ତାଙ୍କୁ ଭଲ ଭାବେ ଯତ୍ନ ନେଇପାରନ୍ତି ନାହିଁ , ସମୟ ସମୟରେ ଜଳ ଦିଅନ୍ତି ନାହିଁ , ଯାହା କାରଣରୁ ଗଛଟି ସୁଖିଯାଏ , ତୁଳସୀର ପତ୍ରଗୁଡିକ କଳା ପଡିବାକୁ ଲାଗେ , ଯାହା କାରଣରୁ ଗଛଟି ସୁଖିବାକୁ ଆରମ୍ଭ କରେ , ତୁଳସୀରଗଛ ସହ ଯୋଡିହୋଇଥିବା କିଛି ଖାସ୍ ନିୟମ ଅଛି , ଯାହାର ପାଳନ ସବୁ ବ୍ୟକ୍ତି କରିବା ଉଚିତ୍ , ଧର୍ମ ଗ୍ରନ୍ଥର ଅନୁସାରେ ତୁଳସୀର ପତ୍ରକୁ ସବୁ ଦିନ ଛିଡାଇବା ଉଚିତ୍ ନୁହେଁ , ଏହାକୁ ଭାଙ୍ଗିବାର କିଛି ନିୟମ ଅଛି ।

 

କୁହାଯାଏ କି ଭୁଲ୍ ରେ ବି ତୁଳସୀର ଗଛର ପତ୍ରକୁ ରବିବାର, ଏକାଦଶୀ, କିମ୍ବା ସୁର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଦିନ ଛୁଇଁବା ଅନୁଚିତ୍ , ଏହା ଛଡା ସୂର୍ଯ୍ୟାସ୍ତ ପରେ ବି ତୁଳସୀର ଗଛର ପତ୍ରକୁ ଛିଡାଇବା ଅନୁଚିତ୍ ।

ତୁଳସୀର ଗଛ ତଳେ ସବୁବେଳେ ସଂନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇବା ଉଚିତ୍ ।

 

ଯଦି କେଉଁ କାରଣରୁ ତୁଲସୀର ଗଛର ପତ୍ର ସୁଖିଯାଏ , ତେବେ ତାକୁ ପକେଇଦେବା ଅପେକ୍ଷା କେଉଁ ନଦୀରେ ପ୍ରବାହିତ କରିଦିଅନ୍ତୁ । ଓ ସେହି ଜାଗାରେ ଅନ୍ୟ ଏକ ଗଛ ରୋପଣ କରିନିଅନ୍ତୁ , ଘରେ ସୁଖିଲା ତୁଳସୀ ଗଛ ରଖିବା ଅଶୁଭ ବୋଲି ମାନିଥାନ୍ତି , ତୁଳସୀର ଗଛର ପତ୍ର ସୁଖିଲେ କେଉଁ ବଡ ସଙ୍କଟ ଆସେ ବୋଲି କୁହାଯାଏ ।

ଧର୍ମ ଗ୍ରନ୍ଥ ଅନୁସାରେ ତୁଳସୀର ପତ୍ରକୁ ଭଗବାନ ଶ୍ରୀ ଗଣେଷ ଓ ଶିବଙ୍କୁ ଅର୍ପଣ କରିବା ଅନୁଚିତ୍ ।

Leave a Reply

Your email address will not be published. Required fields are marked *