April 17, 2024

Odia Express

News For Public

ଅବସରପ୍ରାପ୍ତ ସୈନିକ ନିଜର ପେନସନ ପଇସାରେ ଗାଁ ପାଇଁ ରାସ୍ତା କରିଦେଲେ , ଗାଁ ଲୋକଙ୍କ ପାଇଁ ଖର୍ଚ୍ଚ କରିଦେଇଥିଲେ ନିଜର ସବୁ ପଇସା – କିନ୍ତୁ ତାପରେ..

ଫୌଜି କେବଳ ସୀମାରେ ରକ୍ଷା କରନ୍ତି ନାହିଁ , ଗାଁ ଓ ସମାଜର ଉନ୍ନତି ପାଇଁ ଚିନ୍ତା କରିଥାନ୍ତି , ୩୪ ବର୍ଷ ଦେଶର ସେବା ପରେ ସୁବେଦାର୍ ମେଜର୍ ଭଗୁରାମ ମୋର୍ଯ୍ୟ ଗାଁ ପହଞ୍ଚିଲେ ତ ତାଙ୍କ ପିଏଫ୍ ର ସମସ୍ତ ରାଶିରୁ ଗାଁରେ ରାସ୍ତା ବନାଇ ଏକ ମିଶାଲ୍ ସୃଷ୍ଟି କରିଥିଲେ । ୧୦ ଫୁଟ୍ ଚଉଡା ଓ ଦେଢ କିମି ଲମ୍ବା ସଡକ ରେ ବହୁତ ବସ୍ତିଗୁଡିକ ବିକାଶ ପଥ ସହ ଯୋଡିଲେ , ବାରାଣାସୀ ସହରରୁ ୨୦ କିମି ଦୁର ଜଂସା ରାମେଶ୍ୱର ଗାଁରେ ଏକ ଛୋଟ ବସ୍ତି ହିରମପୁରର ଭଗୁରାମ ମୋର୍ଯ୍ୟ ସେନାରେ ଇଞ୍ଜିନିୟରିଙ୍ଗ୍ ଡିପାର୍ଟମେଣ୍ଟରେ ରହିଥିଲେ , ୨୦୧୬ ଡିସେମ୍ବରରୁ ଅବସର ନେବାପରେ ସେ ଗାଁକୁ ଫେରିଆସିଥିଲେ , ସେ ଘରକୁ ଯିବା ପାଈଁ ଗାଁର ରାସ୍ତାରେ ଯାଉଥିଲେ , ଯେଉଁଠି ସାଇକେଲ୍ ଚଲାଇବାରେ ବହୁତ ଅସୁବିଧାର ସାମନା କରିବାକୁ ପଡୁଥିଲା ।

 

ଏହାକୁ ଦେଖି ଭଗୁରାମ ମୋର୍ଯ୍ୟ ନିଜ ପିଏଫ୍ ପଇସାରୁ ନିଜ ଘର ଓ ଅନ୍ୟ ସୁବିଧାଗୁଡିକ ପାଇଁ ରାସ୍ତା ନିର୍ମାଣ କରିବାପାଇଁ ଦିନ ରାତି ଲାଗିପଡିଲେ । ସାତ ମାସର ଅକ୍ଲାନ୍ତ ଚେଷ୍ଟା ଫଳରେ ସେ ରାସ୍ତାରେ ସାଇକେଲ୍ , ବାଇକ୍ ନୁହେଁ , ବରଂ  ଚାରି ଚକିଆ ଯାନ ଓ ଟ୍ରାକ୍ଟର ବି ଯାତାୟତ କରିପାରିଲା ।

Leave a Reply

Your email address will not be published. Required fields are marked *