୧୭ ବର୍ଷ ପରେ ବିହାର ନିଜ ଗାଁ ରେ ଆସି ପହଞ୍ଚିଲେ ସୁଶାନ୍ତ ସିଂ ରାଜପୁତ , କିନ୍ତୁ ଏହି କାରଣରୁ ଲଣ୍ତା ହେଲେ -ଜାଣିଲେ ଆପଣ ମଧ୍ୟ କହିବେ ସବାସ…

ବ୍ୟକ୍ତି ଯେତେ ବି ସଫଳ ହୋଇଯାଉନା କାହିଁକି କିନ୍ତୁ ନିଜ ପେତୃକ ଗାଁକୁ କେବେ ଭୁଲି ପାରେ ନାହିଁ ଓ ନା ହିଁ କେବେ ଭୁଲିବା ଉଚିତ୍ , ବ୍ୟକ୍ତି ନିଜ ମାଟିରୁ ହିଁ ଉନ୍ନତି ପଥରେ ଅଗ୍ରସର ହେବା ଉଚିତ୍ , ଓ ନିଜ ଜୀବନର ସଫଳତା ହାସିଲ୍ କରିବା ଉଚିତ୍ । ଓ ଭଗବାନ ବି ଏମିତି ଲୋକଙ୍କର ଉନ୍ନତି କରିଥାନ୍ତି । କିଛି ଏପରି ହୋଇଥିଲା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ , ଯିଏ ନିଜ ପରିବାର ସହ ନିଜ ଗାଁ ବିହାରରେ ପହଞ୍ଚିଲେ । ଓ ଏଠାରେ ସେ ନିଜ ସ୍ୱର୍ଗୀୟ ମାଙ୍କ ଅଧୁରା ଇଚ୍ଛା ପୂରା କରିଥିଲେ , ୧୭ ବର୍ଷ ପରେ ବିହାରର ନିଜ ଗାଁରେ ପହଞ୍ଚି ଜାଣନ୍ତୁ କଣ କଣ କରିଥିଲେ ସେ ।

 

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ବହୁତଥର ଖବରରେ ରୁହନ୍ତି , ଓ ଏହି ସମୟରେ ସେ ନିଜ ଗାଁ ବିହାର ଯାଇଥିଲେ , ଓ ଚର୍ଚ୍ଚିତ ହୋଇଥିଲେ । ସୁଶାନ୍ତ ଟିଭି ଜରିଆରେ ଲୋକଙ୍କ ହୃଦୟ ଜିତିବା ପରେ ଏବେ ବଲିଉଡ୍ ଦୁନିଆଁରେ ନିଜର ନିଖୁଣ ଅଭିନୟ ଦ୍ୱାରା ଲୋକପ୍ରିୟତା ହାସିଲ୍ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ପ୍ରକୃତରେ ଦିଲ୍ଲୀରେ ପାଠ ପଢିଛନ୍ତି , ତାଙ୍କର ଜନ୍ମ ବିହାରର ପୂର୍ଣ୍ଣିଆ ଜିଲ୍ଲାର ମଦିହା ରେ ହୋଇଥିଲା , ଏବେ ସୁଶାନ୍ତ ସିଂ ନିଜ ଗାଁରେ ପହଞ୍ଚିଥିଲେ , ଓ ଯେଉଁଠି ସେ ୧୭ ବର୍ଷ ବିତାଇଥିଲେ ,

 

ସୁଶାନ୍ତ ସିଂ ଙ୍କ ନିଜ ବାପା କେକେ ସିଂ ରାଜପୁତ ଓ ଭାଇ ସହ ଯାଇଥିଲେ , ଓ ସୁଶାନ୍ତ ନିଜ ଗାଁକୁ ଆସିବାପରେ ତାଙ୍କର ପୂର୍ବ କଥା ମନେ ପଡୀଜାଈଥିଲା । ସବୁଠାରୁ ଖାସ୍ କଥା ଏହି କି ଯେ ସେ ନିଜ ମାଙ୍କ ଇଚ୍ଛା ପୁରା କରିବାପାଇଁ ଆସିଥିଲେ ଓ କରିଥିଲେ ମଧ୍ୟ, ଓ ସେ ଏଠାକୁ ଆସି ମା ଭଗବତୀଙ୍କ ମନ୍ଦିର ଯାଈଥିଲେ , ଓ ମା ଙ୍କ ପାଇଁ ସେ ଲଣ୍ତା ହୋଇଥିଲେ , ସେମିତି ସେ ପୁରା ମୁଣ୍ତନ କରାଇନଥିଲେ । କିନ୍ତୁ କିଛି ବାଳକୁ କାଟିଥିଲେ ।

 

ଗାଁ ମଦିହାରେ ଆସିବା ପରେ ସୁଶାନ୍ତ ବହୁତ ଭଲ ସମୟ କଟାଇଥିଲେ , ଓ ବହୁତ ଲୋକଙ୍କ ସହ ଦେଖା ହୋଇଥିଲେ , ସୁଶାନ୍ତ ନିଜ ଗାଁର ବୟସ୍କ ଲୋକଙ୍କ ଠାରୁ ଆଶିର୍ବାଦ ନେଇଥିଲେ , ଯାହାଙ୍କ ସହ ସେ ଛୁଆବେଳେ କୋଳରେ ଖେଳିଥିଲେ , ଓ ଲୋକଙ୍କ ସହ କ୍ରିକେଟ୍ ଖେଳିଥିଲେ । ଏବେ ସୁଶାନ୍ତଙ୍କୁ ପରଦାରେ ଧୋନୀ କୁହାଯାଏ , କାରଣ ତାଙ୍କର ପ୍ରଥମ ଫିଲ୍ମ ଏମ୍ ଏସ୍ ଧୋନୀ ନିଖୁଣ ଅଭିନୟ ପାଇଁ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଓ ଏହା ତାଙ୍କର କ୍ୟାରିୟରରେ ସବୁଠାରୁ ହିଟ୍ ଫିଲ୍ମ ହୋଇଗଲା ।

 

ସୁଶାନ୍ତ ନିଜ ଛୁଆ ବେଳରୁ କ୍ରିକେଟ୍ ସହ ଆତ୍ମିୟତା ଅଛି , ଓ ଏଠାରେ କିଛି ପୁରୁଣା ସାଙ୍ଗଙ୍କ ସହ ସେ ମସ୍ତି କରୁଥିବାର ଦେଖାଯାଇଥିଲା , ଆପଣଙ୍କୁ ଏହା ବି କହି ଦେବୁ କି ସୁଶାନ୍ତ ସିଂ ରାଜପୁତ ଯେବେ ୧୬ ବର୍ଷର ଥିଲେ ତେବେ ତାଙ୍କ ମା ଚାଲିଯାଇଥିଲେ , ଓ ତାଙ୍କର ମାଙ୍କ ଇଚ୍ଛା ପୁରଣ ହୋଇପାରିନଥିଲା । ସୁଶାନ୍ତ ସିଂ ରାଜପୁତ୍ ଦିଲ୍ଲିରେ ଇଞ୍ଜିନିୟରିଙ୍ଗ୍ ପାଠ ପଢିଥିଲେ , ଓ ତାଙ୍କର ପ୍ୟାସନ୍ ଅଭିନୟ ଓ ଡ୍ୟାନ୍ସିଙ୍ଗ୍ ରେ ଥିଲା , ସେ ଗୋଟେ ଥିଏଟରରେ ଡ୍ୟାନ୍ସ ଶିଖିଥିଲେ ।ଭାଗ୍ୟର୍ ଖେଳ ଦେଖନ୍ତୁ ତାଙ୍କୁ ଏକ ମୁମ୍ବାଇର ଏକ ଡ୍ୟାନ୍ସିଙ୍ଗ୍ ଟିମ୍ ରୁ ଯୋଗ ଦେବାକୁ ଅଫର୍ ଆସିଥିଲା ।

ସେ ୨୦୦୮ ରେ ଆସିଥିବା ଧୁମ୍ ୨ ରେ ବ୍ୟାକ୍ ଗ୍ରାଉଣ୍ତ ଡ୍ୟାନ୍ସର୍ ହିସାବରେ କାମ କରିଥିଲେ , ଏହାପରେ ସେ ଏକତା କାପୁରଙ୍କ ସିରିଏଲ୍ ପବିତ୍ର ରିସ୍ତାରେ କାମ କରିଥିଲେ , ଏହି ସିରିଆଲ୍ ରେ ସେ ୬ ବର୍ଷ ପର୍ଯ୍ୟନ୍ତ ଟିଭିରେ ଚମକୁଥିବା ଷ୍ଟାର୍ ହୋଇଯାଇଥିଲେ , ୨୦୧୪ ରେ ସେ ଧୋନୀଙ୍କ ଜୀବନୀ ଉପରେ ଏକ ଫିଲ୍ମ ଏମ୍ ଏସ୍ ଧୋନୀ ଅଫର୍ ଆସିଲା , ଓ ୨୦୧୬ ରେ ତାଙ୍କର ଫିଲ୍ମ ଆସିଥିଲା । ଫିଲ୍ମ ସୁପରହିଟ୍ ରହିଥିଲା , ଓ ଏହାପରେ ସେ ସୁଶାନ୍ତ ବଲିଉଡ୍ ରେ ପିକେ ଓ କାଇ ପୋ ଛେ ପରି ଫିଲ୍ମରେ କାମ କରିଥିଲେ , ସୁଶାନ୍ତ ଙ୍କ ଆସୁଥିବା ଫିଲ୍ମ ଛିଛୋରେଁ ଯେଉଁଥିରେ ସେ ଶ୍ରଦ୍ଧା କାପୁରଙ୍କ ସହ ନଜର ଆସିବେ ।

Leave a Reply

Your email address will not be published.