March 28, 2024

Odia Express

News For Public

ଯେବେ ଯେବେ ସହୀଦ ବାପାଙ୍କ କଥା ମନେ ପଡେ ତ ତାଙ୍କ ମୂର୍ତ୍ତୀକୁ କୁଣ୍ତାଇ ଧରିଥାଏ ପୁଅ – ଶୁଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ ..

କ୍ରିଷ୍ଣା ତୃତୀୟ ଶ୍ରେଣୀରେ ପଢେ । ସେ ଜଣେ ସହୀଦଙ୍କ ପୁଅ ଅଟେ , ପୁଲବାମାର ଆକ୍ରମଣ ପୂର୍ବରୁ ତାଙ୍କୁ ଜଣା ନଥିଲା କି ସହୀଦ କାହାକୁ କୁହାଯାଏ । ସେ ଜାଣିନଥିଲା କି ତା ବାପା ସହୀଦ ହେବାର ବର୍ଷେ ହୋଇସାରିଛି, ମା ସବୁ ବେଳେ ଏହି କଥା ଲୁଚାଇ ରଖେ କି ତା ବାପା ନାହାନ୍ତି ବୋଲି , ପୁଅକୁ ଯେବେ ବାପାଙ୍କ କଥା ମନେ ପଡେ ସେ ମୂର୍ତ୍ତୀକୁ କୁଣ୍ତାଇପକାଏ । ରାଜସ୍ଥାନର ଭିବାଡି ସବ୍ ରେଜିଷ୍ଟାର୍ କାର୍ଯ୍ୟାଳୟରେ ଉପପଞ୍ଜିୟକ ସୁନୀତା ଯାଦବଙ୍କ ସ୍ୱାମୀ ହୋସିଆର୍ ସିଂ ଯାଦବ ସିଆର୍ ପିଏଫ୍ ରେ ନିଯୁକ୍ତ ଥିଲେ ।

 

ତାଙ୍କ ବାହାଘର କେବଳ ୧୦ ମାସ ହୋଇଥିଲା ଯେବେ ତାଙ୍କ ୧୧ ଅପ୍ରେଲ୍ ୨୦୦୯ କୁ ଛତିଶଗଡ ରାଞ୍ଚିରେ ନକ୍ସଲି ଆକ୍ରମଣରେ ସହିଦ ହୋଇଥିଲେ । ସୁନିତା ସେହି ସମୟରେ ଗର୍ଭବତୀ ଥିଲେ । ସ୍ୱାମୀ ସହିଦ ହେବାର ଚାରି ମାସ ପରେ ପୁଅଟିଏ ଜନ୍ମ ହୋଇଥିଲା । ବର୍ଷ ୨୦୧୩ ରେ ସୁନୀତା ସହୀଦ କୋଟାରେ ରାଜସ୍ଥାନର ପ୍ରଶାସନିକ ସେବାରେ ଚୟନ ହୋଇଥିଲା ।

ଯେବେ କ୍ରିଷ୍ଣାକୁ ନିଜ ବାପାଙ୍କ କଥା ବିଷୟରେ ପଚାରାଯାଏ ତେବେ ସେ କହେ କି ସେ ଘରକୁ ଫେରିବେ , ଛୋଟ ଛୁଆର ଏହି କଥା ଶୁଣି ସୁନିତା କିଛି କହିପାରୁନଥିଲେ । କିନ୍ତୁ ପୁଲବାମା ଆକ୍ରମଣ ପରେ କ୍ରିଷ୍ଣାକୁ ସହୀଦ ହେବାର ମତଲବ ଜଣା ପଡିଲା , କ୍ରିଷ୍ଣା ତୃତୀୟ ଶ୍ରେଣୀରେ ପଢୁଛି, ସୁନିତା କହନ୍ତି କି କ୍ରିଷ୍ଣା ଯାହା ବି ହେଉ , କିନ୍ତୁ ତାକୁ ପ୍ରଥମେ ଏକ ଭଲ ମଣିଷ ବନାଇବି , ସୁନୀତା ବର୍ତ୍ତମାନ ଅଲବର ବିଜୟ ନଗରରେ ରହୁଛନ୍ତି , ତାଙ୍କ ଶାଶୁଘର ଅହିର ମାଜରା ଅଟେ , ସହୀଦ ହୋସିଆର୍ ସିଂ ସେଠାରେ ତାଙ୍କ ପ୍ରତିମା ସ୍ଥାପନ କରାଯାଇଛି ।

 

ସୁନିତା କହିଲେ କି ସ୍ୱାମୀ ଡ୍ୟୁଟି ଯିବାପରେ ସେ ସବୁ ଦିନ ମୋବାଇଲ୍ ରେ କଥା ବାର୍ତ୍ତା ହେଉଥିଲେ , ୧୧ ଅପ୍ରେଲ୍ କୁ ତାଙ୍କ ସ୍ୱାମୀଙ୍କ ଫୋନ୍ ଆସିନଥିଲା । ଦ୍ୱିପହର ୧,୩୦ ସମୟରେ ସୁନିତା ଫୋନ୍ କଲା । ସେହି ସମୟରେ ତାଙ୍କ ଜଣେ ସାଥୀ ଫୋନ୍ ଉଠାଇଲା , ଓ କହିଲା କି ତାଙ୍କୁ ଆଘାତ ଲାଗିଛି , ସେ ମେଡିକାଲ୍ ରେ ଅଛନ୍ତି , କିଛି ଦୂର୍ଘଟଣାର ଆଶଙ୍କା ନେଇ ସୁନୀତା କଣ ହେଇଛି ବୋଲି ପଚାରିଲେ , ପରିଶେଷରେ ସତ କଥା ଜଣା ପଡିଲା , ତାପରେ ସୁନିତାଙ୍କ ଉପରେ ଦୁଃଖର ପାହାଡ ଗଳିପଡିଲା , ପାଞ୍ଚ ମାସର ଗର୍ଭବତୀ ସୁନିତା ନିଜ ସ୍ୱାମୀ ସହିଦ ହେବାର ଦୁଃଖ ଥିଲା , ଓ ପେଟରେ ବଢୁଥିବା ଛୁଆର ଭବିଷ୍ୟତର ଚିନ୍ତା ।

ସେ କହିଲେ କି ଭାରତ ପାକିସ୍ଥାନ ସେହି ଭାଷାରେ ଜବାବ ଦେଇଥିଲା , ପାକିସ୍ଥାନ ଏହି ଭାଷାକୁ ବୁଝିପାରେ , ସୁନୀତା କହିଲେ ସହୀଦଙ୍କ ପରିବାରଙ୍କୁ ମିଳୁଥିବା ଲାଭ ବହୁତ କାରଣରୁ ଠିକ୍ ସମୟରେ ମିଳିପାରୁନଥିଲା , ଏହାକୁ ସହୀଦର ପରିଜନଙ୍କୁ ବହୁତ ଅସୁବିଧାର ସାମନା କରିବାକୁ ପଡୁଥିଲା ।

Leave a Reply

Your email address will not be published. Required fields are marked *