April 18, 2024

Odia Express

News For Public

ପ୍ରଥମଥର ଡାକ୍ତରମାନେ ବିନା ଅପରେସନ ରେ ହାର୍ଟ ର ଛିଦ୍ର କୁ ବନ୍ଦ କରିଲେ – ଏଭଳି ଭାବେ ବଞ୍ଚାଇଲେ ଗୋଟେ ନିରୀହ ଶିଶୁର ଜୀବନ ଆଜି ସାରା ଦେଶ ପ୍ରଶଂସା କରୁଛି..

1 min read

ଏବେ କିଛି ଦିନ ହେବ ଜଣେ ଡାକ୍ତର ଦୂରବୀକ୍ଷଣ ପଦ୍ଧତିରେ ଗୋଟେ ଛୋଟ ଝିଅର ହୃଦୟର ଛିଦ୍ରକୁ ବନ୍ଦ କରିଦେଇଛନ୍ତି , ଯାହା ଦ୍ୱାରା ଏହା ପ୍ରଥମଥର ହୋଇଛି ଯେଉଁଠି ଏମିତି ଟେକନିକ୍ ପ୍ରୟୋଗ କରି ହୃଦୟର ଛିଦ୍ରକୁ ବନ୍ଦ କରାଯାଇପାରିଛି, କୁହାଯାଉଛି କି କାନପୁରରେ ଥିବା କାର୍ଡିଓଲୋଜି ଇନଷ୍ଟିଟ୍ୟୁଡ୍ ର ଡାକ୍ତର ଏକ ଛୋଟ ଝିଅର ହୃଦୟର ଛିଦ୍ରକୁ ବନ୍ଦ କରିବାପାଇଁ ଅପେରେସନ୍ ଜାଗାରେ ଦୂରବୀକ୍ଷଣ ପଦ୍ଧତିକୁ ଆପଣାଇଥିଲେ , ଓ ଦୂରବୀକ୍ଷଣ ପଦ୍ଧତି ସାହାଯ୍ୟରେ ଅଧା ଘଣ୍ଟା ଭିତତେ ହିଁ ଛୁଆର ହୃଦୟର ଛିଦ୍ରକୁ ବନ୍ଦ କରିଦିଆଯାଇଥିଲା ।

 

ଉତ୍ତର ପ୍ରଦେଶର ଅକବରପୁରରେ ରହୁଥିବା ଏହି ୧୦ ବର୍ଷର ଝିଅ କାଜଲର ହୃଦୟରେ ଛିଦ୍ର ଥିଲା । ଓ କାଜଲ ହୃଦୟର ଛିଦ୍ରର ଚିକିତ୍ସା କାର୍ଡିଓଲୋଜି ଇନଷ୍ଟିଟ୍ୟୁଡ୍ ଡାକ୍ତରମାନେ କରିଥିଲେ ,ଏହା ପାଇଁ କୌଣସି ଅପରେସନ କରାଯାଇନଥିଲା । ଏତିକି ନୁହେଁ କାଜଲର ଏହି ଚିକିତ୍ସା ଅସାଧ୍ୟ ରୋଗ ନିଶୁଳ୍କ ଉପଚାର ଯୋଜନା ଦ୍ୱାରା କରାଯାଇଥିଲା । ଯାହାକୁ ନେଇ କାଜଲର ପରିବାର ଲୋକେ ଚିକିତ୍ସା କରାଇବା ପାଇଁ ଏକ ଟଙ୍କା ବି ଦେବାକୁ ପଡିନଥିଲା ।

 

ଡାକ୍ତରମାନେ ଏହି ଚିକିତ୍ସା ପରେ କହିଥିଲେ କି ଏହି ମାମଲା ଉତ୍ତର ପ୍ରଦେଶରେ ପ୍ରଥମ ମାମଲା ଅଟେ , ଭେଣ୍ଟିକୁଲର୍ ସେପ୍ଟଲ୍ ଡିଫେକ୍ଟ(BSD) ର ରୋଗରେ ହୃଦୟରେ ଛିଦ୍ର କୁ ଉପକରଣ ଲଗାଇକରି ବନ୍ଦ କରାଯାଇଥାଏ , କାର୍ଡିଓଲୋଜିର ବରିଷ୍ଠ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଏସ୍ କେ ସିହ୍ନା ଙ୍କ ମୁତାବିକ କାଜଲର ହୃଦୟର ଛିଦ୍ର ଜନ୍ମରୁ ଥିଲା । ଏହା ଦ୍ୱାରା ତାକୁ ଥଣ୍ତା , ଭୟ ଆସିବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା , କାଜଲ ଏହି ଅସୁବିଧାଗୁଡିକ ଦେଖିକରି ତାହାର କାର୍ଡିଓଲୋଜି ଟେଷ୍ଟ କରାଯାଇଥିଲା , ଟେଷ୍ଟରୁ ଜଣା ପଡିଲା କି ୬ ଏମ୍ ଏମ୍ ର ମସ୍କୁଲାର୍ ଭେଣ୍ଟିକୁଲାର୍ ସେପ୍ଟଲ୍ ଡିଫେକ୍ଟ ଅଛି , ଯାହା ପରେ କାଜଲକୁ ଚିକିତ୍ସା କରାଇବା ପାଇଁ ଫଇସଲା କରିଥିଲେ ଓ କାଜଲର ହୃଦୟ ଛିଦ୍ର କୁ ଚିକିତ୍ସା କରାଇବା ପାଇଁ ଡାକ୍ତରମାନେ ଅପେରେସନ୍ ଜାଗାରେ ଦୂରବୀକ୍ଷଣ ପଦ୍ଧତିର ବିକଳ୍ପ ବାହାର କଲେ ।

କେବଳ ୨୦ ମିନିଟ୍ ରେ ହିଁ କାଜଲର ଚିକିତ୍ସା କରାଯାଇଥିଲା , ଓ କାଜଲର ଚିକିତ୍ସା ସମୟରେ କିଛି ବି ଅସୁବିଧା ହୋଇନଥିଲା , ତାପରେ କାଜଲକୁ ୪ ଅପ୍ରେଲ୍ କୁ ହସ୍ପିଟାଲ୍ ରୁ ଡିସଚାର୍ଜ କରିଦିଆଯାଇଥିଲା , ଆପଣଙ୍କୁ କହିଦେବୁ କି ଦୂରବୀକ୍ଷଣ ପଦ୍ଧତି ସାହାଯ୍ୟରେ ଷ୍ଟୋନ୍, କ୍ୟାନ୍ସର ପରି ରୋଗଗୁଡିକ ଚିକିତ୍ସା କରାଯାଏ ।

Leave a Reply

Your email address will not be published. Required fields are marked *