April 25, 2024

Odia Express

News For Public

୧୪ ବର୍ଷ ବୟସରେ ଦୁନିଆଁକୁ ଛାଡି ଚାଲିଯାଇଥିଲେ ରସନା ଗାର୍ଲ, ଛୁଆବେଳରୁ ହୋଇଯାଇଥିଲା ନିଜ ମୃତ୍ୟୁର ଆଭାଷ – ଏପରି ମଜ଼ା ମଜ଼ା ରେ କହିଦେଲେ ଯେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ..

ମଣିଷର ଜୀବନରେ କିଛି ଭରସା ନାହିଁ । କେବେ କାହା ସହ କଣ ହୋଇଯିବ ଯଦି କାହାକୁ କେବେ ଜଣାପଡିଯାଏ ତେବେ ଏମିତି ଦୂର୍ଘଟଣା କେବେ ହେବ ନାହିଁ , ଏମିତି ହୋଇଥିଲା ବଲିଉଡ୍ ର ଶିଶୁ କଳାକାର ତରୁଣୀ ସଚଦେବଙ୍କ ସହ । ଏହି ନାଁ ବୋଧେ ଆପଣଙ୍କୁ ମନେ ନ ଥିବ , ଯିଏକି ରସନାର ବିଜ୍ଞାପନରେ ଅଭିନୟ କରିଥିଲେ , ତରୁଣୀ ସଚ୍ଚଦେବ ଏକ ଇଣ୍ତିଆନ୍ ମଡେଲ୍ ଓ ଶିଶୁ କଳାକାର ରୁପେ ରହିଆସିଥିଲେ , କିନ୍ତୁ ଜୀବନ ସହ ଏମିତି ଘଟିଥିଲା ଯିଏକି ୧୪ ବର୍ଷ ବୟସରେ ଦୁନିଆଁ ଛାଡି ଚାଲିଗଲେ ।

 

୧୪ ମେ ୨୦୧୨ କୁ ଅଚାନକ ଖବର ଆସିଥିଲା କି ତରୁଣୀ ସଚ୍ଚଦେବ ଏହି ଦୁନିଆଁକୁ ଛାଡିଚାଲିଯାଇଛନ୍ତି , ଗୋଟେ ଦୁର୍ଘଟଣାରେ ତାଙ୍କର ନିଧନ ହୋଇଗଲା । ଯେବେ ନେପାଳର ଅଗ୍ନି ଏୟାର୍ ଫ୍ଲାଇଟ୍ ରେ ସିଏଚ୍ ଟି ପ୍ଲେନ୍ କ୍ରାସ୍ ହୋଇଥିଲା , ସେହି ଫ୍ଲାଇଟ୍ ରେ ତରୁଣୀ ଥିଲେ , ସେ ନିଜ ମା ଗୀତା ସଚ୍ଚଦେବଙ୍କ ସହ ଫ୍ଲାଇଟ୍ ରେ ଥିଲେ , ଓ ତାଙ୍କ ମାଙ୍କ ନିଧନ ବି ହୋଇଯାଇଥିଲା , ସେହି ଦିନ ତରୁଣୀଙ୍କ ଜନ୍ମଦିନ ଥିଲା । ଏହି କାହାଣୀ ଶୁଣିଲେ ଆଖିରୁ ଲୁହ ଚାଲି ଆସିବ , ସୋମବାର ପଶ୍ଚିମ ନେପାଳରଅ ୨୦ ସିଟର୍ ପ୍ଲେନ୍ କ୍ରାସ୍ ହୋଇଥିଲା , ସେଥିରେ ୧୬ ଜଣ ଭାରତୀୟ , ୨ ଜଣ ଡେନମାର୍କ , ଓ ଚାଳକ ଦଳ ତିନିଜଣ ଥିଲେ ।

 

ସଦସ୍ୟ ବି ସାମିଲ୍ ଥିଲେ , ଯେଉଁଥିରେ ୧୩ ଜଣ ଯାତ୍ରୀ , ଚାଳକ ଦଳର ଦୁଇଜଣଙ୍କ ମୃତ୍ୟୁ ହୋଇଗଲା , ପ୍ରାୟ ୯,।୪୫ ମିନିଟ୍ ସମୟରେ ପ୍ଲେନ୍ କ୍ରାସ୍ ହୋଇଥିଲା , ସେହି ଦୂର୍ଘଟଣାରେ ୧୫ ଜଣ ଲୋକ ମରିଯାଈଥିଲେ , ଯେଉଁଥିରେ କେବଳ ୬ ଜଣ ଯାତ୍ରୀ ବଞ୍ଚିରହିପାରିଥିଲେ ।

 

୧୧ ମେ ୨୦୧୨ କୁ ତରୁଣୀଙ୍କୁ ନେପାଳ ଯିବାର ଥିଲା , ଓ ସେ ଯିବା ପୂର୍ବରୁ ନିଜ ସାଙ୍ଗଙ୍କ ସହ ଦେଖା କରିଥିଲେ , ସେହି ସମୟରେ ତରୁଣୀ ସମସ୍ତଙ୍କୁ କହିଲେ , ମୁଁ ତୁମ ମାନଙ୍କୁ ଏହା ଶେଷ ଥର ଦେଖା କରୁଛି , କିନ୍ତୁ ତାହା ଏକ ମଜାକ୍ କଥା ଥିଲା , ମିଡିଆ ସହ କଥାବାର୍ତ୍ତାରେ ତରୁଣିଙ୍କ ବାନ୍ଧବୀ କହିଲେ ସେ ପୂର୍ବରୁ ତରୁଣୀଙ୍କୁ କୁଣ୍ତାଇନଥିଲେ , ଓ ନା କେବେ କେଉଁ ଯାତ୍ରାରେ ଗଲାବେଳେ ଶେଷ ବିଦାୟ କହିଥିଲେ , ଶେଷରେ ନିଜ ସାଙ୍ଗ ମାନଙ୍କର ମଜାକ୍ ରେ କହିଥିଲେ କି ଯଦି ଉଡୁଥିବା ବେଳେ ପ୍ଲେନ୍ କ୍ରାସ୍ ହୋଇଯାଇଥାନ୍ତା ତେବେ ତାଙ୍କୁ ହସିକରି ନିଜ ସାଙ୍ଗକୁ ଆଇ ଲଭ୍ ୟୁ କହିଚାଲିଯାଇଥାନ୍ତେ ।

Leave a Reply

Your email address will not be published. Required fields are marked *