March 27, 2024

Odia Express

News For Public

ବର୍ତ୍ତମାନର ତାଜା ଖବର : ଏବେ ଏବେ ଏହି ସୁପରଷ୍ଟାର ଙ୍କ ଉପରେ ପଡିଲା ଦୁଃଖର ପାହାଡ – ଏହି ବଡ ଅଭିନେତା ଙ୍କ ବାପାଙ୍କ ମୃତ୍ୟ – ସାରା ବଲିଉଡ ରେ ଶୋକର ଲହରୀ..

ବଲିଉଡ୍ ରେ ସିଂଘମ୍ ନାଁରେ ଜଣାଯାଉଥିବା ଅଜୟ ଦେବଗନଙ୍କ ଉପରେ ଏବେ ଦୁଃଖର ପାହାଡ ଗଳିପଡିଛି, ସୂଚନା ପାଇଁ ଜଣାଇଦେବୁ କି ତାଙ୍କ ବାପା ବିରୁ ଦେବଗନ ଏବେ ଏହି ଦୁନିଆଁରେ ନାହାନ୍ତି । ବିରୁ ଦେବଗନ ବଲିଉଡ୍ ର ଫେମସ୍ ଆକ୍ସନ୍ ଡାଇରେକ୍ଟର ଥିଲେ , କିଛି ଘଣ୍ଟା ପୂର୍ବରୁ ବିରୁ ଦେବଗନ ନିଜ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ରିପୋର୍ଟ ମୁତାବିକ ହୃଦ ଘାତ ହେବା କାରଣରୁ ବିରୁ ଦେବଗନଙ୍କ ନିଧନ ହୋଇଥିଲା । ତାହା ସହ ଏହି କଥା ସାମ୍ନା କୁ ଆସିଛି କି ସେ ବହୁତ ଦିନ ହେଲା ଅସୁସ୍ଥ୍ୟ ଥିଲେ ।

 

ଯେଉଁ କାରଣରୁ ତାଙ୍କୁ ମୁମ୍ବାଇର ସାନ୍ତାକ୍ରୁଜ୍ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା , ଏବେ ଅଜୟ ଦେବଗନଙ୍କ ଫିଲ୍ମ ଦେ ଦେ ପ୍ୟାର୍ ଦେ ପ୍ରମୋଶନାଲ୍ ଇଭେଣ୍ଟରେ ସେ ଆସିନଥିଲେ କାରଣ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବି ଭଲ ନଥିଲା , ବିରୁ ଦେବଗନ ବଲିଉଡ୍ ରେ ଆକ୍ସନ ଫିଲ୍ମରେ ଲୋକପ୍ରିୟ ହୋଇଥିଲେ । ୧୯୯୪ ରେ ଆସିଥିବା ଫିଲ୍ମ ଦିଲୱାଲେ , ୧୯୮୩ ରେ ଆସିଥିବା ଫିଲ୍ମ  ହିମତୱାଲା , ଓ ୧୯୮୮ ରେ ଆସିଥିବା ଫିଲ୍ମ ସେହନଶାହ୍ ତାଙ୍କର ଲୋକପ୍ରିୟ ଫିଲ୍ମ ଅଟେ , ୮୦ ଦଶକରେ ଫିଲ୍ମରୁ ବିରୁ ଦେବଗନ ଆକ୍ସନ ଓ ଫାଇଟ୍ ସିନ୍ ର କୋରିଓଗ୍ରାଫର୍ କରିଥିଲେ ।

 

ବିରୁ ଦେବଗନଙ୍କ ନିଧନ ପୁରା ବଲିଉଡ୍ ରେ ଏବେ ଶୋକର ଲହଡି ଖେଳିଯାଈଥିଲା , କହିଦେବୁ କି ବିରୁ ଦେବଗନଙ୍କ ସ୍ତ୍ରୀଙ୍କ ନାଁ ବୀଣା ଦେବଗନ ଅଟେ , ବୀଣା ଓ ବିରୁଙ୍କ ଦୁଇଟି ପୁଅ ଅଛନ୍ତି ଜଣଙ୍କ ନାଁ ଅଜୟ ଦେବଗନ ଓ ଅନ୍ୟ ଜଣଙ୍କ ନାଁ ଅନିଲ ଦେବଗନ , ଏହା ଛଡା ଦୁଇଟି ଝିଅ ବି ଅଛନ୍ତି , ଯାହାଙ୍କ ନାଁ ନିଲମ ଦେବଗନ ଓ କବିତା ଦେବଗନ , ଅଜୟଙ୍କ ଭାଇ ଅନିଲ ଦେବଗନ ବି ଡାଇରେକ୍ସନ କ୍ଷେତ୍ରରେ ଅଛନ୍ତି , ବିରୁ ଦେବଗନଙ୍କ ବୋହୁ କାଜୋଲ୍ ବଲିଉଡ୍ ରେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ବିରୁ ଦେବଗନ ରାଜୁ ଚାଚା, ବ୍ଲାକ୍ ମେଲ୍ , ହିନ୍ଦୁସ୍ଥାନ କି କସମ୍ ପରି ଫିଲ୍ମରେ ଡାଇରେକ୍ସନ ଦେଇଛନ୍ତି , ଜଣେ ଅଭିନେତା ହିସାବରେ ସେ କିଛି ଫିଲ୍ମରେ କାମ କରିସାରିଛନ୍ତି , ସେ କ୍ରାନ୍ତି ସୌରଭ, ସିଂହାସନ ପରି ପରି ଫିଲ୍ମରେ କାମ କରିସାରିଛନ୍ତି , କିନ୍ତୁ ସେ ଅଭିନୟ ଜଗତରେ ବଲିଉଡ୍ ରେ କିଛି ସଫଳ ହୋଇପାରିନଥିଲେ । ବଲିଉଡ୍ ତାରକା ବିରୁ ଦେବଗନଙ୍କ ନିଧନରେ ଅଲଗା ଅଲଗା ଭାବେ ନିଜ ଶୋକ ବ୍ୟକ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *