March 29, 2024

Odia Express

News For Public

ଅଟୋ ଚାଳକ ଦେଖାଇଲେ ନିଜର ମାନବିକତାର ପରିଚୟ – ରାସ୍ତାରେ ପଡିଥିବା ଗର୍ଭବତୀ ମହିଳାଙ୍କୁ ପହଞ୍ଚାଇଲେ ମେଡିକାଲ୍ ,କିନ୍ତୁ ତାପରେ ଯାହା ହେଲା..

ବାଙ୍ଗାଲୋରର ଏକ ଅଟୋ ଚାଳକ ମାନବିକତାର ଏକ ପରିଚୟ ଦେଇଛନ୍ତି , ଓ ଏହି ଅଟୋ ଚାଳକ ରାସ୍ତାରେ କଷ୍ଟରେ ପଡିଥିବା ଏକ ଗର୍ଭବତୀ ମହିଳା ସାହାଯ୍ୟ କରିଥିଲେ । କୁହାଯାଉଛି କି ସେ ସେହି ଗର୍ଭବତୀ ମହିଳାଙ୍କୁ ବିନା କୌଣସି ବିଳମ୍ବତା କରି ହସ୍ପିଟାଲ୍ ପଠାଇଥିଲେ , ମେଡିକାଲ୍ ରେ ଏହି ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, କିନ୍ତୁ ଏହି ମହିଳା ଜଣକ ନିଜ କୁନି ଝିଅକୁ ଛାଡି ଚାଲିଯାଇଥିଲେ , ଯାହାପରେ ଅଟୋ ଡ୍ରାଇଭର୍ ଛୁଆଟିର ଯତ୍ନ ନେଇ ତାକୁ ଆପଣାଇ ନେଲେ , ଏବେ ଏହି ଛୁଆ କିଛି ଦିନ ପରେ ଜୀବନ ହାରିଥିଲା ।

 

ମହିଳାଙ୍କୁ ସାହାଯ୍ୟ କରିଥିବା ଏହି ଅଟୋ ଡ୍ରାଇଭର୍ ଙ୍କର ନାଁ ବାବୁ ମୁଦର୍ପ୍ପା ଅଟେ , ବାବୁ ମୁଦରପ୍ପା ପରିବାରରେ ତାଙ୍କର ସ୍ତ୍ରୀ ଓ ଦୁଇଟି ଛୁଆ ଅଛନ୍ତି , ବାବୁ ମୁଦରପ୍ପାଙ୍କ ଅନୁସାରେ କିଛି ଦିନ ପୁର୍ବରୁ ଯେବେ ବାଙ୍ଗାଲୋର୍ ୱାଇଟ୍ ଫିଲ୍ଡ ରୋଡ୍ ପାଖରେ ଯାଉଥିଲେ , ତେବେ ସେ ରୋଡରେ ଏକ ଗର୍ଭବତୀ ମହିଳା କଷ୍ଟରେ ଅସହ୍ୟ ହେବାର ଦେଖିଥିଲେ , ତାପରେ ସେ ସେହି ମହିଳାଙ୍କୁ ବାଙ୍ଗାଲୋରର ସିଭି ରମଣ ମେଡିକାଲ୍ ରେ ଭର୍ତ୍ତି କରାଇଲେ , ବାବୁ ମୁଦରପ୍ପାଙ୍କୁ ସେହି ମହିଳା ବିଷୟରେ କିଛି ଜଣାନଥିଲା , ସେଥିପାଇଁ ସେ ସେହି ମହିଳାଙ୍କୁ ଭର୍ତ୍ତି କରାଇଲା ବେଳକୁ ନିଜ ସମସ୍ତ ବ୍ୟକ୍ତିଗତ ସୁଚନା ଦେଇ ଆଡମିଶନ୍ କରାଇଥିଲେ ,

 

ଏହି ମହିଳା ମେଡିକାଲ୍ ରେ ଭର୍ତ୍ତି ହେବାପରେ ତାପର ଦିନ ଏକ ଝିଅକୁ ଜନ୍ମ ଦେଇଥିଲେ , କିନ୍ତୁ ସେ ବହୁତ ପ୍ରୀ ମ୍ୟାଚୋର୍ ଥିଲା , ଯାହାକୁ ନେଇ ମେଡିକାଲ୍ ଡାକ୍ତର ମାନେ ବାବୁ ମୁଦରପ୍ପାଙ୍କୁ ବୋରିଙ୍ଗ୍ ମେଡିକାଲ୍ ନେଇଯିବାକୁ କହିଥିଲେ । କିନ୍ତୁ ସେହି ମହିଳା ଜଣକ ସେହି ମେଡିକାଲ୍ ରୁ ଫେରାର୍ ହୋଇଯାଇଥିଲା , ବାବୁ ମୁଦରପ୍ପାଙ୍କ ମୁତାବିକ ଛୁଆର ଅବସ୍ଥା ବହୁତ ଖରାପ ଅଛି , ଓ ଯେବେ ବାବୁ ମୁଦରପ୍ପାଙ୍କୁ ଏହି ବିଷୟରେ ଜଣା ପଡିଲା କି ତାର ମା ଛାଡି ଚାଲି ଯାଇଛି ସେ ବାଧ୍ୟରେ ସେହି ଛୁଆକୁ କୋଳାଇ ନେବାପାଇଁ ନିଷ୍ପତ୍ତି ନେଲେ , ବାବୁ ମୁଦରପ୍ପା ସେହି ଛୁଆଟିକୁ ବହୁତ ଚିକିତ୍ସା କରାଇଥିଲେ । କିନ୍ତୁ ୧୮ ଦିନ ପରେ ଏହି ଛୁଆଟିର ମୃତ୍ୟୁ ହୋଇଯାଇଥିଲା ।

 

ଛୁଆଟିର ଚିକିତ୍ସାରେ ଯେତେ ଖର୍ଚ୍ଚ୍ ଆସିଲା ସବୁ ଖର୍ଚ୍ଚ ବାବୁ ମୁଦରପ୍ପା ଉଠାଇଥିଲେ । ବାବୁ ମୁଦରପ୍ପା ଏହା କହିବାକୁ ମନା କରିଥିଲେ , ସେ କେତେ ଖର୍ଚ୍ଚ କରିଥିଲେ , ବାବୁ ମୁଦରପ୍ପାଙ୍କ ଅନୁସାରେ ଛୁଆର କେତେ ଖର୍ଚ୍ଚ ହୋଇଛି ଏହା ଠିକ୍ ନୁହେଁ ବୋଲି ଜଣାଇଥିଲେ , କେଉଁ ବାପା ମା ନିଜ ଛୁଆର ଖର୍ଚ୍ଚ ହୋଇଥିବା ପଇସା ବିଷୟରେ କେବେ ବି ଭାବନ୍ତି ନାହିଁ ।

 

ଯେଉଁ ମହିଳା ଜଣଙ୍କ ଏହି ଛୁଆକୁ ଜନ୍ମ ଦେଇଥିଲେ ବାବୁ ମୁଦରପ୍ପା ତାଙ୍କ ବିଷୟରେ କିଛି ବି ଜାଣିନଥିଲେ , ବାବୁ ମୁଦରପ୍ପାଙ୍କ ଅନୁସାରେ ସେ ଖାଲି ଏତିକି ଜାଣିଥିଲେ କି ସେ ମହିଳାଙ୍କ ନାଁ ନନ୍ଦିତା ଥିଲା , ଯାହାକି ସେ ମେଡିକାଲ୍ ରେ ଆଡମିଶନ୍ ହେଲା ବେଳକୁ କହିଥିଲେ , ଯିଏ ହେଲେ ବି ବାବୁ ମୁଦରପ୍ପାଙ୍କ ସେ ଛୁଆଟିର ଯତ୍ନକୁ ନେଇ ପ୍ରଶଂସା କରୁଛନ୍ତି , ବାବୁ ମୁଦରପ୍ପା ବିନା କିଛି ସ୍ୱାର୍ଥରେ ସେ ଛୁଆଟିକୁ କୋଳାଇନେଇଥିଲେ ଓ ତାହା ସହ ତାର ଚିକିତ୍ସାର ସବୁ ଖର୍ଚ୍ଚ ତୁଲାଇଥିଲେ , କିନ୍ତୁ ସେ ଛୁଆଟିର ଜୀବନ ବଞ୍ଚିପାରିଲା ନାହିଁ ।

Leave a Reply

Your email address will not be published. Required fields are marked *