April 19, 2024

Odia Express

News For Public

ଆଜି ବି ଏଠାରେ ଜଳୁଛି ସେହି ନିଆଁ , ଯେଉଁଠି ୭ଟି ଫେରା ନେଇକରି ବିବାହ କରିଥିଲେ ଭଗବାନ ଶିବ ଓ ମାତା ପାର୍ବତୀ …ଦେଖିଲେ ଆପଣଙ୍କ ଜୀବନ ମଧ୍ୟ ଧନ୍ୟ ହେଇଯିବ..

ତ୍ରିଯୁଗୀ ନାରାୟଣ ମନ୍ଦିର ଯାହାକି ଉତ୍ତରାଖଣ୍ତ ରୁଦ୍ରପ୍ରୟାଗରେ ସ୍ଥିତ ଅଛି , ଏହି ଯାତ୍ରା ବହୁତ ହିଁ ପବିତ୍ର ବୋଲି ମାନାଯାଇଥାଏ , ଏମିତି ମାନ୍ୟତା ଅଛି କି ଭଗବାନ ଶିବ ସତ୍ୟଯୁଗରେ ମା ପାର୍ବତୀଙ୍କ ସହ ଏହି ଜାଗାରେ ବିବାହ କରିଥିଲେ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ହୋମ କୁଣ୍ତରେ ଆଜି ବି ସେହି ଅଗ୍ନିର ଜ୍ୱାଳା ପ୍ରଜ୍ଜଳିତ ଅଛି , ଯାହାଙ୍କୁ ସେ ସାକ୍ଷୀ ମାନିକରି ବିବାହ କରିଥିଲେ । ତ୍ରୁଯୁଗୀ ନାରାୟଣ ମନ୍ଦିର ବହୁତ ପ୍ରସିଦ୍ଧ ମନ୍ଦିର ଅଟେ , ଏଠାରେ ଉତ୍ତରାଖଣ୍ତର ଘଞ୍ଚ ଜଙ୍ଗଲ ମଧ୍ୟରେ ଏହା ସ୍ଥିତ ଅଟେ , ଚାରିପଟେ ସବୁଜ ଗଛ ଲତା ମଧ୍ୟରେ ଏହା ଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥାନ ପାଲଟିଛି , ଏମିତି କୁହାଯାଏ ଯେ ଏହି ହୋମ କୁଣ୍ତରୁ ବାହାରୁଥିବା ଅଙ୍ଗାର ଭକ୍ତଙ୍କ ବୈବାହିକ ଜୀବନରେ ଖୁସି ଭରି ଦେଇଥାଏ ।

 

ହରିଦ୍ୱାର ପାଖରେ କନଖଲ ରାଜା ହିମାଳୟ ରହୁଥିଲେ , ଯେଉଁଠି ମା ପାର୍ବତୀଙ୍କ ଜନ୍ମ ହୋଇଥିଲା , କାରଣ ସେ ଏକ ପର୍ବତଙ୍କ ପୁତ୍ରୀ ଥିଲେ , ତାଙ୍କ ନାଁ ସେଥିପାଇଁ ପାର୍ବତୀ ରଖାଯାଇଥିଲା , ଯେମିତି ପାର୍ବତୀ ବଡ ହେଲେ ତାଙ୍କର ବିବାହ ଭଗବାନ ଶିବଙ୍କର ସହ ହୋଇଥିଲା , ଓ ଏହା ସେହି ଜାଗା ଯେଉଁଠି ଶିବ ଓ ପାର୍ବତୀ ବିବାହ କରିଥିଲେ , ଯାହାକୁ ଆମେ ଆଜି ତ୍ରିଯୁଗୀ ନାରାୟଣ ମନ୍ଦିର ନାଁରେ ଜାଣିଛୁ , ପୌରାଣିକ ମାନ୍ୟତା ଅନୁସାରେ ବିଷ୍ଣୁ ଏହି ବିବାହର ସାକ୍ଷୀ  ବନାହୋଇଥିଲା ,ଏଠାରେ ଆଉ ଏକ ବିଷ୍ଣୁଙ୍କ ମନ୍ଦିର ଅଛି ଯେଉଁଠି ଲୋକେ ବଡ ଶ୍ରଦ୍ଧାରେ ଆସି ଦର୍ଶନ କରିଥାନ୍ତି ।

 

ସେମିତି ଏଠାକୁ ଆସିଲା ବେଳେ ବାଟରେ ବହୁତ ମନ୍ଦିର ଦେଖିପାରିବେ , କିନ୍ତୁ ଗୌରୀକୁଣ୍ତ ଯିବାପାଇଁ ଆପଣଙ୍କୁ ଦୁଇଟି ମାର୍ଗ ଦେଖାଯିବ , ଆପଣଙ୍କୁ ଗୌରୀକୁଣ୍ତ ୬ କିମି ଦୂର ଗୁପ୍ତ କାଶୀ ପଟୁ ଗଲେ ସେଠାରେ ସୋନପ୍ରୟାଗ ଆସିଥାଏ , ଆପଣ ତ୍ରିଯୁଗୀ ନାରାୟଣ ମନ୍ଦିର ଯାଇପାରିବେ , ଆପଣଙ୍କୁ ତ୍ରିଯୁଗୀ ମନ୍ଦିରରୁ ୧୨ ରୁ ୧୩ କିମି ଦୂରକୁ ଯିବାକୁ ପଡିବ , ଯଦି ଆପଣ ଯିବାକୁ ଚାହୁଁନାହାନ୍ତି ତେବେ ଆଉ ଏକ ରାସ୍ତା ଅଛି ଯାହା ପଦ ଯାତ୍ରା ଦ୍ୱାରା ଯିବାକୁ ହେବ ।

 

ଯଦି ଆପଣ ପଦଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ୬ ରୁ ୭ କିମି ପଦଯାତ୍ରା କରିବାକୁ ପଡିବ , ସବୁଠାରୁ ପ୍ରଥମେ ସେଠାରେ ଆପଣଙ୍କୁ ସୋନପ୍ରୟାଗ ଯିବାକୁ ପଡିବ , ସେଠାରେ ୧୦୦ମିଟର ଦୂରତାରେ ଗୌରିକୁଣ୍ତ ପଟୁ ପ୍ରଥମେ ଆପଣ ଯିବେ , ସେଠାରେ ଆପଣଙ୍କୁ ଗୋଟେ ଲୁହାରେ ନିର୍ମିତ ପୋଲ ମିଳିବ , ସେହି ପୋଲରେ ଉପର ପଟୁ ଏକ ରାସ୍ତା ଦେଖିବାକୁ ମିଳିବ ,

 

ଏହି ରାସ୍ତାରେ ଆପଣଙ୍କୁ ଆଗକୁ ଯିବାକୁ ପଡିବ , ଏହି ରାସ୍ତା ଘଞ୍ଚ ଜଙ୍ଗଲ ହୋଇକରିଯାଇଥାଏ , ସେଥିପାଇଁ ଏହି କଥାକୁ ଧ୍ୟାନ ରଖିବେ କି ଯେବେ ଆପଣ ଟିକେ ବାଟ ଅତିକ୍ରମ କରିସାରିଥିବେ ଆପଣଙ୍କୁ ଆଗରେ ଏକ ଛୋଟ ଜଳଧାରା ଦେଖିପାରିବେ , ସେଥିପାଇଁ ଆପଣ ଅତିକ୍ରମ କରିଲା ବେଳକୁ ସେଠାରୁ ପାଣି ନେଇକରିଯିବେ , ନହେଲେ ଆପଣ ଆଗକୁ ପାଣି ନେଇକରି ଯିବେ , ଏହି ମନ୍ଦିର ଦେଖିବାକୁ ବହୁତ ସୁନ୍ଦର ଅଟେ , ଆପଣ ଏହା ସହ ରୁଦ୍ରକୁଣ୍ତ, ବିଷ୍ଣୁକୁଣ୍ତ, ଓ ବ୍ରହ୍ମାକୁଣ୍ତ ବି ଦେଖିପାରିବେ ।

Leave a Reply

Your email address will not be published. Required fields are marked *