April 23, 2024

Odia Express

News For Public

ଯେଉଁ ଲୋକଙ୍କର ପାଦର ଦ୍ୱିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ , ତାଙ୍କ ବିଷୟରେ କିଛି ରହସ୍ୟ ଜାଣନ୍ତୁ …

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶରୀରର ଗଠନର ପ୍ରଭାବ ବ୍ୟକ୍ତିର ଭାଗ୍ୟ ଉପରେ ପଡିଥାଏ । ସବୁ ମଣିଷର ଗଠନ ଅଲଗା ଅଲଗା ହୋଇଥାଏ । କିଏ ଲମ୍ବା , କିଏ ଛୋଟ ହୋଇଥାଏ , କାହାର ନାକ ଛୋଟ ହୋଇଥାଏ କାହାର ନାକ ବଡ ହୋଇଥାଏ , କାହାର ଆଖି ବଡ ହୋଇଥାଏ , ଏହି ପରି ଦେଖିଲେ ସବୁ ମଣିଷର ଶରୀର ଅଲଗା ଅଲଗା ହୋଇଥାଏ ।

 

ବ୍ୟକ୍ତିର ଶରୀରର ଗଠନ ସହ ଯୋଡି ହୋଇଥିବା କିଛି ରହସ୍ୟ ଖୋଲିଥାଏ , ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହି ବିଷୟରେ କିଛି କଥା କହିବାକୁ ଯାଉଛୁ , ଆପଣ ଦେଖିଥିବେ କି ଅଧିକାଂଶ ଲୋକଙ୍କର ପାଦର ଦ୍ୱିତୀୟ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ ହୋଇଥାଏ , ଯେଉଁ ଲୋକଙ୍କର ଏପରି ହୋଇଥାଏ , ତାଙ୍କ ବିଷୟରେ ଆମେ କିଛି ରହସ୍ୟ କହିବାକୁ ଯାଉଛୁ , ଯେଉଁ ଲୋକଙ୍କର ଆଙ୍ଗୁଠିର ପାଖ ଆଙ୍ଗୁଠି ଲମ୍ବା ହୋଇଥାଏ , ସେମାନେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି , ସେମାନେ କାହାକୁ ବି ନିଜ ଆଡକୁ ଆକର୍ଷିତ କରିଦିଅନ୍ତି , ଯେଉଁ ମହିଳାଙ୍କ ସେହି ପରି ଗୋଡର ଦ୍ୱୀତିୟ ଆଙ୍ଗୁଠି ଲମ୍ବା ହୋଇଥାଏ , ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , କିନ୍ତୁ ସେମାନେ ନିଜ ଭଲ ପାଇବାକୁ ଖୋଲିକରି କହିପାରନ୍ତି ନାହିଁ ।

 

ଏମିତିରେ ଯେଉଁ ଲୋକଙ୍କର ପାଦର ପାଖ ଆଙ୍ଗୁଠି ଲମ୍ବା ହୋଇଥାଏ , ସେମାନେ ବହୁତ ଭଲ ମଣିଷ ହୋଇଥାନ୍ତି , ତାଙ୍କର ରାଗ ବହୁତ ଜଲଦି ଆସିଯାଏ , କିନ୍ତୁ ହୃଦୟରୁ ଭଲ ହୋଇଥାନ୍ତି , ଏମାନେ ନିଜ କଥା କାହାକୁ ବି ପ୍ରକାଶ କରନ୍ତି ନାହିଁ ।

 

ଯେଉଁ ଲୋକଙ୍କର ପାଦର ଦ୍ୱିତୀୟ ଆଙ୍ଗୁଠି ବଡ ହୋଇଥାଏ ସେମାନଙ୍କ ଜୀବନରେ କିଛି ଟା ପରିବର୍ତ୍ତନ ଆସିଥାଏ , ସେମାନେ ପରବର୍ତ୍ତୀ ସମୟରେ ବହୁତ ସଫଳତା ପାଇଥାନ୍ତି , କାରଣ ଏମାନଙ୍କ ଆରମ୍ଭରୁ ଅସୁବିଧା ଆସିଥାଏ , କିନ୍ତୁ ପରେ ସଫଳତା ପାଇଥାନ୍ତି , ସେମାନେ ଲିଡରସିପ୍ କାର୍ଯ୍ୟରେ ମାହିର୍ ହୋଇଥାନ୍ତି , ଓ ସମାଜରେ ତାଙ୍କର ଅଲଗା ପରିଚୟ ହୋଇଥାଏ ।

Leave a Reply

Your email address will not be published. Required fields are marked *