ମୋଦୀଙ୍କ ସପଥ ଗ୍ରହଣ ସମାରୋହରେ ସାମିଲ୍ ହେବେ ସୁପରଷ୍ଟାର ରଜନୀକାନ୍ତ , କହିଲେ ମୋଦୀ ଜଣେ ଲୋକପ୍ରିୟ ନେତା ସେ ସର୍ବଦା..

ନରେନ୍ଦ୍ର ମୋଦୀ ଏବେ ଆଉଥରେ ପିଏମ୍ ପଦରେ ସପଥ ନେବାକୁ ଯାଉଛନ୍ତି , ଏହି ସପଥ ଗ୍ରହଣ ସମାରୋହ ଏବେ ଭବ୍ୟ ସମାରୋହ ହେବାକୁ ଯାଉଛି , ଏହି ସମାରୋହରେ ବହୁତ ଦେଶର ନେତା ଓ ଫିଲ୍ମ ଜଗତର ପ୍ରସିଦ୍ଧ କଳାକାର ବି ସାମିଲ୍ ହେବେ , ଏବେ ମିଳିଥିବା ସୁଚନା ମୁତାବିକ ନରେନ୍ଦ୍ର ମୋଦୀ ଏହିଥର ବିମଷ୍ଟେକ୍ ଦେଶ ବାଙ୍ଗଲାଦେଶ , ମିଆଁମାର ,ଶ୍ରୀଲଙ୍କା ,ଥାଇଲାଣ୍ତ, ଭୁଟାନ୍ , ଓ ନେପାଳରେ ପ୍ରମୁଖ ସପଥ ଗ୍ରହଣ ସମାରୋହରେ ସାମିଲ୍ ହେବାର ନିମନ୍ତ୍ରଣ ମିଳିଛି, ଏହା ଛଡା ନରେନ୍ଦ୍ର ମୋଦୀ ସପଥ ଗ୍ରହଣ ସମାରୋହରେ ଫିଲ୍ମ ଜଗତର କିଛି ବ୍ୟକ୍ତିତ୍ୱ ବି ସାମିଲ୍ ହେବାର ସୁଚନା ମିଳିଛି ।

 

ମିଡିଆ ତରଫରୁ ଆସୁଥିବା ଖବର ମୁତାବିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ନିଜ ସପଥ ଗ୍ରହଣ ସମାରୋହରେ ସାମିଲ୍ ହେବାପାଇଁ ନିମନ୍ତ୍ରଣ ପଠାଇଥିଲେ , ଓ ରଜନୀକାନ୍ତ ବି ଏହି ଭବ୍ୟ ସମାରୋହରେ ଯୋଗ ଦେବାକୁ ଦିଲ୍ଲୀ ଆସିବେ , ପ୍ରଧାନମନ୍ତ୍ରୀଙ୍କ ଏକ ବିଶାଳ ଜିତ୍ ରେ ରଜନୀକାନ୍ତ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ , ଓ ଟ୍ୱିଟ୍ କରିଲେଖିଥିଲେ କି ଆଦରଣୀୟ ପ୍ରିୟ ନରେନ୍ଦ୍ର ମୋଦୀ ଜୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ , ଆପଣ କରିଦେଖାଇଛନ୍ତି , ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।

 

ଅଭିନେତା ରାଜନେତା ମଙ୍ଗଳବାର ଏକ ବୟାନ ଦେଇକରି କହିଲେ କି ଦେଶରେ ଜବାହାରଲାଲ ନେହେରୁ , ଇନ୍ଦିରା ଗାନ୍ଦୀ ଓ ରାଜୀବ ଗାନ୍ଧୀଙ୍କ ପରେ ଏବେ ମୋଦୀ ସବୁଠାରୁ ଲୋକପ୍ରିୟ ନେତା ଭାବେ ଜଣାଯାଉଛନ୍ତି , ଓ ତାଙ୍କ ସପଥ ଗ୍ରହଣ ସମାରୋହରେ ମୁଁ ନିମନ୍ତ୍ରଣ ପାଇଥିବାରୁ ମୁଁ ବହୁତ ଖୁସି , ସୁପରଷ୍ଟାର୍ ରଜନୀକାନ୍ତଙ୍କ ଛଡା କମଲ ହାସନ ବି ନରେନ୍ଦ୍ରମୋଦୀଙ୍କ ସପଥ ଗ୍ରହଣ ସମାରୋହରେ ସାମିଲ୍ ହୋଇପାରନ୍ତି , ଏମିତି କୁହାଯାଏ କି ମୋଦୀଙ୍କ ଏହି ସପଥ ଗ୍ରହଣ ସମାରୋହରେ ସାମିଲ୍ ହେବାପାଇଁ ତାଙ୍କୁ ବି ନିମନ୍ତ୍ରଣ ମିଳିଛି, ଏହି ଦୁହେଁ ପ୍ରସିଦ୍ଧ ଅଭିନେତାଙ୍କ ଛଡା କେଉଁ କେଉଁ କଳାକାର ସପଥ ଗ୍ରହଣ ସମାରୋହରେ ସାମିଲ୍ ହେବେ ଏହା ବିଷୟରେ କିଛି ବି ସୁଚନା ମିଳିପାରିନାହିଁ,

 

କହିଦେବୁ କି ରଜନୀକାନ୍ତ ଓ କମଲ ହାସନଙ୍କ ଅଲଗା ରାଜନୈତିକ ପାର୍ଟି ଅଛି, ଓ ସେ ୨୦୨୧ ରେ ଏହି ଦୁଇ ପାର୍ଟିକୁ ତାମିଲନାଡୁ ବିଧାନସଭାରେ ଭାଗ ନେଇପାରନ୍ତି , କମଲ ହାସନଙ୍କ ପାର୍ଟି ମକ୍କଲ ନିଧି ମିୟାମ ଯେବେ କି ରଜନୀକାନ୍ତଙ୍କ ଏବେ ନିଜ ପାର୍ଟିର ନାଁ ଘୋଷଣା କରିନାହାନ୍ତି । ମଙ୍ଗଳବାର ଦିନ ମିଡିଆ ସହ କଥାବାର୍ତ୍ତାରେ ରଜନୀକାନ୍ତ ରାହୁଲଗାନ୍ଧୀଙ୍କ ସହ ଯୋଡି ହୋଇଥିବା ଇସ୍ତଫା ଉପରେ ପ୍ରଶ୍ନ କରିଥିଲେ , ସେ କହିଲେ କଂଗ୍ରେସ ଅଧ୍ୟକ୍ଷ୍ୟ ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ୍ୟ ପଦରୁ ଇସ୍ତଫା ଦେବା ଉଚିତ୍ ନୁହେଁ , ସେ ନିଜକୁ ପ୍ରମାଣିତ କରିବାର ଅଛି କି ତାଙ୍କ ମଧ୍ୟରେ କଣ କ୍ଷମତା ଅଛି ।

ବିଜେପି ପାର୍ଟି ୨୦୧୯ ରେ ଲୋକସଭା ନିର୍ବାଚନରେ ବହୁତ ଶାନଦାର ଜିତ୍ ହାସିଲ୍ କରିଥିଲା , ଏହି ଜିତ୍ ସହ ବିଜେପିର ପାର୍ଟି ଆଉଥରେ ନିଜ ସତ୍ତାକୁ ଫେରିଆସିଛି, ନରେନ୍ଦ୍ର ମୋଦୀ ଆଉଥରେ ଦେଶର ପ୍ରଧାନମନ୍ତ୍ରୀହେବାର ଦାୟିତ୍ୱ ନେଇଛନ୍ତି ,  ଓ ଯାହାକି ସପଥ ଗ୍ରହଣ ସମାରୋହ ୩୦ ମେ କୁ ଅଛି, କଂଗ୍ରେସ ପାର୍ଟିର ମିଳିଥିବା ହାର୍ ପରେ ରାହୁଲଗାନ୍ଧୀ ନିଜ ଅଧ୍ୟକ୍ଷ୍ୟ ପଦରୁ ଇସ୍ତଫା ଦେବାର ଜିଦ୍ କରିଛନ୍ତି , କିନ୍ତୁ କଂଗ୍ରେସ ପାର୍ଟିର ତରଫରୁ ରାହୁଲ୍ ଗାନ୍ଧୀଙ୍କ ଏହି ଇସ୍ତଫାକୁ ସ୍ୱୀକାର କରାଯାଈନାହିଁ , ରାହୁଲ୍ ଗାନ୍ଧୀ ନିର୍ବାଚନରେ ତାଙ୍କ ପାର୍ଟିକୁ ମିଳିଥିବା ହାର୍ ପାଇଁ ନିଜକୁ ଦାୟୀ ବୋଲି ମାନୁଛନ୍ତି ।

Leave a Reply

Your email address will not be published.