April 12, 2024

Odia Express

News For Public

ଆଜି ମଧ୍ୟ ସେତିକି ସୁନ୍ଦରୀ ଅଛନ୍ତି ଗୋବିନ୍ଦାଙ୍କ ଏହି ହିରୋଇନ , ୨୩ ବର୍ଷ ପୂର୍ବରୁ କରିଥିଲେ ଏକା ସାଙ୍ଗେ ଫିଲ୍ମରେ କାମ – ଏବେ ବି ବଲିଉଡ ର ହିରୋଇନ ସେ..

୯୦ ଦଶକରେ ଗୋବିନ୍ଦା ବଲିଉଡ୍ ରେ ବହୁତ ଫେମସ୍ ଅଭିନେତା ରହିଆସିଛନ୍ତି । ଗୋବିନ୍ଦା ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ ଦମଦାର ଅଭିନୟ ପାଇଁ ଜଣାଯାଆନ୍ତି , ଗୋବିନ୍ଦା ସବୁ ପ୍ରକାରର ଅଭିନୟ କରିବାରେ ମାହିର୍ ଅଟନ୍ତି। ୯୦ ଦଶକରେ ସେ ୧ ନମ୍ବର ବାଲା ସୁପରହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ , ତାଙ୍କୁ ଖୁସିରେ ଲୋକେ ଚିଚି ନାଁରେ ଡାକୁଥିଲେ । ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଗୋବିନ୍ଦା ଜଣେ ଭଲ ଡ୍ୟାନ୍ସର ବି ଅଟନ୍ତି । ଆଜି ସେମିତି ଫିଲ୍ମରେ ଆଉ କାମ କରିବା ବନ୍ଦ କରିଦେଲେଣି କିନ୍ତୁ ଦର୍ଶକ ଆଜି ବି ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ।

 

୧୯୯୪ ରେ ଆସିଥିବା ଗୋବିନ୍ଦାଙ୍କ ଫିଲ୍ମ ଆଗ୍ ରେ ଗୋବିନ୍ଦାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଯିଏ କି ତାଙ୍କ ସହ ବହୁତ ଥର ନଜର ଆସିଛନ୍ତି , ସୋନାଲିଙ୍କ ସହ ସେ ଜିସ୍ ଦେଶ ମେଁ ଗଙ୍ଗା ରେହତା ହୈ ରେ ବି ନଜର ଆସିଥିଲେ ।

 

ଆପଣଙ୍କୁ ଜଣେଇ ଦେବୁ କି ତାଙ୍କର ଜନ୍ମ ୧ ଜାନୁୟାରୀ ୧୯୭୫ କୁ ମୁମ୍ବାଇରେ ହୋଇଥିଲା , ସୋନାଲି ବେନ୍ଦ୍ରେ ଜଣେ ମଧ୍ୟମ ବର୍ଗୀୟ ପରିବାରରୁ ସଂବନ୍ଧ ରଖନ୍ତି , ବଲିଉଡ୍ ରେ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଏହା ଛଡା ସେ ତାମିଲ୍ ଓ ତେଲେଗୁ ଫିଲ୍ମରେ ନିଜ କାର୍ଯ୍ୟ କରିଛନ୍ତି , କିନ୍ତୁ ଏବେ ତାଙ୍କର ବୟସ ୪୩ ବର୍ଷ ହୋଇସାରିଛି, କିନ୍ତୁ ସେ ତା ସତ୍ତ୍ୱେ ବି ବହୁତ ସୁନ୍ଦର ଲାଗନ୍ତି ।

Leave a Reply

Your email address will not be published. Required fields are marked *