ବହୁତ ଲୋକ ନିଜ ଚେହେରାର ସୁନ୍ଦରତା ଉପରେ ଅଧିକା ଧ୍ୟାନ ଦିଅନ୍ତି , ଯେବେ କି ପାଦକୁ ଏତେ ଦାୟିତ୍ୱ କିମ୍ବା ଯତ୍ନ ନିଅନ୍ତି ନାହିଁ , ଯାହା ଦ୍ୱାରା ପାଦ ଶକ୍ତ, ଫଟା ଓ ମଇଳା ଦେଖାଦେଇଥାଏ , ବହୁତ ଲୋକଙ୍କର ପାଦରୁ ରକ୍ତ ବି ବାହାରେ , ଓ ଫଟା ପାଦ ଯୋଗୁଁ ସମସ୍ତଙ୍କୁ ଲଜ୍ଜିତ ବି ହେବାକୁ ପଡେ ।
ଆଜି ଆମେ ଆପଣଙ୍କୁ ପାଦକୁ କିପରି ଯତ୍ନ ନେଇ ତାକୁ ସୁନ୍ଦର ବନାଇବେ ତାହା ବିଷୟରେ ଏକ ଘରୋଇ ଉପଚାର କହିବୁ
୧) ଗୋଟେ ବାଲଟିରେ ପାଣି ଦେଇ ତାମଧ୍ୟରେ ଲୁଣ ଓ ବୋରେକ୍ସ ପାଉଡର୍ ମିଶାଇଦିଅନ୍ତୁ , ଏବେ ଏହା ମଧ୍ୟରେ ପାଦ ରଖି ପାଞ୍ଚ ମିନିଟ୍ ପାଇଁ ବୁଡାଇ ରଖନ୍ତୁ , ଏହାପରେ ପାଦକୁ ସଫା କପଡାରେ ପୋଛିକରି ଏଥିରେ ଜୈତୁନ ତେଲ ଲଗାନ୍ତୁ , ଏମିତି କଲେ ପାଦରୁ ଡେଡ୍ ସ୍କ୍ରିନ୍ ବାହାରିଯିବ , ଓ କୋମଳ ହୋଇଯିବ ।
୨) ଲେମ୍ବୁ ରସ , ଗୋଲାପ ଜଳ, ଆରଣ୍ତି ତେଲ ସାମାନ୍ୟ ମାତ୍ରାରେ ଏହାର ମିଶ୍ରଣ କରି ପ୍ରସ୍ତୁତ କରିନିଅନ୍ତୁ , ଏବେ ରାତିରେ ଏହି ମିଶ୍ରଣକୁ ଗୋଡରେ ଲଗାନ୍ତୁ , ଏମିତି କଲେ ଶକ୍ତ ପାଦ କୋମଳ ହୋଇଯିବ ।
୩) ଆମ୍ବର ଟାକୁଆ ସୁଖିଲା ପରେ ପେଶି ଦିଅନ୍ତୁ , ଏବେ ନଡିଆ ତେଲ ମିଶାଈ କରି ଏହି ମିଶ୍ରଣକୁ ସବୁଦିନ ପାଦରେ ଲଗାନ୍ତୁ , ଏମିତି କଲେ ପାଦର ଫାଟ ଭରିଯାଏ ।
୪) ଯେଉଁ ଲୋକଙ୍କର ପାଦ ବେଶୀ ପରିମାଣରେ ଫାଟିଛି ସେମାନେ ଗୋଟେ କାମ କରନ୍ତୁ , ଗୋଟେ ବାସନରେ ନଖ ଉଷୁମ ପାଣି ନେଇକରି ସେଥିରେ ପାଦ ବୁଡାଇଦିଅନ୍ତୁ , ଏହାପରେ ନେଲ୍ କଟର୍ ମାଧ୍ୟମରେ ଫଟା ଅଂଶକୁ କାଟି ଦିଅନ୍ତୁ , ଧ୍ୟାନ ରଖନ୍ତୁ କି ଏହା କେବଳ ମୃତ ତ୍ୱଚାକୁ କାଟିବାର ଅଛି, ଜୀବିତ ମାଂସ କାଟିବେ ନାହିଁ , ଏମିତି କଲେ ପାଦକୁ ସଫା ପାଣିରେ ଧୋଇ ପୋଛି ଦିଅନ୍ତୁ , ଓ ଆଣ୍ଟିସେଫ୍ଟିକ୍ କ୍ରିମ୍ ଲଗାଇଦିଅନ୍ତୁ ।
୫) ଫଟା ପାଦରେ ମେହେନ୍ଦୀର ଲେପ ଲଗାଇଲେ ବହୁତ ଫାଇଦା ମିଳିଥାଏ ।
୬) ଶୁଦ୍ଧ ଘିଅ ଗରମ କରିନିଅନ୍ତୁ , ଓ ଏହାକୁ ଗୋଟେ କନାକୁ ଓଦାକରି ଫଟା ପାଦର ଅଂଶରେ ପୋଛନ୍ତୁ , ଏହା କରିବା ଦ୍ୱାରା ଟିକିଏ ପୀଡା ଲାଘବ ହେବ , ଓ ଆରାମ ମିଳିବ ।
୭) ବେସନରେ ଦହି ଓ ମଲାଇ ମିଶାଈକରି ଅଟା ପ୍ରସ୍ତୁତ କରିନିଅନ୍ତୁ , ଏବେ ଏହାଉ ଅଟାର ପାଦରେ ରଗଡି ସଫା କରନ୍ତୁ , ବେସନ ଆପଣଙ୍କ ପାଦକୁ ସବୁ ମଇଳା ବାହାର କରିଦେବ , ଓ ଆଗକୁ ଆସିକରି ଫଟା ପାଦର ସମସ୍ୟା ହୋଇଯିବ ।